ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୫ରୁ ୨୦ତାରିଖ ମଧ୍ୟରେ ଚୀନର କିନ୍‌ଜୋ ସିଟିରେ ୪ର୍ଥ ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ସୁରକ୍ଷା ଓ ବିଜ୍ଞାନ କର୍ମଶାଳା ଆୟୋଜନ କରାଯାଇଛି। ଏଥିରେ ବାଲେଶ୍ୱରରୁ ୬ଜଣ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଶିଳ୍ପୀ ଯୋଗଦେବେ ବୋଲି ଜଣାପଡିଛି।
ଚୀନର କିନ୍‌ଜୋ ସିଟିରେ ହେବାକୁ ଥିବା ଏହି କର୍ମଶାଳାରେ ଆମେରିକା, ଚୀନ, ଜାପାନ, ମାଲେସିଆ ଓ ଭାରତ ସମେତ ୨୦ରୁ ଅଧିକ ଦେଶର ୨୦୦ରୁ ଅଧିକ ସଙ୍ଗଠନ, ଗବେଷକ, ଶିଳ୍ପୀ, ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଫେସର ଟ. ବିଷ୍ଣୁ ପ୍ରସାଦ ଦାଶ, ଫକୀରମୋହନ କଲେଜର ନୃତତ୍ତ୍ୱ ବିଭାଗର ଅଧ୍ୟାପିକା ସସ୍ମିତା ଦାଶ, ଆସୋସିଶନ ଫର୍‌ ବାଇୟୋ ଡାଇଭାରସିଟି କର୍ଭେସନ ଆଣ୍ଡ ରିସର୍ଚର ନିର୍ଦ୍ଦେଶକ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଭୁବନେଶ୍ୱର ଅମିତ କଲେଜର ସହକାରୀ ପ୍ରାଧ୍ୟାପକ ସିଦ୍ଧାର୍ଥ ପତି, ନୋସି କଲଚ୍ୟୁରାଲ ଏକାଡ଼େମୀର ମୁଖ୍ୟ ଶିଳ୍ପୀ କେଶୁଦାସ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଯୁବ ନୀଳରକ୍ତ ଗବେଷକ ସନାତନ ଟୁଡୁ କର୍ମଶାଳା ପାଇଁ ନିମନ୍ତ୍ରିତ ହୋଇଛନ୍ତି।
ପୃଥିବୀରେ ଏସିଆ ଓ ଆମେରିକା ଭଳି ଦୁଇ ମହାଦେଶରେ କେବଳ ୪ ପ୍ରଜାତିର ବିରଳ ଓ ବିଲୁପ୍ତପ୍ରାୟ ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ଦେଖାଯାନ୍ତି। ଏଥିମଧ୍ୟରୁ ଭାରତରେ ଦୁଇ ପ୍ରଜାତିର ନୀଳରକ୍ତ କଙ୍କଡ଼ା ରହିଛନ୍ତି। ବାଲେଶ୍ୱର ଉପକୂଳରେ ମାଛଧରା ଟ୍ରଲର ଓ ବୋଟ ଚଳାଚଳ ଯୋଗୁ ବିରଳ ନୀଳରକ୍ତ କଙ୍କଡାଙ୍କ ସଂଖ୍ୟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ନଦୀ ମୁହାଣରେ ଗୁରୁ ଜୁଆର ଉଠିବା ବେଳେ ଏହି କଙ୍କଡା ଅଣ୍ଡା ଦେବାକୁ ଆସିଥାନ୍ତି ା ଦୀର୍ଘ ୪ ଦଶନ୍ଧି ଧରି ଭାରତର କେତେକ ଗବେଷକ ଚାନ୍ଦିପୁର ଓ ବଳରାମଗଡ଼ିରେ ଏନେଇ ଗବେଷଣା ଜାରି ରଖିଛନ୍ତି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ଖୋଲିବା ପରେ ନୀଳରକ୍ତ କଙ୍କଡ଼ା ଉପରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜିଲାରେ ଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ପାଇଁ ମଧ୍ୟ କାଯର୍‌ୟ କରୁଛନ୍ତି। ବାଲେଶ୍ୱରର ଆସୋସିଏଶନ ଫର୍‌ ବାଇୟୋ ଡାଇଭରସିଟି କଞ୍ଜର୍ଭେସନ ଆଣ୍ଡ ରିସର୍ଚ୍ଚ, ବାଲେଶ୍ୱରୀ କଳା କେନ୍ଦ୍ର, ନ୍ୟୁ ହୋପ୍‌, ଜଉକଣ୍ଢେଇ ବାହାଘର ଉତ୍ସବ କମିଟି, ବାହାବଳପୁର ନୀଳରକ୍ତ କଙ୍କଡ଼ା ସୁରକ୍ଷାମଞ୍ଚ ପ୍ରମୁଖ ବେଳାଭୂମି ସଫେଇ ବେଳେ ଏହି ବିରଳ ପ୍ରଜାତିର କଙ୍କଡାଙ୍କ ସୁରକ୍ଷା ଲାଗି ଜନ ସଚେତନତା ସୃଷ୍ଟି କରୁଛନ୍ତି। ଏ ଦିଗରେ ଅଧିକ ଗବେଷଣା ଲାଗି ଜାତୀୟସ୍ତରୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ର ଖୋଲା ଯିବାକୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri