ବିପଦରେ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ ଅଫିସ,୨୩-୧୦:ଶ୍ରୀମନ୍ଦିର ଗର୍ଭଗୃହର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ବିପଦରେ ରହିଛି ଗର୍ଭଗୃହ। ଏହାର କାନ୍ଥରେ ଫିମ୍ପି ଲାଗିଥିବାବେଳେ ଧଳାଛାପର ଚିହ୍ନ ମାଡ଼ିିଗଲାଣି। ଏପରି କି ବର୍ଷତମାମ୍‌ ଦୀପ ଜଳିବା ଦ୍ୱାରା କାନ୍ଥ କଳା ପଡ଼ିଛି। ପୁଣି ଗର୍ଭଗୃହର ପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିବାବେଳେ ଏସି ଯୋଗୁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ପୂର୍ତ୍ତ ବିଭାଗ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ମଙ୍ଗଳବାର ଚିଠି ଲେଖି ଅବଗତ କରାଇଛି। ଗତ ଜୁଲାଇ ୬ତାରିଖରେ ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗ, ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟମାନେ ମିଳିତ ଭାବେ ଗର୍ଭଗୃହର ତଳ ଓ ପ୍ରଥମ ମହଲା, ଜଗମୋହନ, ବେହେରଣ ଦ୍ୱାର, ନାଟମଣ୍ଡପ ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିିଛି। ଯାଞ୍ଚ ସରିବା ପରେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଗର୍ଭଗୃହ ଯାଞ୍ଚ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ବୈଠକର ନିର୍ଯାସକୁ ଆଧାର କରି ବିଭାଗ ଏଏସ୍‌ଆଇକୁ ଚିଠି ଲେଖିଛି।
ଉକ୍ତ ଚିଠିରେ ଦର୍ଶାଯାଇଛି, ଗର୍ଭଗୃହ ଚଟାଣର ଗୋଟିଏ ମିଟର ଉଚ୍ଚ ପର୍ଯ୍ୟନ୍ତ କାନ୍ଥରେ ଧଳାଛାପ ମାଡ଼ିିଗଲାଣି। ଏପରି କି ରତ୍ନସିଂହାସନ ପଛ କାନ୍ଥରେ ଫିମ୍ପି ଲାଗିଯାଇଛି। ଭିତର କାନ୍ଥ ବି ଓଦାଳିଆ ରହୁଛି। ଗର୍ଭଗୃହ ନଳାରେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ପାରୁନାହିଁ। ବର୍ଷକୁ ମାତ୍ର ଥରେ ନଳା ସଫା କରାଯାଉଥିବା ବେଳେ ବର୍ଷତମାମ୍‌ ପାଣି ଜମି ରହୁଛି। ଅନ୍ୟପକ୍ଷରେ ପୂଜା ବିଧି ପାଇଁ ବର୍ଷଯାକ ଗର୍ଭଗୃହରେ ଦୀପ ଜଳା ଯାଉଥିବାରୁ ତଳ ମହଲା କାନ୍ଥ, କନକମୁଣ୍ଡି କାଠ ଫ୍ରେମ୍‌ (ସିଂହାସନ ଉପର ଭାଗ)ରେ କଳା ଆସ୍ତରଣ ଜମିଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ବାତ୍ୟା ଫନୀ ସମୟରେ ମଧ୍ୟ ଗର୍ଭଗୃହରେ ପାଣି ଲିକ୍‌ କରିଥିବା ସେବାୟତ ଏବଂ ଯାଞ୍ଚ କମିଟି ସଦସ୍ୟଙ୍କ ନଜରକୁ ଆସିଥିଲା। ଭିତରକାଠରେ ଲାଗିଥିବା ଏସି ମଧ୍ୟ ସମସ୍ୟା ବଢାଉଛି। ଶ୍ରୀମନ୍ଦିରରେ ଏସି ବ୍ୟବହାରକୁ ଏଏସ୍‌ଆଇ ବାରଣ କରିଥିବାବେଳେ ଗର୍ଭଗୃହରେ ପାଣି ନିଷ୍କାସନ ଉପରେ ଗୁରୁତ୍ୱ ଦେଇଛି। ଏଏସ୍‌ଆଇର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ କୁମାର ମଲ୍ଲିକ କହିଛନ୍ତି, କାନ୍ଥରେ ଯେଉଁ ଆଦର୍‌ରତା ରହୁଛି ତାହାର ଗୋଟିଏ କାରଣ ଏସି ହୋଇଥାଇପାରେ। ଗର୍ଭଗୃହରୁ ପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିବାରୁ କାନ୍ଥ ଓଦାଳିଆ ରହୁଥାଇପାରେ। ଶ୍ରୀମନ୍ଦିରର ନିର୍ମାଣଶୈଳୀ ପାଇଁ ଏସି ଠିକ୍‌ ନୁହେଁ ବୋଲି ମଲ୍ଲିକ କହିଛନ୍ତି। ସୂଚନାଥାଉ କି, ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଯାଞ୍ଚ କରାଯାଇଥାଏ। ଏଥର ପୂର୍ତ୍ତ ବିଭାଗ ଏଏସ୍‌ଆଇକୁ ଯେଉଁ ଅବଗତ କରାଇଛି ତାହା ଉପରେ କି ପଦକ୍ଷେପ ନିଆଯାଉଛି ତାକୁ ହିଁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri