ବିବାହ କରିବେ ଓଡ଼ିଶାର ‘ଛପାକ୍‌’ ପ୍ରମୋଦିନୀ

କଟକ ଅଫିସ,୧୭ା୧: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଶାର ‘ଛପାକ୍‌’ ତଥା ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ। ଏସିଡ୍‌ ଆକ୍ରମଣର ଶିକାର ହେବା ପରେ ଦୀର୍ଘବର୍ଷ ଧରି ତାଙ୍କ ସୁଖଦୁଃଖର ସାଥୀ ଭାବେ ଛିଡ଼ା ହୋଇଥିବା କଟକର ସରୋଜ କୁମାର ସାହୁଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ୨୦୧୮ ଫେବୃୟାରୀ ୧୪ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଆସନ୍ତା ଏପ୍ରିଲ କିମ୍ବା ମେ’ ମାସରେ ସେମାନେ ବିବାହ କରିବା ପାଇଁ ସ୍ଥିର କରିଥିବାବେଳେ ଏନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି। ପ୍ରଥମଥର ନିମନ୍ତେ ରାଜ୍ୟର ଜଣେ ଏସିଡ୍‌ ପୀଡ଼ିତା ବିବାହ ବେଦୀରେ ବସିବାକୁ ଯାଉଛନ୍ତି।

ନିକଟ ଅତୀତରେ ବଲିଉଡ୍‌ରେ ଏକ ଚଳଚ୍ଚିତ୍ର ‘ଛପାକ୍‌’ ମୁକ୍ତିଲାଭ କରିଛି। ଏସିଡ୍‌ ପୀଡ଼ିତାଙ୍କ ଜୀବନକୁ ନେଇ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଓଡ଼ିଶାରେ ମଧ୍ୟ ଏଭଳି ଜଣେ ଚରିତ୍ର ହେଉଛନ୍ତି ପ୍ରମୋଦିନୀ। ଯୁକ୍ତ ଦୁଇରେ ପାଠ ପଢୁଥିବାବେଳେ ଏକତରଫା ପ୍ରେମ ଆବେଦନକୁ ଅସ୍ବୀକାର କରି ସେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ୧୦ବର୍ଷର ସଂଘର୍ଷମୟ ଜୀବନକୁ ଅତିକ୍ରମ କରିବା ପରେଏବେ ବିବାହ କରିବାକୁ ଯାଉଛନ୍ତି ପ୍ରମୋଦିନୀ।


ଜଗତ୍‌ସିଂହପୁରରେ ଜନ୍ମିତ ପ୍ରମୋଦିନୀ ପିଲାଟି ବେଳୁ ବେଶ୍‌ ଚୁଲ୍‌ବୁଲି ଥିଲେ। ଅଜା ବଂଶୀଧର ରାଉଳ ତାଙ୍କୁ ସ୍ନେହରେ ରାଣୀ ବୋଲି ଡାକନ୍ତି। ପ୍ରମୋଦିନୀଙ୍କ ଅନ୍ୟଏକ ନାଁ ହେଉଛି ରାଣୀ ଋତୁପର୍ଣ୍ଣା। ୨୦୦୯ରେ ପ୍ରମୋଦିନୀ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ଆର୍ମିରେ ଚାକିରି କରିଥିବା ଜଣେ ବିବାହିତ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରିଥିଲେ। ଏପରି କି ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହି କଥା ଘର ପର୍ଯ୍ୟନ୍ତ ଯାଇଥିଲା। ଯୁବକ ଜଣଙ୍କ ଘରକୁ ଫୋନ୍‌ କରି ପ୍ରମୋଦିନୀଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଘର ଲୋକ ମନା କରି ଦେବା ପରେ ଯୁବକଜଣଙ୍କ ପ୍ରମୋଦିନୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଦିନେ ରାସ୍ତାରେ ହଇରାଣ କରୁଥିବାବେଳେ ପ୍ରମୋଦିନୀଙ୍କ ସାଙ୍ଗମାନଙ୍କ ଠାରୁ ମାଡ଼ ମଧ୍ୟ ଖାଇଥିଲେ ଉକ୍ତ ଯୁବକ। କ୍ରୋଧ ପରାୟଣ ହୋଇ ୨୦୦୯ ଏପ୍ରିଲ ୧୮ରେ ଯୁବକ ଜଣଙ୍କ ଏଭଳି ଏକ ନୃସଶଂ ଓ ନିନ୍ଦନୀୟ କାର୍ଯ୍ୟ କଲେ, ଯାହା ପ୍ରମୋଦିନୀଙ୍କ ଜୀବନକୁ ବଦଳାଇ ଦେଇଥିଲା। ନିଜ ସମ୍ପର୍କୀୟ ଭାଇଙ୍କ ସହ ସାଇକେଲରେ ବସି ଯାଉଥିବାବେଳେ ଏକ ବାଇକ୍‌ରେ ଆସି ଯୁବକଜଣଙ୍କ ପ୍ରମୋଦିନୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଚିକିତ୍ସାଲାଗି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ସରୋଜଙ୍କ ସହ ଭେଟ ହୋଇଥିଲା ପ୍ରମୋଦିନୀଙ୍କର। ସରୋଜ ମେଡ଼ିକାଲ ରିପ୍ରେଜେଣ୍ଟେଟିଭ ଭାବେ କାମ କରୁଥିଲେ। ପ୍ରମୋଦିନୀଙ୍କୁ ଫିଜିଓଥେରାପୀ କରୁଥିବା ଜଣେ ନର୍ସ ହେଲେ ସରୋଜଙ୍କର ବନ୍ଧୁ। ଏସିଡ୍‌ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଚଲାବୁଲା କରିବାକୁ ଅତିକମରେ ୬ବର୍ଷ ଲାଗିବ ବୋଲି ଡାକ୍ତର କହିଥିଲେ। ହେଲେ ସରୋଜ ନିଜ ପ୍ରଚେଷ୍ଟାରେ ମାତ୍ର ୪ମାସରେ ତାଙ୍କୁ ଚାଲିବା ପାଇଁ ସକ୍ଷମ କରାଇଛନ୍ତି ବୋଲି ପ୍ରମୋଦିନୀ କୁହନ୍ତି। ସରୋଜଙ୍କ ସ୍ନେହ, ଆଦର ଆଉ ଭଲପାଇବା ପାଇଁ ଭଗବାନଙ୍କ ନିକଟରେ କୃତଜ୍ଞ। ସେ ଏବେ ବି ଛାଇ ଭଳି ମୋ ପାଖେ ପାଖେ ରୁହନ୍ତି ବୋଲି ପ୍ରମୋଦିନୀ କହିଥିଲେ। ସେମାନଙ୍କ ବିବାହ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ଏସିଡ୍‌୍‌ ପୀଡ଼ିତାଙ୍କୁ ବିଶେଷଭାବେ ନିମନ୍ତ୍ରଣ କରାଯିବ। ଏହାଛଡ଼ା ଅନେକ ନାମୀଦାମୀ ଲୋକ ଏହି ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି।

ଜୀବନରେ ଦୁଇଟି ପୁରୁଷଙ୍କୁ ଭେଟିଲି। ଜଣେ ମୋ ଜୀବନକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଆଉ ଜଣେ ମୋ ଉଜୁଡ଼ା ଜୀବନକୁ ସଜାଡ଼ିବା ପାଇଁ ନିଜର ଜୀବନକୁ ବାଜି ଲଗାଇ ଦେଲେ। ପୁରୁଷ ଜାତି ଖରାପ ନୁହେଁ, ହେଲେ ଏହା ଭିତରେ ଭିନ୍ନଭିନ୍ନ ମଣିଷଙ୍କ ସହ ଭେଟ ହେଲା ବୋଲି ପ୍ରମୋଦିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri