Posted inଖେଳ

ବିମାନରୁ ବିଦା ହେଲେ ଅଷ୍ଟ୍ରେଲିଆନ ପ୍ରାକ୍ତନ ଓପନର

ସିଡ୍‌ନୀ,୨୧ା୫- ଦୁଇ ସାଙ୍ଗଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ପୂର୍ବତନ ଅଷ୍ଟ୍ରେଲିଆନ ଓପନର ମାଇକେଲ ସ୍ଲାଟରଙ୍କୁ ବିମାନରୁ ବିଦା ହେବାକୁ ପଡ଼ିଛି। ମାକୁରି ସ୍ପୋଟର୍‌ସ ରେଡିଓ ଅନୁଯାୟୀ, ରବିବାର ସିଡ୍‌ନୀରୁ ବିମାନ ଓ୍ବାଗା ଯିବାର ଥିଲା। କିନ୍ତୁ ସ୍ଲାଟର ଓ ଦୁଇ ମହିଳାଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତି ହୋଇଥିଲା। ଏହାପରେ ସ୍ଲାଟର ବିମାନର ଶୌଚାଳୟରେ ନିଜକୁ ବନ୍ଦ କରି ଦେଇଥିଲେ। ତାଙ୍କୁ ବାହାରକୁ କାଢ଼ିବା ପାଇଁ ସୁରକ୍ଷା କର୍ମକର୍ତ୍ତାଙ୍କୁ ଡକାଇବାକୁ ପଡ଼ିଥିଲା। ଏଥିନେଇ ବିମାନ ଉଡାଣରେ ଅଧ ଘଣ୍ଟା ବିଳମ୍ବ ହୋଇଥିଲା। କ୍ରିକେଟ ପଣ୍ଡିତ ଭାବେ ଜଣାଶୁଣା ସ୍ଲାଟରଙ୍କୁ ବିଶ୍ୱକପ୍‌ ଲାଗି ଭାଷ୍ୟକାର ପେନାଲରେ ସ୍ଥାନ ମିଳିଛି। ଏହି ଘଟଣାକୁ ଅଷ୍ଟ୍ରେଲିଆନ ଏୟାର ଲାଇନ କ୍ୱାଣ୍ଟାସ ସ୍ପଷ୍ଟ କରିଛି। ଓ୍ବାଗା ପାଇଁ ବିମାନ ଉଡାଣ ଆରମ୍ଭ କରିବା ପୂର୍ବରୁ ମୁଁ ଦୁଇ ବନ୍ଧୁଙ୍କ ସହ ଯୁକ୍ତି କରିଥିଲି। ଏଥିଯୋଗୁ ବିମାନର ଅନ୍ୟ ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିନେଇ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ସ୍ଲାଟର କହିଛନ୍ତି। ୨୦୦୪ରେ ଅବସର ନେଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଟେଷ୍ଟ କ୍ରିକେଟରେ ୫,୩୧୨ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri