ବିବାଦରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):୨୦୧୭ ଏବଂ ୨୦୧୮ ମସିହା ଲାଗି ଘୋଷଣା ହୋଇଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ ପୁଣିଥରେ ବିବାଦ ଉପୁଜିଛି। ନାଟ୍ୟାନୁଷ୍ଠାନ ‘ଏବଂ ଆମେ’ର ସଭାପତି ତଥା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଥିବା ଡ. ସଚ୍ଚି ଦାସ ଏବଂ ସମ୍ପାଦକ ତଥା ଅଭିନେତା ପ୍ରେମାଞ୍ଜନ ପରିଡ଼ା ଏକାଡେମୀ ପୁରସ୍କାରରେ ପ୍ରିୟାପ୍ରୀତିତୋଷଣ ହୋଇଥିବା ଅଭିଯୋଗ କରିଛନ୍ତି।
ଓଡ଼ିଶାର କଳା, ସଂସ୍କୃତି, ଲୋକକଳା, ମଞ୍ଚ ନାଟକ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରେ ବହୁ ସୁନାମଧନ୍ୟ ଓ ପ୍ରତିଭାସମ୍ପନ୍ନ କଳାକାର ନିଜ ଜୀବନକୁ ଉତ୍ସର୍ଗ କରି ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇଥିଲେ ମଧ୍ୟ ସେମାନଙ୍କୁ ଅବହେଳା କରାଯାଇଥିବା ସେମାନେ କହିଛନ୍ତି। ପୁରସ୍କାର ତାଲିକାରୁ ବହୁ ବରିଷ୍ଠ ଓ ପ୍ରତିଭାବାନ୍‌ କଳାକାରଙ୍କୁ ବାଦ୍‌ ଦିଆଯାଇଛି। କିଛି ହାତଗଣତି ନାଟକ କରି ଅଭିନୟ, ନିର୍ଦ୍ଦେଶନା ଭଳି କ୍ଷେତ୍ରରେ ଏକାଡେମୀ ପୁରସ୍କାର ହାତେଇଛନ୍ତି। ମଞ୍ଚନାଟକ ସହ ଜଡ଼ିତ ଭୁବନେଶ୍ୱରର କିଛି ମୁଷ୍ଟିମେୟ ବ୍ୟକ୍ତି ବାରମ୍ବାର ଚୟନ କମିଟିରେ ରହି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀକୁ କବ୍‌ଜା କରି ଏଭଳି ଦୁର୍ନୀତି କରୁଛନ୍ତି। ଏପରି କି ଏକ ନିର୍ଦ୍ଦିଷ୍ଟ ନାଟ୍ୟସଂସ୍ଥାର ସଭାପତି ଏକାଡେମୀ କାର୍ଯ୍ୟକାରୀ ପରିଷଦରେ ରହି ପୁରସ୍କାର ପାଇଁ ପ୍ରତିଭା ଚୟନ କରିଥିବାବେଳେ ତାଙ୍କ ସଂସ୍ଥାର ଜଣେ ବ୍ୟକ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି, ଯାହାକୁ ନେଇ ଅଧିକ ବିବାଦ ଉଠିଛି। ସେହିଭଳି ଭୁବନେଶ୍ୱରର ଆଉ ଏକ ନାଟ୍ୟାନୁଷ୍ଠାନର ଏକାସଙ୍ଗେ ଦୁଇଜଣ ସଦସ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ନାଟ୍ୟ ସଂଘ ମାଧ୍ୟମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହ ସିଧାସଳଖ ସମ୍ପୃକ୍ତ ଥିବା ଆଉ ଜଣେ ନାଟ୍ୟ ନିର୍ଦ୍ଦେଶକ ଏକାଡେମୀର ସାଧାରଣ ପରିଷଦ ଦ୍ୱାରା କିଭଳି ପୁରସ୍କୃତ ହେବାକୁ ମନୋନୀତ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏକାଡେମୀର କାର୍ଯ୍ୟକାରୀ ସମିତି ଦ୍ୱାରା ସିଧାସଳଖ ମନୋନୀତ ହୋଇଥିବା ବ୍ୟକ୍ତିତ୍ୱଙ୍କୁ ସାଧାରଣ ପରିଷଦ ଦ୍ୱାରା ବାଦ୍‌ ଦିଆଯିବା ଆଲୋଚନାର ବିଷୟ ହୋଇଛି। ଗତବର୍ଷ ମଧ୍ୟ ଏକାଡେମୀ ପୁରସ୍କାରକୁ ନେଇ ସମାନ ବିବାଦ ଉଠିଥିଲା। ପ୍ରବଳ ଜନ ଅସନ୍ତୋଷ ଓ ପ୍ରତିବାଦ ହେବା ପରେ ପୁରସ୍କାର ତାଲିକାରେ ସୁଧାର ଆସିଥିଲା। ତେବେ ବାରମ୍ବାର ଏଭଳି ବିବାଦ ହେବା ଦ୍ୱାରା ଏକାଡେମୀର ମର୍ଯ୍ୟଦା ହାନି ହେଉଥିବା ସେମାନେ କହିଛନ୍ତି। ଏନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଗୁରୁ ବିଜୟ ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଆମେ କୌଣସି ବିବାଦ ଭିତରେ ପଶିନାହୁଁ। ସାଧାରଣ ପରିଷଦର ୩୨ଜଣ ସଦସ୍ୟ ମିଶି ସର୍ବସମ୍ମତିକ୍ରମେ ପୁରସ୍କାର ଚୟନ କରିଛନ୍ତି। ବିଭିନ୍ନ ଜିଲାର କଳାକାର, ମହିଳା କଳାକାର ଓ ଲୋକକଳା କଳାକାରଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଯୋଗ୍ୟତାଭିତ୍ତିରେ ଚୟନ ହୋଇଛି। ପୁରସ୍କାର ଏକ ନିରନ୍ତର ପ୍ରକ୍ରିୟା। ଯେଉଁମାନେ ଏ ବର୍ଷ ପାଇନାହାନ୍ତି, ସେମାନେ ଆସନ୍ତା ବର୍ଷ ପାଇବେ। ଏଥିରେ ମନଦୁଃଖ କରିବାର କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ…

ଚୁଆକୁ ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର: ଆଉ ତା’ପରେ ଘଟିଲା..

ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ…

ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକଙ୍କ ଆଲୋଚନା: ପ୍ରତିଶ୍ରୁତି ଦେଇ କହିଲେ…

ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ…

ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତିଙ୍କୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, ଜାଣନ୍ତୁ କିଏ ଦେଇଛନ୍ତି ଏମିତି ଧମକ

ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଝାରଗ୍ରାମ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୋକାନରେ ଝାଲମୁଢି ଖାଇବା ପାଇଁ ଅଟକିଥିଲେ, ଏକ ଭିଡିଓରେ କଏଦ…

କକ୍ରୋଚ ଜନତା ପାର୍ଟିକୁ ମିଳିବ ନିର୍ବାଚନୀ ଚିହ୍ନ? ଜାତୀୟ ରାଜନୀତି ହଲଚଲ!

ନୂଆଦିଲ୍‌ଲୀ,୨୨।୫: ଡିଜିଟାଲ ଯୁଗରେ, ସୋସିଆଲ ମିଡିଆରେ କ’ଣ ଭାଇରାଲ ହେବ କିମ୍ୱା କେବେ ହେବ ତାହା କହିହେବ ନାହିଁ। ମାତ୍ର ପାଞ୍ଚ ଦିନ ପୂର୍ୱରୁ, ଇଣ୍ଟରନେଟରେ ଆରମ୍ଭ…

କେତେ ପଢିଛନ୍ତି ଶାହରୁଖ ଖାନଙ୍କ ଝିଅ: ବାପାଙ୍କ ସହ କରିବେ ଧମାଲ୍‌

ଯେତେବେଳେ ଷ୍ଟାର କିଡ୍ସଙ୍କ ପ୍ରସଙ୍ଗ ଉଠାଯାଏ, ପ୍ରଥମେ ଶାହରୁଖ ଖାନଙ୍କ ଝିଅ ସୁହାନାଙ୍କ ନାଁ ଆଗରେ ଆସେ। ସୁହାନା ତାଙ୍କର ଚମତ୍କାର ଲୁକ ପାଇଁ ପ୍ରାୟତଃ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri