ପୁଣି ଆରମ୍ଭ ହେବ ଅନୁଗୋଳ ଆଲୁମିନିୟମ ପାର୍କ ଭିତ୍ତିଭୂମି କାର୍ଯ୍ୟ

ଭୁବନେଶ୍ୱର,୨୨-୧: ଅନୁଗୋଳରେ ସ୍ଥାପନ ହେବାକୁ ଥିବା ଆଲୁମିନିୟମ ପାର୍କର ଭିତ୍ତିଭୂମି କାର୍ଯ୍ୟ ପୁଣି ଆରମ୍ଭ ହେବ। ଏଥି ଲାଗି କେନ୍ଦ୍ର ସରକାର ସମ୍ମତି ଜଣାଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରକଳ୍ପକୁ ପୁଣି ଥରେ ଆରମ୍ଭ କରିବା ଲାଗି ପ୍ରଧାନ ଡିସେମ୍ବର ୪ରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡି ଥିଲେ। ନୂଆ ନିଷ୍ପତ୍ତି ପାଇଁ ପ୍ରଧାନ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ ପ୍ରକଳ୍ପ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ଏବଂ ଇଡ୍‌କୋ ସହଭାଗିତାରେ ସ୍ଥାପନ ହେବ। ୨୦୨୦ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆଲୁମିନିୟମ ପାର୍କ ପ୍ରକଳ୍ପରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ଏବଂ ଏହାକୁ ତ୍ୱରିତ ଭାବେ ଶେଷ କରିବା ଲାଗି ଧ୍ୟାନ ରଖାଯାଇଛି। ଏହି ପ୍ରକଳ୍ପରେ ମୋଟ ୯୯.୬୦ କୋଟି ଟଙ୍କା ନିବେଶ ହେବ। ଏଥି ଲାଗି କେନ୍ଦ୍ର ସରକାର ୩୩.୪୪ କୋଟି ଟଙ୍କା ପୁଞ୍ଜି ବ୍ୟବସ୍ଥା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଆଲୁମିନିୟମ ଶିଳ୍ପରେ ଅଭିବୃଦ୍ଧି ସାଧନ ହେବ ବୋଲି ଆଶାବାଦୀ ଥିବା ସେ ମତ ରଖିଛନ୍ତି। ସୂଚନା ଯୋଗ୍ୟ, ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଶିଳ୍ପ ଏବଂ ଅନ୍ତର୍ଦେଶୀୟ ଶିଳ୍ପ ବିକାଶ (ଏଆଇଆଇୟୁଏସ୍‌) ଯୋଜନା ଅନ୍ତର୍ଗତ ମଞ୍ଜୁର ହୋଇଥିଲା। ଏଥି ଲାଗି କାର୍ଯ୍ୟାନ୍ବୟନ ସଂସ୍ଥା ଭାବେ ଅନୁଗୋଳ ପାର୍କ ପ୍ରାଇଭେଟ ଲିମିଟେଡ (ଏଏପିପିଏଲ୍‌) ଗଠନ କରାଯାଇଥିଲା। ମାତ୍ର ନଭେମ୍ବର ୨୦୧୮ରେ ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ବିଳମ୍ବ ଦର୍ଶାଇ ଏହାକୁ ବନ୍ଦ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟକୁ ପୁନଃ ଚାଲୁ କରିବା ଲାଗି ପ୍ରଧାନ ହସ୍ତକ୍ଷେପ ଲୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri