ବିପଦ ଆଣିପାରେ ରକ୍ଷାକବଚ

ଭୁବନେଶ୍ୱର, ୧୬ା୪: କରୋନା ଲଢେଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ରାଜ୍ୟର ହଜାର ହଜାର ସ୍ବାସ୍ଥ୍ୟକର୍ମୀ। ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ, ଆଟେଣ୍ଡାଣ୍ଟ୍‌ ଓ କର୍ମଚାରୀ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଘାତକ ଭାଇରସ୍‌ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସେବା ଜାରି ରଖିଛନ୍ତି। ହେଲେ ସେମାନଙ୍କ ସୁରକ୍ଷା କବଚ ସାଜୁଥିବା ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପମେଣ୍ଟ (ପିପିଇ) କିଟ୍‌ର ଗୁଣବତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ବ୍ୟବହାର କରୁଥିବା ପିପିଇ କିଟ୍‌ ଲୋକାଲ କମ୍ପାନୀର ବୋଲି ଅଭିଯୋଗ ଉଠୁଛି। ବର୍ତ୍ତମାନ କରୋନା ଚିକିତ୍ସାରେ ପିପିଇ କିଟ୍‌ ଓ ଭେଣ୍ଟିଲେଟରର ଜରୁରୀ ଆବଶ୍ୟକତା ରହିଛି। ସାରା ବିଶ୍ୱରେ ଏବେ ଏହି ସରଞ୍ଜାମ ଅଭାବ ଦେଖାଦେଇଛି। ଚାହିଦାକୁ ଦୃଷ୍ଟିରେ ରଖି ବଡ଼ ବଡ଼ କମ୍ପାନୀଗୁଡ଼ିକ ଭେଣ୍ଟିଲେଟର ନିର୍ମାଣ କରୁଥିବାବେଳେ ସ୍ଥାନୀୟ ଉଦ୍ୟୋଗୀ ପିପିଇ କିଟ୍‌ ପ୍ରସ୍ତୁତ କରୁଛନ୍ତି। ଓଡ଼ିଶାରେ ପିପିିଇ କିଟ୍‌ ତିଆରି କରୁଥିବା ବହୁ ବାୟୋମେଡିକାଲ ଇଞ୍ଜିନିୟର ଓ ସଂସ୍ଥା ଏବେ ପିପିଇ କିଟ୍‌ ପ୍ରସ୍ତୁତବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ଗାଇଡ୍‌ଲାଇନ୍‌କୁ ଅନୁକରଣ କରୁନାହାନ୍ତି। ରାଜ୍ୟ ସରକାର ମଧ୍ୟ ଏହାର ମାନ ଯାଞ୍ଚ ଉପରେ ଗୁରୁତ୍ୱ ଦେଉ ନ ଥିବାରୁ ଉକ୍ତ ପିପିଇ କିଟ୍‌ ସଂକ୍ରମଣକୁ ପ୍ରତିରୋଧ କରିବା ପରିବର୍ତ୍ତେ ବିପଦକୁ ଆମନ୍ତ୍ରଣ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଅଭିଯୋଗ ମୁତାବକ, ରାଜ୍ୟର କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ କର୍ମଚାରୀଙ୍କୁ ସ୍ବତନ୍ତ୍ର ପିପିଇ କିଟ୍‌ ପ୍ରଦାନ କରାଯାଇନାହିଁ। ଅଧିକାଂଶ ସ୍ଥାନରେ ସ୍ବାସ୍ଥ୍ୟକର୍ମୀମାନେ ଏଚ୍‌ଆଇଭି, ହେପାଟାଇଟସ୍‌ ବି ଓ ହେପାଟାଇଟସ୍‌ ସି ପାଇଁ ଉଦ୍ଦିଷ୍ଟ ୟୁନିଭର୍ସାଲ କିଟ୍‌ ପିନ୍ଧି କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ଏସବୁ କରୋନା ଭୂତାଣୁ ଲାଗି ଆଇସିଏମ୍‌ଆର୍‌ ସାର୍ଟିଫାଏଡ୍‌ କିଟ୍‌ ନୁହେଁ ବୋଲି ଜଣେ ବରିଷ୍ଠ ବିଶେଷଜ୍ଞ ସୂଚନା ଦେଇଛନ୍ତି। କରୋନା ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ପିପିଇ ଭଳି ଏହାର ବଡି ଫ୍ଲୁଇଡ୍‌ ପ୍ରୁଫ୍‌ ନୁହେଁ। ଏଥିରେ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିକଟରେ ମହାରାଷ୍ଟ୍ରରେ ଏଭଳି ନକଲି ପିପିଇ କିଟ୍‌ ପାଇଁ ବହୁ ସଂଖ୍ୟାରେ ଡାକ୍ତର ଏବଂ ନର୍ସ କରୋନା ସଂକ୍ରମିତ ହୋଇଥିଲେ। ଓଡ଼ିଶା ସରକାର ଯଦି ଏଭଳି ଭୁଲ୍‌ କରନ୍ତି ତା’ହେଲେ ସ୍ବାସ୍ଥ୍ୟକର୍ମୀମାନେ ସଂକ୍ରମିତ ହେବା ଯଥେଷ୍ଟ ଆଶଙ୍କା ରହିଛି। ଏଥିସହ ଆଗକୁ ରାଜ୍ୟର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ପୂରା ବିଗିଡ଼ି ଯିବ ବୋଲି ସେ କହିଛନ୍ତି।

ବହୁ ପାରାମେଡିକାଲ କର୍ମଚାରୀ ଏବେ ଲୋକାଲ କମ୍ପାନୀ ତଥା ସ୍ଥାନୀୟ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ପିପିଇ କିଟ୍‌ ବ୍ୟବହାର କରୁଛନ୍ତି। କିଛି ବେସରକାରୀ ହସ୍ପିଟାଲ ନିଜ କର୍ମଚାରୀଙ୍କୁ ଏହି ଲୋକାଲ୍‌ ମେଡ୍‌ ପିପିଇ କିଟ୍‌ ଯୋଗାଇଛନ୍ତି। ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ସ୍ବତନ୍ତ୍ର ଗ୍ଲୁ ବା ଅଠା ବ୍ୟବହାର କରାଯାଇ ଗାଉନ୍‌ ପ୍ରସ୍ତୁତ କରିବାର ନିୟମ ରହିଥିଲେ ମଧ୍ୟ ଏହାକୁ ଅଧିକାଂଶ ମାନୁନାହାନ୍ତି। ଅଠା ପରିବର୍ତ୍ତେ ଏହାକୁ ସିଲେଇ କରାଯାଇଥିବାରୁ ଭୂତାଣୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ଅନ୍ୟ କେତେକ କିଟ୍‌କୁ ନେଇ ମଧ୍ୟ ଅଭିଯୋଗ ଉଠୁଛି। ତେବେ ଏଭଳିସ୍ଥଳେ ପିପିଇ କିଣିବା ପୂର୍ବରୁ ସାବଧାନ ଓ ସତର୍କ ରହିବାକୁ କହିଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌(ଆଇଏମ୍‌ଏ)। ଆଇସିଏମ୍‌ଆର୍‌ ସାର୍ଟିଫାଏଡ୍‌ କମ୍ପାନୀ ଦ୍ୱାରା ତିଆରି ହୋଇଛି କି ନାହିଁ, ବଡି ଫ୍ଲୁଇଡ୍‌ ପ୍ରୁଫ୍‌ କି ନୁହେଁ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସମସ୍ତ ଗାଇଡ୍‌ଲାଇନ୍‌କୁ ଏହା ଅନୁକରଣ କରିଛି କି ନାହିଁ, ଏସବୁ ଭଲଭାବେ ଯାଞ୍ଚ କରି ବ୍ୟବହାର କରିବାକୁ କହିଛି ଆଇଏମ୍‌ଏ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri