ବିଶ୍ୱ ଯୁବ ସମ୍ମିଳନୀରେ ଓଡ଼ିଆ ଝିଅ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ (ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡ୍‌ନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗ ଦେଇଛନ୍ତି ମଡେଲ ତଥା ଯୁବ ସ୍ବେଚ୍ଛାସେବୀ ପୂଜା ମିଶ୍ର। ଗତ ୨୩ ଓ ୨୪ ତାରିଖ ଦୁଇଦିନ ଧରି ନୂଆଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀରେ ପୂଜା ଭାରତରୁ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୟୁନେସ୍କୋ ଏବଂ ମହାତ୍ମା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଫର୍‌ ପିସ୍‌ ଆଣ୍ଡ୍‌ ସଷ୍ଟେନେବୁଲ୍‌ ଡେଭଲପ୍‌ମେଣ୍ଟ(ଏମ୍‌ଜିଆଇପି) ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ମୋଟ ୨୭ ରାଷ୍ଟ୍ରରୁ ୬୦ଜଣ ଗ୍ଲୋବାଲ୍‌ ଲିଡର ଯୋଗଦେଇଥିବାବେଳେ ଭାରତରୁ ୮ଜଣ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ପୂଜା ଯୋଗଦେଇ ନିଜ କାର୍ଯ୍ୟ ମାଧ୍ୟମରେ କିଭଳି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିହେବ ତାହାଉପରେ ଉପସ୍ଥାପନ କରିଥିଲେ।
‘ବସୁଧୈବ କୁଟୁମ୍ବକମ୍‌’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଯୁବପିଢିଙ୍କ ମାଧ୍ୟମରେ ବିଶ୍ୱରେ ଶାନ୍ତିପ୍ରତିଷ୍ଠା ପାଇଁ ବାର୍ତ୍ତା ଦିଆଯାଇଥିଲା। ବର୍ତ୍ତମାନର ପିଢି ଏବଂ ଆଗାମୀ ପିଢି କିଭଳି ସମାଜରେ ନିରନ୍ତର ଶାନ୍ତି ଓ ସୌହାର୍ଦ୍ଧ୍ୟ ଆଣିପାରିବେ ତାହାଉପରେ ଅଗଷ୍ଟ ୧୯ରୁ ସ୍ବତନ୍ତ୍ର ସେସନ୍‌ ମାଧ୍ୟମରେ ବୁଝାଯାଇଥିଲା। ୨୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ତେବେ ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ୍‌ ହେବାସହ ମିସ୍‌ ଓଡ଼ିଶା, ମିସ୍‌ ରୂପଶ୍ରୀ ଟାଇଟଲ୍‌ ଜିତିଥିବା ପୂଜା ପୂର୍ବରୁ ଭାରତ-ମାଲ୍‌ଦୀଭ୍‌ସ ୟୁଥ୍‌ ଏକ୍ସଚେଞ୍ଜ୍‌ ପ୍ରୋଗ୍ରାମରେ ମାଳଦୀଭ୍‌ସ ପାଇଁ ପ୍ରଥମ ଇଣ୍ଡିଆନ୍‌ ଆମ୍ବାସାଡାର ହୋଇଥିଲେ। ଏହାସହ ସେ କିନ୍ନର, ଭିନ୍ନକ୍ଷମ ଏବଂ ହ୍ବିଲ୍‌ ଚେୟାର ବ୍ୟବହାରକାରୀଙ୍କ ର଼୍ୟାମ୍ପ୍‌ ଆୟୋଜନ କରି ନିଆରା ଉଦାହରଣ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ଜନଜାତି ପିଲାଙ୍କ ପାଇଁ କାମ କରୁଥିବା ବେଳେ କିସ୍‌ ଓ କିଟ୍‌ର ବିଭିନ୍ନ ଟ୍ରାଇବାଲ୍‌ ପ୍ରୋଜେକ୍ଟ ସହ ଜଡ଼ିତ ଅଛନ୍ତି। ଆଗାମୀଦିନରେ ଉଭୟ ମଡେଲିଂ ଓ ସାମାଜିକ କାମ ସହ ନିଜକୁ ଯୋଡ଼ି ରଖିବାକୁ ଲକ୍ଷ୍ୟ ରଖିଥିବା ପୂଜା କହିଛନ୍ତି, ମୁଁ ୩ ମାସ ତଳେ ବାପାଙ୍କୁ ହରାଇଛି। ଏଭଳି ଏକ ମାନସିକ ଅବସ୍ଥାରେ ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡନେସ୍‌ରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମୋ ପାଇଁ ଆଶୀର୍ବାଦ ସଦୃଶ ଥିଲା। ମଡେଲିଂ ଅର୍ଥ କେବଳ ଛୋଟ କପଡ଼ା ପିନ୍ଧି ର଼୍ୟାମ୍ପ୍‌ରେ ଚାଲିବା ନୁହେଁ କି ସୋଫିଷ୍ଟିକେଟେଡ୍‌ ଲୋକଙ୍କ ପାଇଁ ନୁହେଁ। ଜଣେ ସାଧାରଣ ଲୋକ ଚାହିଁଲେ ବି ମଡେଲିଂ କରିପାରିବ। ଆଗାମୀଦିନରେ ମୁଁ ସେଭଳି ଲୋକଙ୍କୁ ମଡେଲିଂ ଦୁନିଆକୁ ଆଣିବାକୁ ଉଦ୍ୟମ କରିବି ବୋଲି ପୂଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri