ବିନା କାମ୍‌ରେ ସୂଚନା ଫଲକ

କୁଚିଣ୍ଡା, ୧୯।୬ (ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଗୋଛରା ପଁଚେତ୍‌ ଅଧୀନ ଲଇଗୁରା ଗଁାର ପାଏନ୍‌ ଖିଆ ବଁଧର ଉନ୍‌ନତିକରନ କାମ୍‌ ୪ ଲାଖ୍‌ ଟଁକା ଖରଚ ଅଟକଲରେ କରାଯାଉଛେ। ଇଆଡ଼େ ସରକାରୀ ନିୟମକେ ଦେଖ୍‌ଲେ ଜୁନ ୧୫ ଉତାରୁ ମାଟି କାମ୍‌ ନାଇଁ ହେବାର କଥା। ହେଲେ ଟଁକା ଖାଏବାର ଉଦେଶ୍‌ରେ ଇ କାମ୍‌ ଚାଲୁଥିବାର ଅଂଚଲରେ ଏହେଦେ ଚରଚାର ବିଷେ ହେଇଛେ। ଇ କାମ୍‌କେ ନେଇ ଗଁାବାସୀକର ଭିତରେ ବି ଅସନ୍‌ତୋଷ ଦେଖାଦେଇଛେ। ବଁଧର ଉନ୍‌ନତିକରନ ନଁାରେ ଜେସିବିରେ ମାଟି କୁଡ଼ି ଟ୍ରାକ୍ଟରରେ ଇନେ ସେନେ ପକାଯାଇଛେ। ସେନ୍‌ତା ବଁଧେ ଗାଧୁଆ ଘାଟ ତିଆରି କରାଯାଇଥିବାର ନେଇ ପଁଚେତ୍‌ ତରଫୁ ୨୦୧୬-୧୭ ଆର୍‌ଥିକ ବଛର୍‌ର ଦୁଇଟା ସୂଚନା ଫଲକ ଲଗାଯାଇଛେ। ଗୁଟେ ସୂଚନା ଫଲକ୍‌ରେ ଅଟକଲ ଖରଚ୍‌ ୧ ଲାଖ୍‌ ୩୪ ହଜାର ଟଁକା ରହିଥିଲାବେଲେ ଆରଗୁଟେରେ ୨ ଲାଖ୍‌ ୯୩ ହଜାର ଟଁକା ରହିଛେ। ହେଲେ ଆଶିରିଯ୍‌ର କଥା ୨୦୧୯-୨୦ ଆରଥିକ୍‌ ବଛର ତକ୍‌ ବଁଧେ ଗାଧୁଆ ଘାଟର ଦେଖା ନଁାଇଁନ। ସେନ୍‌ତା ୨୦୧୭-୧୮ ଆରଥିକ୍‌ ବଛରରେ ଇ ବଁଧର ଉନ୍‌ନତିକରନ୍‌ ଲାଗି ୪ ଲାଖ୍‌ ଟଁକାର ଖରଚ୍‌ ଅଟକଲର ଗୁଟେ ସୂଚନା ଫଲକ ରହିଛେ। ପରକୁତରେ ଯେନ୍‌ ଜାଗାରେ ମାଟି କୁଡ଼ଲେ ପାଏନ୍‌ଟା ରହିପାରବା ସେ ଜାଗାରେ ନାଇଁ କୁଡ଼ାଯାଇ। ବଁଧ ଭିତରର ବହୁତ ଜାଗାର ମାଟିକେ ଜେସିବିରେ ସମାନ କରାଯାଇଥିବାର ଦେଖ୍‌ବାକେ ମିଲୁଛେ।
ଦେଖ୍‌ବାକେ ଗଲେ ଇ ସବୁ କାମ୍‌ ବରଷା ଆଏବାର ଆଗରୁ ଜୁନ ୧୫ ଭିତରେ ସରବାର କଥା। ହେଲେ ଏହେଦେ ଇ କାମ୍‌ ଟଁକା ଖାଏବାର ଲାଗି କି ଅଲଗ୍‌ କେନ୍‌ ଉଦେଶରେ କରାଯାଉଛେ ବଲି ଗଁାବାସୀ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ପ୍ରତାପ ସାକୁଁ ପଚରାଲାରୁ ଗଲା ୨୦୧୬-୧୭ ଆର୍‌ଥିକ ବଛର୍‌ରେ କାମ୍‌ ହେବାର ଥିଲା। କେତେଟା ଅସବିଧାର ଲାଗି କାମ୍‌ ନାଇଁ ହେଇପାରି, ଇଥର କାମ୍‌ ଆରମ୍‌ କରାଯାଇଛେ। ଯେତେ ମାଟି କାମ୍‌ ହେଇଛେ ସେତ୍‌କି ଟଁକାର ବିଲ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri