ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ

ଅନୁଗୋଳ ସହର,୨।୩ (ଡି.ଏନ.ଏ.)  ଅନୁଗୋଳ ସହର ସଭାଘର ସମ୍ମୁଖ ତଥା ଷ୍ଟାଡିୟମ ନିକଟରେ ଥିବା ଗୋପବନ୍ଧୁ ପାର୍କକୁ ନେଇ ଏବେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ପାର୍କରେ ଥିବା ଶୁଖିଲା ଗଛ କଟାଯାଉ ନ ଥିବାରୁ ଏହା କେତେବେଳେ କାହା ଉପରେ ପଡ଼ିବ ସେ ନେଇ ଲୋକେ ଆଶଙ୍କାରେ ରହୁଛନ୍ତି। ଏଥିସହ ପୌର କର୍ତ୍ତୃପକ୍ଷ ଆବଶ୍ୟକ ରକ୍ଷଣାବେକ୍ଷଣ କରୁ ନ ଥିବାରୁ ଏଠାରେ ଲାଗିଥିବା ଅନେକ ଲାଇଟ୍‌ ରାତିରେ ଜଳୁନାହିଁ। ସେହିପରି ବିଦ୍ୟୁତ୍‌ ତାରଗୁଡ଼ିକର ଜଏଣ୍ଟ ସ୍ଥାନସବୁ ମୁକୁଳା ପଡ଼ିଥିବା ବେଳେ ଓ୍ବାଟର ମ୍ୟୁଜିକାଲ ମଧ୍ୟ ବର୍ଷ ବର୍ଷ ଧରି ସଫା ହେଉନାହିଁ। ଏ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସହରବାସୀ କହିଛନ୍ତି, ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପାର୍କର ନବୀକରଣ କରାଯାଇ ୨୦୧୩ ଜୁଲାଇ ୯ରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ହେଲେ ପୌର ପ୍ରଶାସନର ଅବହେଳା ପାଇଁ ଏହା ଧୀରେ ଧୀରେ ସୌନ୍ଦର୍ଯ୍ୟହୀନ ହୋଇପଡ଼ୁଛି। ପାର୍କ ମଧ୍ୟରେ ଥିବା ଶୁଖିଲା ଗଛ କଟାଯାଉ ନ ଥିବାରୁ ଅନେକ ସମୟରେ ସେଥିରୁ ଡାଳ ଭାଙ୍ଗି ତଳେ ପଡ଼ୁଛି। ତେଣୁ ଯେ କୌଣସି ସମୟରେ ଗଛ ଭାଙ୍ଗି ପଡିବାର ଆଶଙ୍କା ରହିଛି। ଦୈନିକ ବହୁ ଛୋଟ ପିଲାଙ୍କ ସହ ଶତାଧିକ ଲୋକ ପାର୍କକୁ ଆମୋଦପ୍ରମୋଦ ପାଇଁ ଆସୁଥିବାରୁ ସେମାନେ ବିପଦ ଆଶଙ୍କା କରୁଛନ୍ତି। ସେହିପରି ଦୋଳି, ଚେୟାର ସହ ବିଶ୍ରାମସ୍ଥଳ, ବିଭିନ୍ନ ବନ୍ୟପ୍ରାଣୀଙ୍କ ମୂର୍ତ୍ତି ଆଦି ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଆଲୋକୀକରଣ ପାଇଁ ୩୫ ସିଏଫ୍‌ଏଲ୍‌ ଷ୍ଟାଣ୍ଡ ଲାଇଟ, ଦୁଇଟି ହାଲୋଜେନ ଲାଇଟ ଥିବାବେଳେ ସେଥିରୁ ଅନେକ ଖରାପ ହୋଇଯାଇଛି। ଫଳରେ ରାତିରେ ପାର୍କର ବହୁ ସ୍ଥାନ ଅନ୍ଧାର ରହୁଛି। ବିଦ୍ୟୁତ୍‌ ବୋର୍ଡ, ସୁଇଚ, କେବୁଲ ତାର ଆଦି ନଷ୍ଟ ହୋଇ ଖୋଲାରେ ପଡିଛି। ପାଣିକୁଣ୍ଡଟି ପ୍ରାୟ ୨ ବର୍ଷ ହେଲା ସଫା ହୋଇ ନ ଥିବାରୁ ସେଥିରୁ ପଚାଗନ୍ଧ ବାହାରୁଛି। ତୁରନ୍ତ ବିପଦସଙ୍କୁଳ ଅବସ୍ଥାରେ ଥିବା ଗଛ ହଟାଯିବା, ଲାଇଟଗୁଡିକର ମରାମତି ସହ ଆଉ ଅଧିକ ୫ଟି ଏଲ୍‌ଇଡି ଲାଇଟ ବ୍ୟବସ୍ଥା କରାଯିବା, ବିଦ୍ୟୁତ୍‌ ଉପକରଣଗୁଡିକ ମରାମତି ସହ ପାର୍କର ସୌନ୍ଦର୍ଯ୍ୟକରଣ କରାଯିବାକୁ ଦାବି ହୋଇଛି।
ଏ ବିଷୟରେ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ କୁମାର ପଣ୍ଡା କହିଛନ୍ତି, ଯେତେଶୀଘ୍ର ସମ୍ଭବ ପାର୍କର ମରାମତି କରାଯିବ। ଶୁଖିଲା ଗଛକୁ ହାଣିବା ପାଇଁ ବ୍ୟବସ୍ଥା କରାଯିବ। ଜିଲାପାଳ ପାର୍କକୁ ଯାଇ ସମସ୍ୟା ଦେଖି ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri