ବିଧାନସଭାରେ ୩ ବିଧେୟକ ଗୃହୀତ

ଭୁବନେଶ୍ୱର, ୪ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଆଗତ ହୋଇଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଶନିବାର ଗୃହୀତ ହୋଇଛି। ଏଥି ମଧ୍ୟରେ ଦୁଇଟି ସଂଶୋଧନ ଏବଂ ଗୋଟିଏ ବେସରକାରୀ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଧେୟକ ରହିଥିଲା। ଏଗୁଡ଼ିକ ହେଉଛି- ଓଡ଼ିଶା ଲୋକାୟୁକ୍ତ(ସଂଶୋଧନ) ଅଧିନିୟମ-୨୦୧୯, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଧେୟକ-୨୦୧୯ ଏବଂ ତୃତୀୟଟି ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧେୟକ-୨୦୧୯। ଓଡ଼ିଶା ଲୋକାୟୁକ୍ତ ନିୟମ-୨୦୧୪, ଧାରା ୪୪ ଅନୁସାରେ ସରକାରୀ ପଦାଧିକାରୀମାନେ ପ୍ରତିବର୍ଷ ଜୁଲାଇ ୩୧ ସୁଦ୍ଧା ସେମାନଙ୍କ ସମ୍ପତ୍ତି ତାଲିକା କ୍ଷମତାପନ୍ନ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବାର ନିୟମ ରହିଥିଲା। ଏହି ଘୋଷଣାନାମା ବିଭାଗୀୟ ୱେବ୍‌ସାଇଟରେ ସେହି ବର୍ଷ ଅଗଷ୍ଟ ୩୧ ସୁଦ୍ଧା ପ୍ରଦର୍ଶିତ ହେବା ଆବଶ୍ୟକ ରହିଥିଲା। ଏହି ବ୍ୟବସ୍ଥାରେ ଥିବା ଅସୁବିଧାକୁ ବିଚାରକୁ ନେଇ ଭାରତ ସରକାର ଲୋକପାଳ ଓ ଲୋକାୟୁକ୍ତ ଅଧିନିୟମ-୨୦୧୩କୁ ସଂଶୋଧନ କରିଛନ୍ତି। ତେଣୁ ଓଡ଼ିଶା ସରକାର ୨୦୧୪ର ଧାରା ୪୪ର ପ୍ରତିସ୍ଥାପନ କରିବା ପାଇଁ ବିଚାର କରି ସଂଶୋଧନ ପ୍ରସ୍ତାବ ଦେଇଥିଲେ। ଏହି ବିଧେୟକ ସମ୍ପର୍କିତ ଆଲୋଚନାରେ ଭାଗନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଯୋଡ଼ିବା ପାଇଁ ପ୍ରସ୍ତାବ ରଖିଥିଲେ। ହେଲେ ତାହା କାଟ୍‌ ଖାଇ ଯାଇଥିଲା। ପ୍ରତିବର୍ଷ ପରି ଅଧିକାରୀମାନେ ନିଜ ସରକାରୀ ଚାକିରି ସରିବା ପରେ ନିଜର ପୂର୍ଣ୍ଣକାଳୀନ ସମ୍ପତ୍ତି ତାଲିକା ପ୍ରଦାନ କରିବା ସହ କିପରି ଉପାୟରେ ଏହା ଅର୍ଜିତ ହୋଇଛି, ତାହା ଜାଣିବା ସଂକ୍ରାନ୍ତରେ ନିୟମ କରିବାକୁ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବିଲ୍‌ ଆଲୋଚନାରେ ବିଜେଡି ସଦସ୍ୟ ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ସେହିପରି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ବେତନ, ପାରିଶ୍ରମିକ, ଫିଜ୍‌ କିମ୍ବା ମାନଦେୟ ନିମନ୍ତେ ସରକାରଙ୍କଠାରୁ କୌଣସି ଅନୁଦାନ ପାଇଁ ହକ୍‌ଦାର ହେବ ନାହିଁ ବୋଲି ପୂର୍ବରୁ ନିୟମ ରହିଥିଲା। ହେଲେ ବିଶ୍ୱବିଦ୍ୟାଳୟ ପ୍ରାଥମିକସ୍ତରରେ କର୍ମଚାରୀଙ୍କ ବେତନ ବହନ ସହ ନିଜ ରାଜସ୍ବ ସୃଷ୍ଟି କରିବାରେ ଅସମର୍ଥ ହେବା ଲକ୍ଷ୍ୟ କରାଯାଇଥିଲା। ତେଣୁ ଏହା ଆତ୍ମନିର୍ଭରଶୀଳ ହେବା ଯାଏ ସରକାର ଆର୍ଥିକ ଅନୁଦାନ ଦେବା ନେଇ ଆସିଥିବା ସଂଶୋଧନ ଗୃହୀତ ହୋଇଛି। ଏ ସମ୍ପର୍କିତ ଆଲୋଚନାରେ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ, କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏବଂ ତାରାପ୍ରସାଦ ବାହିନୀପତି ଆଲୋଚନାରେ ଭାଗ ନେଇଥିଲେ। ଅନୁରୂପ ଭାବେ ଖୋର୍ଦ୍ଧା ଜିଲା ଭୁବନେଶ୍ୱର ତହସିଲ ଚନ୍ଦକା ଥାନା ଅନ୍ତର୍ଗତ ଏସିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଆଗତ ବିଧେୟକକୁ ଗୃହର ମଞ୍ଜୁରୀ ମିଳିଛି। ଏହା ଏକ ବେସରକାରୀ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଲ୍‌ ହୋଇଥିବାରୁ ଏହାକୁ ସିଲେକ୍ଚ କମିଟିକୁ ପଠାଇବା ପାଇଁ କେତେକ ସଭ୍ୟ ମତ ରଖିଥିଲେ। ଏ ସମ୍ପର୍କିତ ଆଲୋଚନାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଭ୍ୟ ସୁରେଶ ରାଉତରାୟ ଏବଂ ସନ୍ତୋଷ ସିଂ ସାଲୁଜା, ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ ଏବଂ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଭାଗନେଇଥିଲେ। ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସଂଶୋଧନ ଏବଂ ଏଏସ୍‌ବିଏମ୍‌ ବିଧେୟକ ସମ୍ପର୍କିତ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବକ୍ତବ୍ୟ ରଖିଥିଲେ। ସେହିପରି ଲୋକାୟୁକ୍ତ ଆଇନ ସମ୍ବଦ୍ଧୀୟ ସଂଶୋଧନ ଆଲୋଚନା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri