ବିନାନୁମତିରେ କାଟିଦେଲେ ଶତାଧିକ ଗଛ

କାଳିଆପାଣି,୯ା୨(ଡିଏନଏ): ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇ ପୃଥିବୀ ଧ୍ୱଂସ ହେବାକୁ ବସିଥିବାବେଳେ ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ସଂରକ୍ଷିତ ଜଙ୍ଗଲରୁ ବେଆଇନଭାବେ ଶହଶହ ଗଛ କଟାଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସୁକିନ୍ଦା ବନଖଣ୍ଡ ଅଧୀନରେ ରହିଥିବା କାଙ୍କଡ଼ପାଳ ପଞ୍ଚୟତର ଭାଲୁକିପାତଳା ଗ୍ରାମ ସଂରକ୍ଷିତ କାଜୁ ଜଙ୍ଗଲରୁ ଲଗାତରଭାବେ ଦୁର୍ବୃତ୍ତମାନେ ଗଛ କାଟି ନେଉଛନ୍ତି। ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାଲୁକିପାତଳା ଗ୍ରାମ ନିକଟରେ ଏକ କାଜୁ ଉଦ୍ୟାନ ରହିଥିଲା। ଯେଉଁଥିରେ ହଜାର ହଜାର କାଜୁ ଗଛ ୫୦ ହେକ୍ଟର ଜମିରେ ରହିଥିଲା। ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ତାହାକୁ ନିଲାମ କରାଯାଇ ଲକ୍ଷାଧିକ ଟଙ୍କା ରାଜସ୍ବ ସରକାରଙ୍କ ତହବିଲକୁ ଯାଉଥିଲା। ଏହି କାଜୁ ଗଛରୁ ପଡ଼ୁଥିବା ପତର ଗୋଟାଇ ସ୍ଥାନୀୟ ଗ୍ରାମବାସୀ ଜଳେଣିଭାବେ ବ୍ୟବହାର କରୁଥିଲେ। ଏଥିସହ ଏହି ଗଛ ଅଞ୍ଚଳରେ ଏକ ସବୁଜ ବଳୟ ସୃଷ୍ଟି କରୁଥିଲା। ତେବେ ଓଡ଼ିଶା ଖଣି ନିଗମ ପକ୍ଷରୁ କାଳିଆପାଣି ପଞ୍ଚୟତର ପୁରୁଣାପାଣି ଗ୍ରାମବାସୀଙ୍କୁ ୫ବର୍ଷ ପୂର୍ବେ ସେହି ଅଞ୍ଚଳକୁ ବିସ୍ଥାପିତ କରାଯାଇଛି। ସମସ୍ତ ପରିବାରକୁ ୨ ଗୁଣ୍ଠ ଜମିପଟ୍ଟା ଦେବା ସହ ଘର କରିବାକୁ ପରିବାର ପିଛା ଆର୍ଥତ୍କ ସହଯୋଗ ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ ବିସ୍ଥାପିତମାନେ ଧିରେଧିରେ ସେହି ଅଞ୍ଚଳରୁ କାଜୁ ଗଛ କାଟି ପଦା କରିବାରେ ଲାଗିଛନ୍ତି। କିଛିଦିନ ହେବ ସେମାନେ କାଜୁ ଗଛ କାଟୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଇ ନ ଥିଲା। ଫଳରେ ଧିରେଧିରେ ଶହଶହ ଗଛ କାଟି ଅଞ୍ଚଳକୁ ପଦା କରି ଦେଇଥିଲେ। ଗୁରୁବାର ମଧ୍ୟ ୫୦ରୁ ଊର୍ଦ୍ଧ୍ୱ ଗଛ କାଟି ତଳେ ପକାଇ ଦେଇଥିଲେ। ଏହି ଖବରପାଇ ଭାଲୁକିପାତଳା ଗ୍ରାମର ବହୁ ମହିଳା ଓ ପୁରୁଷ କଟାଯାଇଥିବା ସ୍ଥାନରେ ପହଞ୍ଚତ୍ଥିଲେ। ପଚାରାଉଚରା କରିବାରୁ ବିସ୍ଥାପିତ ପରିବାରଗୁଡ଼ିକ ଏକ ଖେଳ ପଡ଼ିଆ କରିବାକୁ ଏପରି କରିଥିବା ପ୍ରକାଶ କରିଥିଲେ। ଭାଲୁକିପାତଳା ବନ ସୁରକ୍ଷା ସମିତି ବିସ୍ଥାପିତ ଗ୍ରାମବାସୀ ଏପରି କାହିଁକି କରିଥିବା ନେଇ ସେମାନଙ୍କୁ ପ୍ରଶ୍ନ କରିଥିଲେ ହେଁ ସେମାନେ କୌଣସି ଉତ୍ତର ଦେଇ ନ ଥିଲେ। ପରେ ଭାଲୁକିପାତଳା ଗ୍ରାମବାସୀମାନେ ମିଳିତଭାବେ କାଳିଆପାଣି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ କଟାଯାଇଥିବା କାଜୁ ଗଛ ଜବତ କରିଥିବାବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ସୁକିନ୍ଦା ବନ ବିଭାଗ ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କୁ ପଚାରିବାରୁ, ଗଛ କାଟିବା ଏକ ଅପରାଧ। ଯଦି ସେପରି କୌଣସି ସ୍ଥାନରେ କଟାଯାଇଛି, ତେବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri