ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା: ‘ପାଠପଢ଼ା ସହ ସାମାଜିକ କାର୍ଯ୍ୟରେ ବ୍ରତୀ ହୁଅ’

ବାଲେଶ୍ୱର ଅଫିସ/ସଜନାଗଡ଼, ୮।୧୧(ଡି.ଏନ.ଏ.)-‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ସମ୍ପର୍କରେ ବୁଝିଛନ୍ତି। ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଛନ୍ତି। ସେହିପରି ପ୍ରତ୍ୟେକ ସ୍କୁଲରେ ପୁରାତନ ଛାତ୍ର ସଂସଦ ଗଠନ କରି ସ୍କୁଲ ପରିଚାଳନା ସମ୍ପର୍କରେ ଶିକ୍ଷୟିତ୍ରୀଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।
ଅଧ୍ୟକ୍ଷାଙ୍କ ସମେତ ମୁଖ୍ୟ ପରିଚାଳକ ଅମରଜିତ୍‌ ଜେନା, କାର୍ଯ୍ୟକାରିଣୀ ସଦସ୍ୟ ପାର୍ଥବୀର ସାମଲ ବୁଧବାର ସନ୍ଧ୍ୟାରେ ବାଲେଶ୍ୱର ପହଞ୍ଚିଥିଲେ। ଗୁରୁବାର ପୂର୍ବାହ୍ନ ୯ଟାରେ ପ୍ରଥମେ ନୀଳଗିରିସ୍ଥିତ ରନତ୍ାକର ଟାଉନ ହାଇସ୍କୁଲ ପହଞ୍ଚିଥିଲେ। ସେଠାରେ ନୀଳଗିରି ବିଇଓ ଭାଗିରଥି ଗିରି ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର, ସ୍କୁଲର ଶିକ୍ଷୟତ୍ରୀଶିକ୍ଷକ ଓ କର୍ତ୍ତୃପକ୍ଷ, ପୂର୍ବତନ ଛାତ୍ରୀଛାତ୍ରମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ। ରାଜ୍ୟରେ ଉକ୍ତ ବିଦ୍ୟାଳୟ ‘ମୋ ସ୍କୁଲ ଅଭିଯାନ’ରେ ଅଧିକ ଅର୍ଥ ଯୋଗାଡ଼ କରି ପ୍ରଥମ ହୋଇଥିବାରୁ ଅଧ୍ୟକ୍ଷା ବାଗ୍‌ଚୀ ଅଞ୍ଚଳବାସୀ ତଥା ପୁରାତନ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ପୂର୍ବାହ୍ନ ୧୧ଟାରେ ସୁନହଟ୍‌ସ୍ଥିତ ଶକୁନ୍ତଳା ଗାର୍ଲସ ହାଇସ୍କୁଲ, ସାଢ଼େ ୧୨ଟାରେ ଜିଲା ହାଇସ୍କୁଲ ପରିଦର୍ଶନ କରି ଉକ୍ତ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲା ବିଜ୍ଞାନ ପରିଚାଳକ କୃଷ୍ଣମୋହନ ସିଂହ ସାମିଲ ଥିଲେ। ଅପରାହ୍ନ ୩ଟାରେ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ଅଫିସ୍‌ ସମ୍ମିଳନୀ କକ୍ଷରେ ଏକ ରିଭ୍ୟୁ ମିଟିଂ ଆୟୋଜନ କରାଯାଇଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀ, ୩୦ରୁ ଊର୍ଦ୍ଧ୍ୱ ପ୍ରଧାନଶିକ୍ଷକ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କ ପାଠପଢ଼ାରେ ସହାୟତାରେ ଉତ୍ସାହିତ କରିବା ପାଇଁ ବିଭିନ୍ନ ଦିଗ ପୁରାତନ ଛାତ୍ରୀଛାତ୍ରମାନଙ୍କୁ ନେଇ ଗଠିତ ପରିଚାଳନା କମିଟି ମାଧ୍ୟମରେ କିପରି ଭାବରେ ବିଦ୍ୟାଳୟକୁ ସୁପରିଚାଳନା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ଉକ୍ତ ‘ମୋ ସ୍କୁଲ ଅଭିଯାନ’ ଦଳ ମୟୂରଭଞ୍ଜ ଜିଲା ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri