ବିଧାନସଭାରେ ଘେରିବାକୁ ବିରୋଧୀଙ୍କ ଧମକ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମୀତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଭାଜପା ଏହି ପ୍ରସଙ୍ଗକୁ ଆୟୁଧ କରି ବାରମ୍ବାର ସରକାରଙ୍କ ଉପରେ ବର୍ଷିବାରେ ଲାଗିଛି। ଅନ୍ୟପଟେ ଆସନ୍ତା ୧୩ ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହି ଘଟଣାରେ ଶାସକ ଦଳକୁ ଘେରିବା ଲାଗି ଉଭୟ କଂଗ୍ରେସ ଓ ଭାଜପା ଆଗୁଆ ଘୋଷଣା କରିସାରିଛନ୍ତି। ମଙ୍ଗଳବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଖବରଦାତା ସମ୍ମିଳନୀ ଜରିଆରେ ଆନ୍ଦୋଳନ ଚେତାବନୀ ଦେଉଛି କଂଗ୍ରେସ।
ଭାଜପା ଅଭିଯୋଗ କରିଛି ଯେ, ସ୍ମିତାରାଣୀଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି ହେଉଥିଲେ ମଧ୍ୟ ସରକାର ଏବଂ ଜିଲା ପ୍ରଶାସନ ଚୁପ୍‌ ବସିଛନ୍ତି। ପୋଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରିଛି। ସେଠାରେ ଉପସ୍ଥିତ ଅନ୍ୟ ୩ଜଣ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ। ଯାଜପୁର ଏସ୍‌ପି ବୃତ୍ତିଗତ ତଦନ୍ତ ନ କରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀଙ୍କ ଚରିତ୍ର ଉପରେ ଟିପ୍ପଣୀ ଦେଇଛନ୍ତି। ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ନ କରି ମାମଲା ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି। କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସଭାପତି ପ୍ରମୋଦ ସାହୁ ଜଣେ କର୍ମଜୀବୀ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ରାଜ୍ୟରେ ସରକାରୀ ମହିଳା କର୍ମଚାରୀଙ୍କ ଉପରେ ନିର୍ଯାତନା ବୃଦ୍ଧି ହେବାରେ ଲାଗିଛି। ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ଯାଜପୁର ଏସ୍‌ପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରିବା ଦାବିରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ଭୁବନେଶ୍ୱର ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଉପଜିଲାପାଳ ଅଫିସ ଆଗରେ ବିକ୍ଷୋଭ କରାଯାଇଛି।
ପ୍ରଦେଶ କଂଗ୍ରେସ କମିଟି (ପିସିସି) ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ସ୍ମିତାରାଣୀ ବିଶ୍ୱାଳ ପରିବାରବର୍ଗଙ୍କୁ ତୁରନ୍ତ ଠାବକରି ସେମାନଙ୍କ ପୈତୃକ ବାସଭବନକୁ ଫେରାଇ ଅଣାଯାଉ। ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଯାଜପୁର ଏସ୍‌ପି ଅବହେଳା କରିଛନ୍ତି। ଏହି ଘଟଣାର ତଦନ୍ତ ଅଧିକାରୀଙ୍କୁ ବଦଳି କରିବା ଦରକାର। କଂଗ୍ରେସ ବିଚାର ବିଭାଗୀୟ ଓ ସିବିଆଇ ତଦନ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛି। ଏପରି ସ୍ପର୍ଶକାତର ଘଟଣାର ପର୍ଦ୍ଦାଫାଶ ନ ହେଲା ପର୍ଯ୍ୟନ୍ତ କଂଗ୍ରେସ ବିଧାନସଭା ଭିତରେ ଏବଂ ବାହାରେ ଆନ୍ଦୋଳନ ଜାରି ରଖିବ ବୋଲି ସତ୍ୟପ୍ରକାଶ କହିଛନ୍ତି।
ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି, ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଭାଜପା ନାଟକ କରୁଛି। ହାତରେ କୌଣସି ତଥ୍ୟ ପ୍ରମାଣ ନ ଥାଇ ଭାଜପା ଗତ କିଛିଦିନ ଧରି ଖବରଦାତା ସମ୍ମିଳନୀ ଓ ବିବୃତି କରିବାରେ ଲାଗିଛି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ଯଦି କିଛି ଅଛି, ତାହା ପୋଲିସ୍‌ ଓ ଅଦାଲତକୁ ଦେବା ପାଇଁ ବିଜେଡି ବାରମ୍ବାର ଅନୁରୋଧ କରିଆସୁଥିବା ବେଳେ ଭାଜପା କିନ୍ତୁ ମନଗଢ଼ା କଥା କହି ହୀନ ରାଜନୀତି କରୁଛି। କିଛିବର୍ଷ ପୂର୍ବେ ଅନୁରୂପ ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା। କିନ୍ତୁ ସିବିଆଇ କିଛି କରିପାରିଲାନାହିଁ। ଏହି ଘଟଣାରେ ଭାଜପା ସମେତ ଅନ୍ୟ ବିରୋଧୀ ଦଳଗୁଡିକ ଜଣେ ନିର୍ଦ୍ଦିଷ୍ଟ ରାଜନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିବା ସହିତ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାତ୍ର ଲଜ୍ଜାର ବିଷୟ ଯେଉଁ ନେତାଙ୍କ ବିରୋଧରେ ସେମାନେ ହଙ୍ଗାମା କରୁଥିଲେ, ପରବର୍ତ୍ତୀ ସମୟରେ ତାଙ୍କୁ ନିଜ ଦଳରେ ସାମିଲ କରିଛନ୍ତି। ସେତେବେଳେ ଭାଜପାର ନୈତିକତା କୁଆଡ଼େ ଯାଇଥିଲା ବୋଲି ସୁଲତା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri