ବିନା ପାରିଶ୍ରମିକରେ ମାସ୍କ ତିଆରି

ବାରିପଦା ଅଫିସ, ୩୦ା୩- ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଚିନ୍ତିତ। ଏହି ଭାଇରସ୍‌ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଭାରତରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ବର୍ତ୍ତମାନ ସମୟରେ ସମସ୍ତେ ନିଜେ ନିଜ ଘରେ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ତକତପୁର ଅଞ୍ଚଳରେ ରହୁଥିବା ଏକ ପରିବାର ବିନା ପାରିଶ୍ରମକିରେ ମାସ୍କ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତକତପୁର ବଜାରରେ ରାଜେନ୍ଦ୍ର କବାଟ ଏକ ଲେଡ଼ିସ୍‌ ଟେଲର କରି ପରିବାର ପ୍ରତିପୋଷଣ କରନ୍ତି। ବର୍ତ୍ତମାନ ଲକଡ଼ାଉନ ହୋଇଥିବାରୁ ତାଙ୍କ ଦୋକାନ ବନ୍ଦ ରହିଛି। ଘରେ ବସି ବସି ମହାମାରୀ କରୋନା ସମୟରେ ସେବା ଯୋଗାଇ ଦେଉଥିବା ପୋଲିସ କର୍ମଚାରୀ ଓ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏବେ ମାସ୍କର ଘୋର ଅଭାବ ଦେଖା ଦେଉଥିବା ନେଇ ସେ ଚିନ୍ତିତ ହୋଇ ପଡ଼ିଥିଲେ। ତେଣୁ ରାଜେନ୍ଦ୍ର ନିଜେ ମାସ୍କ ତିଆରି କରି ମାଗଣାରେ ବାଣ୍ଟିବା ପାଇଁ ମନସ୍ଥ କରିଥିଲେ। ହେଲେ ଉନ୍ନତମାନର ମାସ୍କ ତିଆରି କରିବା ପାଇଁ କପଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ନିମିତ୍ତ ସମ୍ବଳ ଅଭାବ ଦେଖା ଦେଇଥିଲା। ଏହି ସମୟରେ ଭୁବନେଶ୍ୱରର ଏସଜିକେ ଫାଉଣ୍ଡେସନ ସହାୟତାର ହାତ ବଢ଼ାଇଥିଲା। ଏହା ପରେ ସେ ଓ ତାଙ୍କ ପରିବାର ମାର୍ଚ୍ଚ ୨୫ ତାରିଖରୁ ମାସ୍କ ତିଆରି ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଉତ୍ସର୍ଗୀକୃତ ପରିବାର ୨ ହଜାର ମାସ୍କ ତିଆରି କରିସାରିଥିବା ବେଳେ ଆଗାମୀ ଦିନରେ ଆହୁରି ୧୦ ହଜାର ମାସ୍କ ତିଆରି କରିବା ପାଇଁ ଯୋଜନା ରଖିଛନ୍ତି। ମାସ୍କ ତିଆରି କରିବାରେ ତାଙ୍କ ପରିବାରର ସଦସ୍ୟମାନେ ସହାୟତା କରୁଛନ୍ତି। ଗୋଟିଏ ଦିନରେ ପ୍ରାୟ ୮ ଘଣ୍ଟା ସେ ମାସ୍କ ତିଆରି କରିବାରେ ସମୟ ଦେଉଛନ୍ତି। ବଜାରରୁ କପଡ଼ା ଆଣି ତାଙ୍କୁ ସାଇଜ ଅନୁସାରରେ ରାଜେନ୍ଦ୍ର କାଟୁଥିବା ବେଳେ ସ୍ତ୍ରୀ ସଞ୍ଜନା କବାଟ ଓ ଅନ୍ୟ ଜଣେ ସହଯୋଗୀ ତନୁସ୍ମିତା ପତି ଏହାକୁ ସିଲାଇ କରନ୍ତି। ସିଲାଇ ସରିବା ପରେ ଏହାକୁ ରାଜେନ୍ଦ୍ର ଓ ତାଙ୍କ ବାପା ନରୋତ୍ତମ ମାସ୍କକୁ ଜରିରେ ପ୍ୟାକିଂ କରନ୍ତି। ମାସ୍କ ତିଆରି କରିବା ବେଳେ ସମସ୍ତେ ନିଜ ହାତକୁ ସାନିଟାଇଜ କରିବା ସହ ମୁହଁରେ ମାସ୍କ ପିନ୍ଧି ଉତ୍ସାହର ସହିତ କାମ ଆରମ୍ଭ କରିଥାନ୍ତି। ପ୍ରସ୍ତୁତ ହୋଇଥିବା ମାସ୍କଗୁଡ଼ିକୁ ବାରିପଦା ସମେତ ଭୁବନେଶ୍ୱର, କଟକ, ଏବଂ ଖୋର୍ଦ୍ଧା ଅଞ୍ଚଳର ପୋଲିସ ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଏସଜିକେ ଅନୁଷ୍ଠାନ ବଣ୍ଟନ କରିବ ବୋଲି ରାଜେନ୍ଦ୍ର କହିଛନ୍ତି। ବିନା ପାରିଶ୍ରମିକରେ ଏହିଭଳି କାମ କରୁଥିବାରୁ ଉକ୍ତ ପରିବାର ଲୋକଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri