Posted inଖେଳ

ବିଶ୍ୱ ଚାମ୍ପିୟନ ସ୍ପ୍ରିଣ୍ଟର କୋଲ୍‌ମ୍ୟାନ୍‌ ସସ୍‌ପେଣ୍ଡ

ଓ୍ବାଶିଂଟନ, ୧୭ା୬ (ଏପି): ଡ୍ରଗ୍ସ ଟେଷ୍ଟ ବେଳେ ଅନୁପସ୍ଥିତ ଯୋଗୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ୧୦୦ମିଟର ବିଶ୍ୱ ଚାମ୍ପିୟନ ଖ୍ରିଷ୍ଟିଆନ କୋଲ୍‌ମ୍ୟାନଙ୍କୁ ସାମାୟିକ ସସ୍‌ପେଣ୍ଡ କରିଛି। ଓ୍ବାଲର୍‌ଡ ଆଥଲେଟିକ୍ସ ଆଣ୍ଟି-ଡୋପିଂ ରୁଲ୍ସ କିମ୍ବା ଇଣ୍ଟିଗ୍ରିଟି କୋଡ୍‌ ଅଫ୍‌ କଣ୍ଡକ୍ଟ ଅଧୀନରେ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ନ ହେଲା ପର୍ଯ୍ୟନ୍ତ ଏହି ଆମେରିକୀୟ ସ୍ପ୍ରିଣ୍ଟର ସସ୍‌ପେଣ୍ଡ ରହିବେ। କୋଲ୍‌ମ୍ୟାନ୍‌ ପୂର୍ବରୁ ତାଙ୍କ ଟୁଇଟରରେ ସଫେଇ ଦେଇ କହିଛନ୍ତି, ଡ୍ରଗ୍‌ଟେଷ୍ଟରମାନେ ଡିସେମ୍ବର ୯ରେ ମୋତେ ପାଇ ନ ଥିଲେ। ସେତେବେଳେ ମୁଁ ନିକଟବର୍ତ୍ତୀ ଏକ ମଲ୍‌ରେ ଖ୍ରିଷ୍ଟମାସ୍‌ ସପିଂରେ ବ୍ୟସ୍ତ ଥିଲି। ଡୋପିଂ ନିୟମାନୁସାରେ ଜଣେ ତାଲିକାଭୁକ୍ତ ଏଲିଟ୍‌ ଆଥଲେଟ ସେମାନଙ୍କ ଦୈନିକ ଠିକଣା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ବାଧ୍ୟ। କାରଣ ଯେ କୌଣସି ଦିନ ତାଙ୍କଠାରୁ ଡୋପ୍‌ ସାମ୍ପଲ ସଂଗ୍ରହ କରାଯାଇପାରେ। ଏଥିପାଇଁ ତାଙ୍କୁ ଏକ ଘଣ୍ଟା ସମୟ ମଧ୍ୟ ଦେବାକୁ ପଡ଼ିବ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଆଥଲେଟ୍‌ ଡୋପ୍‌ ଟେଷ୍ଟକୁ ଫାଙ୍କି ଦେଉଛନ୍ତି ବୋଲି ବୁଝାଯିବ। କୋଲମ୍ୟାନ ୧୨ ମାସରେ ଏହାକୁ ମିଶାଇ ୩ ଥର ଏହି ନିୟମର ଉଲ୍ଲଂଘନ କରିସାରିଛନ୍ତି। ଟୋକିଓ ଗେମ୍ସ ପୁରୁଷ ୧୦୦ମିଟର ଦୌଡ଼ ପାଇଁ କୋଲ୍‌ମ୍ୟାନ୍‌ଙ୍କୁ ଫେଭରାଇଟ୍‌ ବିବଚେନା କରାଯାଉଛି। ସେ ସଫେଇ ଦେଇ କହିଛନ୍ତି ତାଙ୍କ ଘରକୁ କେହି ଡୋପ୍‌ ଟେଷ୍ଟର ଆସିଥିବା କୌଣସି ରେକର୍ଡ ନାହିଁ। ଯଦି ଅବା କେତେବେଳେ ତାଙ୍କୁ ଖୋଜା ଯାଇଛି, ସେତେବେଳେ ସେ ୫ ମିନିଟ୍‌ ହେବ ବାହାରକୁ ଯାଇଥିଲେ। ଗତ ସେପ୍ଟେମ୍ବରରେ କାତାରର ଦୋହାଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ ୧୦୦ମିଟର ଦୌଡ଼ରେ କୋଲମ୍ୟାନ ଟାଇଟଲ ଜିତିଥିଲେ। ଏକ ବୈଷୟିକ କାରଣରୁ ଡ୍ରଗ୍ସ ଟେଷ୍ଟ ମିସ୍‌ କରିଥିବାରୁ ୟୁଏସ୍‌ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କୁ ଛାଡ଼ି ଦେଇଥିଲା। କୋଲମ୍ୟାନ ମଙ୍ଗଳବାର କହିଛନ୍ତି ମୁଁ କେବେ ହେଲେ ପ୍ରଦର୍ଶନବର୍ଦ୍ଧକ ଔଷଧ ସେବନ କରି ନାହିଁ କିମ୍ବା ଭବିଷ୍ୟତରେ କରିବି ନାହିଁ। ଡୋପ୍‌ ଟେଷ୍ଟରେ ସବୁବେଳେ ମୁଁ ନିର୍ଦ୍ଦୋଷ ପ୍ରମାଣିତ ହେବି। ଚଳିତ ମାସରେ ଏହି ଭଳି ଅଭିଯୋଗ ମହିଳା ୪୦୦ମିଟର ବିଶ୍ୱ ଚାମ୍ପିୟନ ବାହାରିନ୍‌ର ସାଲଓ୍ବା ଇଦ୍‌ ନାସେରଙ୍କ ବିରୋଧରେ ଆସିଥିଲା। ଘଟଣାର ତଦନ୍ତ ଚାଲିଛି। ସାଲଓ୍ବା ଗତବର୍ଷ ଦୋହାରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ପୂର୍ବତନ ୟୁଏସ୍‌ ଜାତୀୟ ୨୦୦ ମିଟର ଚାମ୍ପିୟନ ଦିଆଜା ଷ୍ଟିଭେନ୍ସ ଗତ ମେ ମାସରେ ସସ୍‌ପେଣ୍ଡ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri