ବିଭିନ୍ନ ଦ୍ରବ୍ୟର ନକଲି କାରବାର

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ସହରରେ ଦୁଇଜଣ ବ୍ୟବସାୟୀ ନକଲି ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଟାଉନ ପୋଲିସ ଗୁରୁବାର ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ ପୁରୁଣା ସହର ଦଣ୍ଡାସାହିର ସନ୍ତୋଷ କୁମାର ସାହୁ ଓ ଦଶପଲ୍ଲା ଥାନା ବାଘୁଆଫାସି ଗ୍ରାମର ସର୍ବେଶ୍ୱର ପ୍ରଧାନ। ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ଶୁକ୍ରବାର ଜେଲ ହାଜତକୁ ପଠାଇ ଦିଆଯାଇଛି। ସେମାନେ କେଉଁଠାରୁ ନକଲି ଜର୍ଦ୍ଦା ଆଣିଲେ ସେ ନେଇ ପୋଲିସ ପଚାରିବାରୁ ଫତେଗଡ଼ ଅଞ୍ଚଳରୁ କିଛି ଲୋକ ଆଣି ନକଲି ଜର୍ଦା ଦୋକାନରେ ଦେଇ ଯାଉଥିବା କହିଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।
ବର୍ଷ ଧରି ସେମାନେ ନକଲି ଜର୍ଦ୍ଦା ବିକ୍ରି କରି ଆସୁଥିଲେ ବି ପୋଲିସ କିମ୍ବା ଯୋଗାଣ ବିଭାଗ କାହା ପାଖରେ ଖବର ନ ଥିଲା। ଦିଲ୍ଲୀସ୍ଥିତ ଗୋପାଳ ଜର୍ଦ୍ଦା କମ୍ପାନୀର ସାଧାରଣ ପରିଚାଳକ କୈଳାସ ସିଂ ଚୌହାନ ଏ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କ ଦୋକାନରେ ଚଢ଼ାଉ କରି ଗିରଫ କରିଥିଲା। ଅନ୍ୟପକ୍ଷେ ଖାଲି ଯେ ଜର୍ଦ୍ଦା ନକଲି କରାଯାଉଛି ତାହା ନୁହେଁ ଖାଇବା ତେଲଠାରୁ ଆରମ୍ଭ କରି ଚିନି, ଚାଉଳ, ଗୁଡ଼ ଆଦି ବିଭିନ୍ନ ଖାଦ୍ୟ ଦ୍ରବ୍ୟର ନକଲି କରାଯାଇ ଜିଲାରେ ଅଧିକାଂଶ ଦୋକାନରେ ବିକ୍ରି ହେଉଛି।
ସହର ଉପକଣ୍ଠର ଏକ ସ୍ଥାନରେ ନିମ୍ନମାନର ନକଲି ତେଲ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏ ନେଇ ମଧ୍ୟ ବିଭିନ୍ନ ସ୍ଥାନରେ ଅଭିଯୋଗ ହେଉଥିଲେ ମଧ୍ୟ ତେଲ କାରଖାନା କର୍ତ୍ତୃପକ୍ଷ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେଠାରେ କୌଣସି ଚଢ଼ାଉ ହେଉ ନ ଥିବା ଘଟଣା ପୋଲିସ ଓ ଯୋଗାଣ ବିଭାଗର ପାରିଲାପଣିଆକୁ ପଦାରେ ପକାଉଛି। ଉକ୍ତ ତେଲକୁ ଖାଇ ଲୋକମାନେ ବିଭିନ୍ନ ରୋଗରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛୁ। ନକଲି ଜର୍ଦ୍ଦା ପରେ ବିଭିନ୍ନ ଦୋକାନରେ ଥିବା ନକଲି ଖାଇବା ତେଲ ଉପରେ ଚଢ଼ାଉ କରିବା ପାଇଁ ଖାଉଟିମାନେ ଦାବି କରିଛନ୍ତି। ଅନ୍ୟପଟେ ଯୋଗାଣ ବିଭାଗର ଅଧିକାରୀମାନେ ସମୟେ ସମୟେ ବିଭିନ୍ନ ଦୋକାନରେ ଚଢାଉ କରିବା ବଦଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ ହେଉଛି। ଗୁରୁବାର ଚଢ଼ାଉ କରାଯାଇ ନକଲି ଜର୍ଦ୍ଦା ଜବତ ଖବର ବ୍ୟାପିବା ପରେ ଅନେକ ଦୋକାନରେ ଥିବା ନକଲି ଜର୍ଦ୍ଦାକୁ ଲୁଚାଇ ରଖାଯାଉଥିବା ଆଲୋଚନା ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିକ୍ରି ହେଉଥିବା ନକଲି ଦ୍ରବ୍ୟ ଉପରେ ଚଢ଼ାଉ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri