ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ୧୦କୋଟି ଠକେଇ: ଏସ୍‌ଡିପିଓଙ୍କ ଦ୍ୱାରସ୍ତ ହେଲେ ଜମାକାରୀ

ବ୍ରହ୍ମପୁର ଅଫିସ,୬ା୧୧-ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲାର ହଜାର ହାଜର ଜମାକାରୀଙ୍କ କୋଟି କୋଟି ଟଙ୍କା ଠକି ନେଇଯାଇଛନ୍ତି। ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ପ୍ରଥମ ଲେନ୍‌ରେ ଖୋଲିଥିବା ବିନୋଦିନୀ ପ୍ରାଇଭେଟ ଲିମିଟେଡ଼ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଚିକିଟି ନିର୍ବାଚନ ମଣ୍ଡଳୀ, ପାତ୍ରପୁର ବ୍ଲକ ଅଞ୍ଚଳର ଶତାଧିକ ଆଦିବାସୀ ଜମାକାରୀଙ୍କଠାରୁ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଜମାକାରୀଙ୍କ ମଧ୍ୟରୁ ଏକ ୧୦ ଜଣିଆ ପ୍ରତିନିଧି ଦଳ ବୈଦ୍ୟନାଥପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ସେଠାରେ ସେମାନେ ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁପ୍ରସାଦ ପତିଙ୍କୁ ଭେଟିଥିଲେ। ଉକ୍ତ ସଂସ୍ଥାର ଏଜେଣ୍ଟ ଦେବରାଜ ମହାରଣା କିଛିବର୍ଷ ତଳେ ଜରଡ଼ା ଥାନା ଅନ୍ତର୍ଗତ ସୁରଡା, ଗୋଲାଣି ବିଲେଇଛାଇ ଆଦି ଗ୍ରାମକୁ ଯାଇ ଆଦିବାସୀ ଲୋକଙ୍କୁ ବିନୋଦିନୀ ପ୍ରୋଜେକ୍ଟସ୍‌ ଲିମିଟେଡ଼ରେ ଟଙ୍କା ବାନ୍ଧିବାକୁ କହିଥିଲେ। ଟଙ୍କା ଜମାର ୨ ବର୍ଷରେ ଏହା ୩ ଗୁଣ ଓ ୩ ବର୍ଷରେ ୫ ଗୁଣ ଟଙ୍କା ମିଳିବ ବୋଲି ଲୋଭ ଦେଖାଇଥିଲେ। ବିନୋଦିନୀ ଚିଟଫଣ୍ଡ ସଂସ୍ଥାରେ ଲୋକମାନେ ଟଙ୍କା ଜମା କରିଥିଲେ। ଟଙ୍କା ଫେରସ୍ତ ସମୟ ୨୦୧୭ରେ ସଂସ୍ଥା ରାତାରାତି ଉଭାନ ହୋଇଯାଇଥିଲା। କ୍ଷତିଗ୍ରସ୍ତ ଜମାକାରୀ ଅଭି ଶବର, ଚନ୍ଦ୍ରମଣି ଶବର, ସତ୍ୟ ଶବର, କାଞ୍ଚନ ଶବର, ଜୟଦୀପ ଶବର, ଭାସ୍କର ଶବର, ବୃନ୍ଦାବନ ଶବର, ଗୁଡିଆ ଶବର, ସହଦେବ ଶବର ଓ ପର୍ଶୁରାମ ଶବର ମଙ୍ଗଳବାର ଆଇନଜୀବୀ ଦୟାନିଧି ପାଣିଗ୍ରାହୀଙ୍କ ସହାୟତାରେ ଏସ୍‌ଡ଼ିପିଓ ପତିଙ୍କୁ ଭେଟି ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏନେଇ ଏସ୍‌ଡ଼ିପିଓ ପତି କୁହନ୍ତି, ବିନୋଦିନୀ ଚିଟଫଣ୍ଡ ସଂସ୍ଥା ବିଭିନ୍ନ ରାଜ୍ୟରେ ଜମାକାରୀଙ୍କୁ ଠକେଇ କରିଛି। ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ଧରାକୋଟ ଥାନା ଅନ୍ତର୍ଗତ ରୁଗୁମାର ଧୀରେନ ସ୍ବାଇଁ, ତାଙ୍କ ସ୍ତ୍ରୀ ସଙ୍ଗୀତା ସ୍ବାଇଁ, ଭାଇ ହିତେନ ସ୍ବାଇଁ ଓ ଶଳା ବିନୋଦ ସ୍ବାଇଁ ଅଟନ୍ତି। ସେମାନଙ୍କ ନାମରେ ସୁରଟର କିଛି କ୍ଷତିଗ୍ରସ୍ଥ ଜମାକାରୀ ୨୦୧୮ ମାର୍ଚ୍ଚ ୧୪ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୃଥକ ଭାବେ ନଂ. ୬୩/୧୮ ଓ ୬୪/୧୮ରେ ଦୁଇଟି ମାମଲା ରୁଜୁୁ କରିଛି। ମଙ୍ଗଳବାର ଜରଡ଼ା ଅଞ୍ଚଳର ଜମାକାରୀଙ୍କ ଏହି ଅଭିଯୋଗଟି ଉକ୍ତ ମାମଲାରେ ଯୋଡି ଦିଆଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଛତିଶଗଡ଼ ପୋଲିସ ମଣିକପୁର ଥାନା କେସ୍‌ ନଂ. ୪୧୯/୧୮ ଅନୁସାରେ ବିନୋଦିନୀ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ଧୀରେନ ସ୍ବାଇଁଙ୍କୁ ନିଆଦିଲ୍ଲୀର ନୋଇଡା ଅଞ୍ଚଳରୁ ମେ ୩୧ ତାରିଖରେ ଗିରଫ କରିଥିଲା। ସେହିପରି ତାଙ୍କ ଭାଇ ହିତେନଙ୍କୁ ଜୁଲାଇ ୧୦ରେ ରାୟପୁରରୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତ ଏବେ କୋରବା ଜେଲରେ ଅଛନ୍ତି। ସେହିପରି ବ୍ରହ୍ମପୁର ଓପିଆଇଡ଼ି କୋର୍ଟ ପକ୍ଷରୁ କୋରବା ଜେଲରେ ଥିବା ଧୀରେନ ଓ ତାଙ୍କ ଭାଇ ହିତେନକୁ ବ୍ରହ୍ମପୁର ଆଣି କୋର୍ଟରେ ହାଜର ପାଇଁ ନିର୍ଦେଶ ଦେଇଥିଲା। ହେଲେ ସେମାନଙ୍କ ବିରୋଧରେ ସେଠାକାର କୋର୍ଟରେ ଚାର୍ଜଫ୍ରେମ ହୋଇ ନ ଥିବାରୁ ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସେଠାକୁ ଯାଇ ନିରାଶ ହୋଇ ଫେରିଛି। ଏଣୁ ପୁଣି ଥରେ ଓପିଆଇଡ଼ି କୋର୍ଟ ବିନୋଦିନୀ ଚିଟଫଣ୍ଡ ୨ ନିର୍ଦ୍ଦେଶକ ଭାଇଙ୍କୁ ବ୍ରହ୍ମପୁର ଆଣିବା ପାଇଁ ଗତ ୨ ତାରିଖରେ ନିର୍ଦ୍ଦେଶ ଦେଇଥିବା ଏସଡ଼ିପିଓ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri