ବିନା ଲିଜ୍‌ରେ ପଥର ଖାଦାନ, ବେଧଡ଼କ ପଥରଫଟା

ଦିଗପହଣ୍ଡି,୧୩ା୮(ଡି.ଏନ.ଏ.)- ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ତହସିଲ ଇଲାକାରେ ଥିବା କେରାଣ୍ଡିମାଳ ପର୍ବତକୁ ଗତ ପ୍ରାୟ ୧୫ ବର୍ଷ ନିର୍ଦ୍ଦିଷ୍ଟ କେତେଜଣ ପଥର ମାଫିଆ ଲୁଟି ଚାଲିଛନ୍ତି। ଏଠାରୁ ଦୁର୍ମୂଲ୍ୟ ଗ୍ରାନାଇଟ ପଥର ଚୋରାଚାଲାଣ କରାଯାଉଛି।ତେବେ ବିଳମ୍ବରେ ହେଉ ପଛେ ପୋଲିସ ପ୍ରଶାସନ କେତେଜଣ ଲୁଟେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ରହ୍ମପୁର ସହରର ଜଣେ ଜଣାଶୁଣା କ୍ରଶର ମାଲିକ, ତାଙ୍କ ଦୁଇ ସୁପରଭାଇଜର, ୫ ଗାଡ଼ି ଚାଳକ ଓ ୨ ସହଯୋଗୀଙ୍କୁ ବିଭିନ୍ନ ଦଫା ଏବଂ ବିସ୍ଫୋରକ ସାମଗ୍ରୀ ନିୟନ୍ତ୍ରଣ ଆଇନର କେତେକ ଧାରା ଅନୁଯାୟୀ କୋର୍ଟଚାଲାଣ କରିବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଅନେକଥର ପୋଲିସ ମହୁଡ଼ା ନିକଟ ପଥରଖାଦାନ ଓ କ୍ରଶର ୟୁନିଟ ଉପରେ ଚଢ଼ାଉ କରି କେତେଜଣ ଶ୍ରମିକ ଓ ଟ୍ରାକ୍ଟର ଚାଳକମାନଙ୍କୁ ଗିରଫ କରିଛି । କିନ୍ତୁ କ୍ରଶର ମାଲିକ କିମ୍ବା ତାଙ୍କ କର୍ମଚାରୀଙ୍କୁ ଧରିବାକୁ ପୋଲିସ କି ପ୍ରଶାସନ କେହି ସାହସ କରିପାରୁ ନ ଥିଲା ।
ଗତ କିଛିବର୍ଷ ହେଲା ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଅଞ୍ଚଳରେ ଥିବା ପାହାଡ଼ ପର୍ବତରୁ ରାତାରାତି ଟନ୍‌ ଟନ୍‌ ପଥର ଚାଲାଣ ହେଉଛି। ମୂଲ୍ୟବାନ ପଥର ମଧ୍ୟରେ ରହିଛି କଳା ଗ୍ରାନାଇଟ। ଏସବୁ ଗ୍ରାନାଇଟ ପଥର ବିଶାଖାପାଟଣା, ହାଇଦ୍ରାବାଦ, ଭୁବନେଶ୍ୱର, ପାରାଦୀପ, ବ୍ରହ୍ମପୁର, କଟକ ଆଦିକୁ ଚାଲାଣ ହେଉଛି। ଏପରିକି ଗଞ୍ଜାମ ଜିଲାର ବହୁ କ୍ରଶରକୁ ମଧ୍ୟ ପଥର ଚୋରାଚାଲାଣ ହେଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ଅଳ୍ପ କେତେକ ପଥର ଖାଦାନ (କ୍ବାରି)କୁ ଛାଡ଼ିଦେଲେ ବହୁ ସଂଖ୍ୟକ ପଥରକ୍ବାରୀ ବିନା ଲିଜ୍‌ରେ ଚାଲିଛି। ଏଥିରେ ପଥରମାଫିଆ ମାଲାମାଲ ହେଉଥିବା ବେଳେ ସରକାର ରାଜସ୍ବ ହରାଉଛନ୍ତି। ଅନ୍ୟପକ୍ଷରେ ପଥର ଖାଦାନଗୁଡ଼ିକରେ ଜିଲୋଟିନ, ଡିନାମାଇଟ ଭଳି ବିସ୍ଫୋରକ ଖଞ୍ଜି କମ୍ପ୍ରେଶର ମେଶିନ ଜରିଆରେ ପଥର ଫଟାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଯେ, ରାସ୍ତା ଓ ଚାଷଜମିକୁ ପଥରଖଣ୍ଡ ସବୁ ଛିଟିକି ଆସୁଛି । ଲିଜ୍‌ ଦିଆଯାଇଥିବା ଖାଦାନରୁ ପଥର ଉତ୍ତୋଳନ ବେଳେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ସର୍ତ୍ତ ପାଳନ କରାଯାଉନାହିଁ । ଲିଜ୍‌ଧାରୀ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ କେତେ ପରିମାଣର ପଥର ଉତ୍ତୋଳନ କଲେ ତାହା ତଦାରଖ ପାଇଁ ପଦକ୍ଷେପ ନିଆଯାଉନାହିଁ । ପ୍ରତ୍ୟେକ ଦିନ ଟ୍ରକ, ଟ୍ରାକ୍ଟର ଓ ଟିପ୍ପରରେ ମେଟାଲ, ପଥର, ଚିପ୍ସ, ସ୍ପଲ ଚୋରାଚାଲାଣ କରାଯାଉଥିଲେ ମଧ୍ୟ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ରାଜ୍ୟ କ୍ରାଇମବ୍ରାଞ୍ଚ ସିଆଇଡ଼ି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏବେ ଚଢ଼ାଉ ପାଇଁ ତପତ୍ର ହୋଇଛି। ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ କହିଛନ୍ତି, ପଥର ଖାଦାନରେ ବ୍ଲାଷ୍ଟିଂ ପାଇଁ କୌଣସି ଲିଜ୍‌ଧାରୀଙ୍କୁ ଅନୁମତି ଦିଆଯାଇନାହିଁ। ଥାନା ଆଇଆଇସି ଗୌରାଙ୍ଗ ଚରଣ ସାହୁ ପଥର ଚୋରାଚାଲାଣ ଓ ବିସ୍ଫୋରକ ସାମଗ୍ରୀ କାରବାର ସମ୍ପର୍କରେ ତଦନ୍ତ ଚାଲୁ ରହିଥିବା କହିଛନ୍ତି। ଅଭିଯୁକ୍ତଙ୍କ ଆର୍ଥିକ କାରବାର ସଂକ୍ରାନ୍ତରେ ନଜର ରଖାଯାଇଛି । ଆବଶ୍ୟକ ହେଲେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri