ବିଭିନ୍ନ ସଙ୍ଗଠନ, କର୍ମଚାରୀଙ୍କ ଦାବିନେଇ ଅଡୁଆରେ ସରକାର

ମାଲକାନଗିରି,୩୦।୧୧(ଡି.ଏନ୍‌.ଏ.): ଆଉ ଗୋଟିଏ ବର୍ଷ ପରେ ରାଜ୍ୟରେ ହେବ ସାଧାରଣ ନିର୍ବାଚନ। ରାଜ୍ୟର ୧୪୭ ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ନିର୍ବାଚନ ପୂର୍ବରୁ ସରକାର ବିଭିନ୍ନ ଜନହିତକର ଯୋଜନା କରି ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଶିକ୍ଷା, ସ୍ବାସ୍ଥ୍ୟସେବା, ସମନ୍ବିତ ଶିଶୁ ବିକାଶ, ଅମଲା, ଠିକା କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟର, ବିଦ୍ୟୁତ୍‌ ବିଭାଗ, ଆଉଟ୍‌ ସୋର୍ସିଂ, ପଞ୍ଚାୟତସ୍ତରୀୟ କର୍ମଚାରୀ ସେମାନଙ୍କ ବିଭିନ୍ନ ଦାବି ନେଇ ଜିଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରଖିବାକୁ କର୍ମଚାରୀ ସଙ୍ଗଠନଗୁଡ଼ିକର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ନିକଟରେ ଭୁବନେଶ୍ୱରରେ ଘରୋଇ ଡ୍ରାଇଭର ସଂଘ ନିଜ ଦାବି ପୂରଣ ନେଇ ଏକ ପ୍ରତିବାଦ ସଭା, ଶୋଭାଯାତ୍ରାକରି ଭୁବନେଶ୍ୱରକୁ କବ୍‌ଜା କରି ଗମନାଗମନ ଠପ୍‌ କରିଦେଇଥିଲା। ଏବେ ୨ ସପ୍ତାହ ଧରି ଶିକ୍ଷକ, ଅମଲା, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟ ବିଭାଗ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଭୁବନେଶ୍ୱରରେ ନିଜ ଦାବି ପୂରଣ ନେଇ ପ୍ରତିବାଦ ସଭା, ଶୋଭାଯାତ୍ରା କରୁଛନ୍ତି। ରାଜ୍ୟ ସରକାର ଧାମନଗର ଉପନିର୍ବାଚନ ସମୟରେ ରାଜ୍ୟର ୬୦ ହଜାର ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଘୋଷଣା କରିବା ପରେ ଏହାକୁ ନେଇ ଅନ୍ୟ ବିଭାଗ ଠିକା କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି, ପେନ୍‌ସନ, ଗ୍ରେଡ୍‌ ପେ, ବୃଦ୍ଧିକୁ ନେଇ ଆନ୍ଦୋଳନ ଚଳାଇଛନ୍ତି। ମାଲକାନଗିରି ଜିଲାରେ ୧ ସପ୍ତାହ ଧରି ପ୍ରତି ବ୍ଲକରେ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ଅଚଳ ହୋଇପଡ଼ିଛି। ସେହିପରି ଶିକ୍ଷକ, ଅମଲା ଓ ଅନ୍ୟ ସଙ୍ଗଠନର କର୍ମଚାରୀମାନେ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଏହାଦ୍ୱାରା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଏହାର ପ୍ରଭାବ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଉପରେ ଗଭୀର ଭାବେ ପଡ଼ିଥିବା ଦେଖିବାକୁ ମିଳଛି। ସରକାର କର୍ମଚାରୀ ସଙ୍ଗଠନ ସହ ଆଲୋଚନା କରି ପଦ୍ମପୁର ଉପନିର୍ବାଚନ ପରେ ରାଜସ୍ବ, ଅର୍ଥ, ସାଧାରଣ ପ୍ରଶାସନ ବିଭାଗକୁ ନେଇ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ କରି ପଦକ୍ଷେପ ନେବାକୁ ମତ ପ୍ରକାଶ ପାଉଛି।

 

ରାଜ୍ୟ ସରକାର କର୍ମଚାରୀମାନଙ୍କ ଦାବି ଗ୍ରହଣ କରିବା ଉଚିତ। ଅନେକ ବିଭାଗର କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ନ ପାଇବା, ପେନ୍‌ସନ ଲାଗୁ ନ ହେବା ଏବଂ ସ୍ବଳ୍ପ ବେତନ ପାଇବା ଦ୍ୱାରା ସେମାନେ ମାନସିକ ଚାପରେ ରହୁଛନ୍ତି। ଆମ ରାଜ୍ୟରେ ରାଜସ୍ବ ଆଦାୟ ପାଇଁ ପ୍ରାକୃତିକ ଖଣିଜ, ବନଜାତ ସମ୍ପଦ ଭରପୂର ରହିଛି। ହଜାର ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିଲେ ମଧ୍ୟ କର୍ମଚାରୀଙ୍କୁ କାହିଁକି ଠିକା ନିଯୁକ୍ତି ଦେବା, ସ୍ବଳ୍ପ ଦରମା ଓ ପେନ୍‌ସନ ଲାଗୁ ନ ହେବା ବିଡ଼ମ୍ବନାର ବିଷୟ ା ଯଦି ସରକାର କର୍ମଚାରୀଙ୍କ ଦାବି ପୂରଣ ନ କଲେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ନିଶ୍ଚତ ଭାବେ ପଡିବ ା
ଘେନୁ ମୁଦୁଲି, ଆଦିବାସୀ ମହାସଂଘର ପୂର୍ବତନ ସଭାପତି
ସରକାର ଠିକା ନିଯୁକ୍ତି ବନ୍ଦକରି ସିଧାସଳଖ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନକରି ସରକାରୀ ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ଦେବା ସହ ପୂର୍ବଭଳି ସରକାରୀ କର୍ମଚାରୀଙ୍କୁ ମିଳୁଥିବା ପେନ୍‌ସନ ପ୍ରଚଳନ କରାଯାଉ। ବର୍ତ୍ତମାନ ଯେଉଁ କର୍ମଚାରୀ ସଙ୍ଗଠନଗୁଡିକ ସେମାନଙ୍କ ବିଭିନ୍ନ ଦାବି ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି, ସେହି କର୍ମଚାରୀ ମାନଙ୍କ ଦରମା ବୃଦ୍ଧି ସହ ସେମାନଙ୍କ ପେନ୍‌ସନ କାର୍ଯ୍ୟକାରୀ କରାଗଲେ ସେମାନଙ୍କ ପରିବାରଙ୍କ ସହ କର୍ମଚାରୀ ଆଶ୍ୱସ୍ତି ଅନୁଭବ କରିବେ । ତେବେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ଯାହା କୁହାଯାଉଛି ତାହା ନିର୍ବାଚନରେ ପ୍ରତିଫଳିତ ହେବନାହିଁ।
ପ୍ରକାଶ ପଟ୍ଟନାୟକ, ବୁଦ୍ଧିଜୀବୀ
ରାଜ୍ୟ ସରକାରଙ୍କ ଭୁଲ୍‌ ନୀତି ଯୋଗୁ ଆଜି ରାଜ୍ୟରେ କର୍ମଚାରୀ ସଙ୍ଗଠନଗୁଡିକ ଏପରି ଅଚଳାବସ୍ଥା ସୃଷ୍ଟି କରିବାକୁ ବସିଛନ୍ତି। ଠିକା ନିଯୁକ୍ତି ନ ଦେଇ ସ୍ଥାୟୀ ନିଯୁକ୍ତି ଦେଇଥିଲେ ଏବେ ଏପରି ପରିସ୍ଥିତି ଉପୁଜି ନ ଥାନ୍ତା। ବହୁ ମେଧାବୀ କର୍ମନିଯୁକ୍ତି ପାଇଥାନ୍ତେ। ସରକାରୀ ,ବେସରକାରୀ ସଂସ୍ଥାରେ କମ୍‌ ଦରମାରେ ଅସ୍ଥାୟୀ ନିଯୁକ୍ତି ଦେଇ ସେମାନଙ୍କ ନିଯୁକ୍ତି ସର୍ତ୍ତାବଳୀ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ଠିକା କର୍ମଚାରୀ ଏବଂ ଆଉଟ୍‌ ସୋର୍ସିଂ ନିଯୁକ୍ତିରେ କେତେକ ସ୍ଥଳରେ ଦୁର୍ନୀତି ହେଉଛି। ଧରପଗଡ଼ ହେଲେ ତାହା ପଦାକୁ ଆସୁଛି ନ ହେଲେ ଚପି ଯାଉଛି। ଏବେ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ଦାବି ପୂରଣକଲେ ହଜାର ହଜାର କୋଟି ଟଙ୍କା ସରକାରଙ୍କୁ ଋଣ କରିବାକୁ ପଡ଼ିବ। ଏହାର ବୋଝ ସାଧାରଣ ଲୋକେ ବୋହିବେ। ଦାବି ପୂରଣ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ସରକାରଙ୍କ ଉପରେ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।
ସନ୍ତୋଷ ନାଗ, ବରିଷ୍ଠ ଖବରଦାତା


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri