ବିଶ୍ୱ ବ୍ୟାଙ୍କ ଇଜ୍‌ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗ: ୬୩ରେ ଭାରତ

ନୂଆଦିଲ୍ଲୀ,୨୫-୧୦: ଗୁରୁବାର ପ୍ରକାଶ ପାଇଥିବା ବିଶ୍ୱ ବ୍ୟାଙ୍କ ଇଜ୍‌ ଡୁଇଙ୍ଗ ବିଜ୍‌ନେସ ର଼୍ୟାଙ୍କିଙ୍ଗରେ ଭାରତ ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ରହିଛି। ବିଗତ ବର୍ଷ ଗୁଡିକରେ ସରକାର ଗ୍ରହଣ କରିଥିବା ସଂସ୍କାର ପ୍ରକ୍ରିୟା ଯୋଗୁ ଭାରତ ଏହାର ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣି ପାରିଥିବା ବଜାର ବିଶେଷଜ୍ଞମାନେ ମତ ରଖିଛନ୍ତି। ବିଗତ ବର୍ଷ ଗୁଡିକରେ ସରକାର ୪ ନୂଆ ବାଣିଜ୍ୟ ସଂସ୍କାର ଲାଗୁ କରିଥିଲେ। ଏହାଫଳରେ ଲଗାତାର ଭାବେ ତୃତୀୟ ବର୍ଷ ଲାଗି ଶୀର୍ଘ ୧୦ ଉନ୍ନତକାରୀ ଦେଶ ମଧ୍ୟରେ ଏହା ସାମିଲ ହୋଇପାରିଛି। ଗତ ବର୍ଷ ଭାରତ ୭୭ତମ ର଼୍ୟାଙ୍କରେ ଥିବା ବେଳେ ଚଳିତ ବର୍ଷ ଏଥିରେ ବିଶେଷ ଉନ୍ନତି ହୋଇଥିବା ବିଶ୍ୱବ୍ୟାଙ୍କର ଡୁଇଙ୍ଗ ବିଜନେସ ୨୦୨୦ ଷ୍ଟଡିରେ ପ୍ରକାଶ ପାଇଛି।
ବ୍ୟବସାୟ ଆରମ୍ଭ ଲାଗି ଭାରତ ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ଧାରା ମଧ୍ୟରେ ନିର୍ମାଣ ଅନୁମତି, ଇନ୍‌ସଲଭେନ୍ସି, ସାରା ଦେଶରେ ସୁଗମ ବାଣିଜ୍ୟ ପ୍ରଭୃତି ସ୍ଥାନିତ ହୋଇଥିବା ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୨୦୧୮-୧୯ରେ ଭାରତ ୫୯ ନିୟାମକ ସଂସ୍କାର ଲାଗୁ କରିଛି। ବିଶ୍ୱ ସ୍ତରରେ ଲାଗୁ ହୋଇଥିବା ମୋଟ ସଂସ୍କାର ପଦକ୍ଷେପର ଏହା ଏକ ପଞ୍ଚମାଂଶ। ଭାରତ ଏହି ତାଲିକାରେ ବିଗତ ଦିନଗୁଡିକରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିବା ବ୍ୟାଙ୍କ ରିପୋର୍ଟରେ ପ୍ରକାଶ କରିଛି। ଏକ ବିଶାଳ ରାଷ୍ଟ୍ର ସତ୍ତ୍ୱେ ଦୃଢ ନେତୃତ୍ୱ, କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ନିରନ୍ତର ସଂସ୍କାର ପ୍ରକ୍ରିୟା ଦ୍ୱାରା ଏ କ୍ଷେତ୍ରରେ ଆଗକୁ ବଢିବାରେ ସହାୟକ ହୋଇଛି ବୋଲି ବିଶ୍ୱ ବ୍ୟାଙ୍କର କଣ୍ଟ୍ରି ନିର୍ଦ୍ଦେଶକ ଜୁନେଦ ଅହମ୍ମଦ କହିଛନ୍ତି। ତାଲିକାରେ ଆହୁରି ଉନ୍ନତି କରିବା ଲାଗି ଉକ୍ତ ଧାରାକୁ ବଜାୟ ରଖିବାକୁ ହେବ ବୋଲି ସେ ମତ ଦେଇଛନ୍ତି।
ଭାରତ ସରକାର ୨୦୧୬ରେ ଲାଗୁ କରିଥିବା ଇନସଲଭେନ୍ସ ଆଇନ କର୍ପୋରେଟ କ୍ଷେତ୍ରରେ ଅନେକ ସଂସ୍କାର ଆଣିଛି। ଏହା ଲାଗୁ କରାଇବା ବେଳେ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିଥିବା ବେଳେ ଇନ୍‌ସଲଭେନ୍ସି ପରିସରକୁ ଅନେକ କମ୍ପାନୀ ଆସି ପାରିଛନ୍ତି। ଏହି ଆଇନ ଦ୍ୱାରା ଋଣ ପ୍ରଦାନକାରୀଙ୍କ ଋଣ ଅସୁଲି ହାର ୨୬.୫%ରୁ ୭୧.୬%କୁ ବୃଦ୍ଧି ଘଟିଛି। ଦକ୍ଷିଣ ଏସିଆରେ ଭାରତ ସଂସ୍କାର କ୍ଷେତ୍ରରେ ଏକ ବେଷ୍ଟ ପରଫରମର ହୋଇପାରିଥିବା ଜଣାପଡ଼ିଛି। ଓୟାରହାଉସ ନିର୍ମାଣ ଶେଷ କରିବା ପ୍ରକ୍ରିୟାରେ ସୁଧାର ଏବଂ ବିଲଡିଂ କ୍ୱାଲିଟି କଣ୍ଟ୍ରୋଲରେ ମଧ୍ୟ ଉନ୍ନତି ହୋଉଛି। ଦେଶ ମଧ୍ୟରେ କମ୍ପାନୀଗୁଡିକ ଲାଗି ଆମଦାନୀ ଏବଂ ରପ୍ତାନି ନିୟମକୁ ସରଳୀକରଣ କରାଯାଇଛି। ଏଭଳି ବିଭିନ୍ନ ଆଖି ଦୃଶିଆ ପଦକ୍ଷେପ ସତ୍ତ୍ୱେ ଭାରତ ଆଉ କିଛି କ୍ଷେତ୍ରରେ ପଛୁଆ ରହିଛି। ଏନଫୋର୍ସିଂ କଣ୍ଟ୍ରାକ୍ଟ କ୍ଷେତ୍ରରେ ୧୬୩ତମ, ସମ୍ପତ୍ତି ପଞ୍ଜିକରଣରେ ଏହା ୧୫୪ତମରେ ରହିଛି। ଏହି ପଞ୍ଜିକରଣ ଲାଗି ୫୮ ଦିନ ସମୟ ଲାଗୁଛି। ସ୍ଥାନୀୟ ନ୍ୟାୟାଳୟ ଦ୍ୱାରା କୌଣସି ବାଣିଜି୍ୟକ ବିବାଦର ସମାଧାନ କରିବାକୁ ୧୪୪୫ ଦିନ ସମୟ ଲାଗୁଛି। ୨୦୧୯ ସର୍ଭେରେ ଭାରତ ୬୭.୨୩% ସ୍କୋର କରିଥିବା ବେଳେ ୨୦୨୦ରେ ଏହା ୭୧% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri