Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଦୃଷ୍ଟିକୋଣରୁ ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏଥର କାତାର ରାଜଧାନୀ ଦୋହାରେ ଅନୁଷ୍ଠିତ ହୋଇଛି। ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣରେ ପୁଣି ଥରେ ଆମେରିକାର ଆଧିପତ୍ୟ ଦେଖିବାକୁ ମିଳିଛି। କେବଳ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟ ଖେଳାଯାଉଥିବାରୁ ଏହି କ୍ରୀଡ଼ା ମହାକୁମ୍ଭରେ ସଫଳତା ପାଇବା ନିଶ୍ଚିତ ଭାବେ କଷ୍ଟକର। ଆମେରିକା ୧୪ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ସହ ମୋଟ ୨୯ଟି ପଦକ ହାସଲ କରି ପଦକ ତାଲିକାର ଶୀର୍ଷରେ ରହିଛି। ସେହିପରି ଆଫ୍ରିକୀୟ ଦେଶ କେନିଆ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ମୋଟ ୧୧ ପଦକ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ କେନ୍ଦ୍ରୀୟ ଆମେରିକୀୟ ଦେଶ ଜାମାଇକା ୩ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୪ ବ୍ରୋଞ୍ଜ୍‌ ପଦକ ସହ ମୋଟ ୧୨ଟି ପଦକ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅଲିମ୍ପିକ୍ସରେ ଜବରଦସ୍ତ ସଫଳତା ହାସଲ କରୁଥିବା ଚାଇନା ଏଥର ଚତୁର୍ଥ ସ୍ଥାନରେ ରହିଛି। ଚାଇନା ୩ଟି ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ଜିତି ମୋଟ ୯ଟି ପଦକ ପାଇଛି। ଅନ୍ୟତମ ଆଫ୍ରିକୀୟ ଦେଶ ଇଥିଓପିଆ ୨ ସ୍ବର୍ଣ୍ଣ, ୫ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍‌ ପଦକ ସହ ମୋଟ ୮ଟି ପଦକ ପାଇ ପଞ୍ଚମ ସ୍ଥାନରେ ରହିଛି। ସବୁଥର ଭଳି ଭାରତ ଏଥର ମଧ୍ୟ ବିନା ପଦକରେ ଘରକୁ ଫେରିଛି। ଯଦିଓ କେତୋଟି ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରିଥିଲେ। ୨୦୯ଟି ଦେଶର ୧୯୭୨ଜଣ ଆଥଲେଟ ଏଥିରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ୧୦୫୪ ପୁରୁଷ ଓ ୯୧୮ଜଣ ମହିଳା ଆଥଲେଟ ସାମିଲ ଥିଲେ। ୨୪ଟି ପୁରୁଷ ଓ ମହିଳା ଇଭେଣ୍ଟ ଓ ଗୋଟିଏ ମିକ୍ସ ଇଭେଣ୍ଟରେ ଆଥଲେଟମାନେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲେ। ଏହି ଚାମ୍ପିୟନଶିପର ପ୍ରଦର୍ଶନ ସର୍ବକାଳୀନ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛି। ଗତ ୨୦୧୭ ଚାମ୍ପିୟନଶିପ୍‌କୁ ଏହା ପଛରେ ପକାଇଛି। ଏଥର ୩ଟି ବିଶ୍ୱ ରେକର୍ଡ ସହ ୬ଟି ଚାମ୍ପିୟନଶିପ୍‌ ରେକର୍ଡ ଭଙ୍ଗ ହୋଇଛି। ମୋଟ ୪୩ଟି ଦେଶ ପଦକ ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ୬୮ଟି ଦେଶରୁ ଅତିକମ୍‌ରେ ଜଣେ ଲେଖାଏ ଆଥଲେଟ୍‌ ଶ୍ରେଷ୍ଠ ୮ଟି ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଇଣ୍ଟରନ୍ୟାଶନାଲ ଆସୋସିଏଶନ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌) ସ୍କୋରିଂ ତାଲିକା ଅନୁସାରେ ଶ୍ରେଷ୍ଠ ପୁରୁଷ ଆଥଲେଟ ବିବେଚିତ ହୋଇଛନ୍ତି ଆମେରିକୀୟ ଶଟ୍‌ପୁଟର ଜୋଶେଫ୍‌ ମାଥିଆସ କୋଭାକ୍ସ। ସେ ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଶ୍ରେଷ୍ଠ ମହିଳା ଆଥଲେଟ ବିବେଚିତ ହୋଇଛନ୍ତି ଜର୍ମାନୀ ଲଙ୍ଗ ଜମ୍ପର ମାଲାଇକା ମିହାମ୍ବୋ। ଏଥର ବିଶ୍ୱ ଚାମ୍ପିୟନଶିପ୍‌ରେ ସବୁଠାରୁ ଚର୍ଚ୍ଚିତ ଆଥଲେଟ ଥିଲେ ଅମେରିକୀୟ ଧାବକ ଖ୍ରୀଷ୍ଟିଆନ କୋଲମେନ। ସେ ୧୦୦ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୯.୭୬ ସେକେଣ୍ଡ ନେଇ ଏହି ସଫଳତା ପାଇଥିଲେ। ଅନ୍ୟତମ ଆମେରିକୀୟ ଧାବକ ଜଷ୍ଟିନ୍‌ ଗାଟଲିନ ୯. ୮୯ ସେକେଣ୍ଡ ସମୟ ନେଇ ରୌପ୍ୟ ଓ କାନାଡ଼ାର ଆନ୍ଦ୍ରେ ଡି ଗ୍ରାସି ୯.୯୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ମହିଳା ୧୦୦ ମି. ଦୌଡ଼ରେ ଜାମାଇକାର ସେଲି- ଆନ- ଫ୍ରାଜର- ପ୍ରାଇସ୍‌ ୧୦.୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରି ଶ୍ରେଷ୍ଠ ପ୍ରଦର୍ଶନ କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ।ରେକର୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ବିଶ୍ୱ ଚାମ୍ପିୟନଶିପ୍‌ରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହୋଇଛି। ୩ ବିଶ୍ୱରେକର୍ଡ, ୬ ଚାମ୍ପିୟନଶିପ୍‌ ରେକର୍ଡ ସମେତ ଗୋଟିଏ ୨୦ ବର୍ଷରୁ କମ୍‌ ବିଶ୍ୱ ରେକର୍ଡ, ୨୧ଟି ଏରିଆ ରେକର୍ଡ, ୮୬ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଛି। ଆମେରିକୀୟ ଧାବିକା ଆଲିସନ ଫେଲିକ୍ସ ମୋଷ୍ଟ ଡେକୋରେଟ୍‌ ଆଥଲେଟ୍‌ ବିବେଚିତ ହୋଇଛନ୍ତି। ମହିଳା ଓ ମିକ୍ସଡ ୪ ଗୁଣା ୪୦୦ ରିଲେ ରେସ୍‌ରେ ସେ କ୍ୟାରିୟରରେ ମୋଟ ୧୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଏଥର ବିଶ୍ୱ ଚାମ୍ପିୟନଶିପ୍‌ରେ କେତେକ ତାରକା ଆଥଲେଟ ଅନୁପସ୍ଥିତ ରହିଥିଲେ। ଆଘାତ ସମସ୍ୟା ଏହାର ମୁଖ୍ୟ କାରଣ ଥିଲା। ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଜର୍ମାନୀର ଲିସା ମେୟର, ଲଉରା ମୁଲେର ଓ ମାରି ଲେରେନ୍ସ ଜଙ୍ଗ୍‌ଫ୍ଲେଇସ୍କ, ଗ୍ରିଗର ଟ୍ରାବେର। ସେହିପରି ଅନ୍ୟମାନଙ୍କ ମଧ୍ୟରେ ବେଲଜିୟମର ୨, ଇଟାଲୀ, ପୋଲାଣ୍ଡ ଓ ଲାଟଭିଆର ଜଣେ ଲେଖାଏ ଆଥଲେଟ ଅନୁପସ୍ଥିତ ଥିଲେ। ଭାରତର ୪୦୦ମିଟର ଧାବିକା ହିମା ଦାସ ମଧ୍ୟ ଅନୁପସ୍ଥିତ ଥିଲେ।
ଭାରତୀୟ ଆଥଲେଟମାନେ ପଦକ ଜିତିବେ ବୋଲି ଆଶା କରାଯାଉ ନ ଥିଲା। ତାହା ମଧ୍ୟ ହୋଇଛି। ଭାରତ ମିକ୍ସଡ ୪ ଗୁଣା ୪୦୦ ରିଲେ ଟିମ୍‌ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରି ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ବାକି ଆଥଲେଟମାନେ ବିଫଳ ହୋଇଥିଲେ। ପ୍ରଥମ ତଥା ଏକମାତ୍ର ଭାରତୀୟ ଭାବେ ମହିଳା ଲଙ୍ଗ୍‌ ଜମ୍ପର ଅଞ୍ଜୁ ବବି ଜର୍ଜ ୨୦୦୩ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri