Odisha Elections 2024

ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ବଲିଉଡ୍‌ ବାଦଶାହ

ମୁମ୍ବାଇ: ବେଶ୍‌ କିଛି ଦଶନ୍ଧି ଧରି ବଲିଉଡ୍‌ ଓ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ। ଶାହରୁଖ କେବଳ ପରଦାରେ ଜଣେ ସଫଳ ଅଭିନେତା ନୁହଁନ୍ତି ବରଂ ନିଜ ପର୍ସନାଲ ଲାଇଫରେ ଜଣେ ସଫଳ ସ୍ବାମୀ ମଧ୍ୟ। ଶୁକ୍ରବାର ଶାହରୁଖ ଓ ସ୍ତ୍ରୀ ଗୌରୀ ଖାନ ନିଜର ୨୮ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ଶାହରୁଖ ରୋମାଣ୍ଟିକ ଅନ୍ଦାଜରେ ଗୌରୀଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଗୌରୀ ଓ ଶାହରୁଖ ଏକାସାଙ୍ଗରେ ନଜର ଆସୁଛନ୍ତି। ଫଟୋ ଶେୟାର କରିବା ସହ ବାଦଶାହ କ୍ୟାପଶନରେ ଲେଖିଛନ୍ତି, ଏଭଳି ଲାଗୁଛି ଯେପରି କାଲିର କଥା, ଏହାରି ଭିତରେ ୩ ଦଶନ୍ଧି ବିତିଗଲାଣି ଏବଂ ୩ଟି ସନ୍ତାନ ଆମ ଜୀବନକୁ ଆହୁରି ରଙ୍ଗୀନ କରିସାରିଛନ୍ତି। ମୁଁ ଯେତିକି ବି ପରୀ କାହାଣୀ ଶୁଣିଛି, ତା ଅପେକ୍ଷା ଯେତିକି ସୁନ୍ଦର ହେବା କଥା ମୋତେ ତା’ଠାରୁ ଅଧିକ ସୁନ୍ଦର ସ୍ତ୍ରୀ ମିଳିଛି। ବିବାହ ବାର୍ଷିକୀରେ ଶାହରୁଖଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଦୁଇଜଣଙ୍କୁ ବଲିଉଡ୍‌ ଷ୍ଟାର ଓ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଗୌରୀ ଖାନ ମଧ୍ୟ ଏକ ସଫଳ ମହିଳା। ପରଦା ପଛରେ ଥାଇ ଶାହରୁଖଙ୍କୁ ସବୁ ସମୟରେ ସପୋର୍ଟ କରୁଥିଲେ ଗୌରୀ। ସେ ଶାହରୁଖଙ୍କ ବହୁ ହିଟ୍‌ ଫିଲ୍ମକୁ ପ୍ରଯୋଜନା କରିଛନ୍ତି। ୨୦୦୪ରେ ଫିଲ୍ମ ‘ମେଁ ହୁଁ ନା’ ଜରିଆରେ ପ୍ରଯୋଜକ ଭାବେ ବଲିଉଡ୍‌ରେ ସେ ପାଦ ରଖିଥିଲେ। ଏହାପରେ ଗୌରୀ ‘ଓମ୍‌ ଶାନ୍ତି ଓମ୍‌’ ଓ ‘ହାପି ନ୍ୟୁ ଇୟର’ ଭଳି ବଡ଼ ବଡ଼ ଫିଲ୍ମକୁ ପ୍ରଯୋଜନା କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୀଶୂର ଫିଲ୍ମ ନିର୍ମାତାଙ୍କୁ କାନ୍ସ ଲା ସିନେଫ୍‌ ପ୍ରଥମ ପୁରସ୍କାର

କାନ୍ସ,୨୫ା୫(ପି.ଟି.): ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାରତକୁ ବଡ଼ ସଫଳତା ମିଳିଛି। ମହୀଶୂରର ଫିଲ୍ମ ନିର୍ମାତା ଚିଦାନନ୍ଦ ଏସ୍‌ ନାଏକଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାଓ୍ବାର୍ସ ଓ୍ବେୟାର ଦି...

ଦୀର୍ଘ ୬ ବର୍ଷର ବିରତି ପରେ ଫେରୁଛନ୍ତି ପ୍ରୀତି, ଅଧିକ ଆୟ ପାଇଁ ଜଏନ କରିଥିଲେ ଆଇପିଏଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବର୍ତ୍ତମାନ ଲାହୋର ୧୯୪୭ ପାଇଁ ସୁଟିଂ କରୁଛନ୍ତି, ଯାହା ସୁପରହିଟ ଭୈୟାଜୀ ହିଟ ହେବାର ଛଅ ବର୍ଷ ମଧ୍ୟରେ...

ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ

ମୁମ୍ବାଇ,୨୪।୫: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ବର୍ଷ...

କେମିତି ଅଛନ୍ତି ଶାହରୁଖ ଖାନ୍‌:ଆସିଲା ଅପ୍‌ଡେଟ୍‌

ସୁପରଷ୍ଟାର ଶାହାରୁଖ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ମ୍ୟାନେଜର ପୂଜା ଡଡ୍‌ଲାନି କହିଛନ୍ତି।...

ସଲମାନଙ୍କୁ ରିପ୍ଲେସ୍‌ କଲେ ଅନିଲ

‘ବିଗ ବସ ମରାଠି’ ପରେ ‘ବିଗ ବସ ଓଟିଟି’ ର ସିଜନ ୩ ପାଇଁ ନୂଆ ହୋଷ୍ଟ ମିଳିଯାଇଛି। ଏଥର ସଲମାନ ଖାନ ନୁହଁନ୍ତି ବରଂ...

ମା’ ହେବେ କ୍ୟାଟ୍ରିନା, ଲଣ୍ଡନରେ ହେବ ସନ୍ତାନ ଜନ୍ମ!

ବମ୍ବେ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ କ୍ୟାଟ୍ରିନା ଏବଂ ସ୍ବାମୀ...

ଅହମ୍ମଦାବାଦ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହାରୁଖ ଖାନ୍‌

ବମ୍ବେ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପାଇଁ ଚିନ୍ତାଜନକ ଖବର। ଅସୁସ୍ଥ ହୋଇ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା। ଡିହାଇଡ୍ରେଶନକୁ ନେଇ ପ୍ରାଥମିକ...

୩୫୦ କୋଟି ଟଙ୍କାର ନେକ୍‌ଲେସ୍‌ ପିନ୍ଧି ଚମକିଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଯାତ୍ରା ଆରମ୍ଭ କରି ସାତ ସମୁଦ୍ର ପାର୍‌ ହୋଇ ହଲିଉଡ୍‌କୁ ଯାଇଛନ୍ତି। ଆଜିର ଯୁଗରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri