ବଲାଙ୍ଗୀର ଅଫିସ, ୨୦।୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା, ଲୋୟର ସୁକତେଲ ବୃହତ୍ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗୀର ଆକ୍ସନ କମିଟି ନେତୃତ୍ୱରେ ବୁଧବାରଠାରୁ ଦୁଇଦିନିଆ ବନ୍ଦ ପାଳନ ଆରମ୍ଭ ହୋଇଛି। ଆକ୍ସନ କମିଟି ସଦସ୍ୟମାନେ ସକାଳୁ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଫିସ ବନ୍ଦ କରାଯାଇଛି। ଜିଲାପାଳ ଅଫିସ ସମ୍ମୁଖରେ କମିଟି ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଆନ୍ଦୋଳନକୁ ସହରର ବିଭିନ୍ନ ସାମାଜିକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଗୁରୁବାର ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଆକ୍ସନ କମିଟି ପକ୍ଷରୁ କୁହାଯାଇଛି।
https://www.facebook.com/DharitriNews/videos/2570574036360871/

