ବିଧାନ ପରିଷଦ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଓଡ଼ିଶାରେ ବିଧାନ ପରିଷଦ ପ୍ରତିଷ୍ଠା ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏଥିପାଇଁ କେବଳ କେନ୍ଦ୍ରର ଅନୁମତି ଆବଶ୍ୟକ। ତେଣୁ ଆସନ୍ତା ବଜେଟ ଅଧିବେଶନରେ ଓଡ଼ିଶାରେ ବିଧାନ ପରିଷଦ ସଂକ୍ରାନ୍ତ ବିଲ୍‌ ଆସିବା ନେଇ ବିଜେଡି ଆଶାବାଦୀ ରହିଛି। ୨୦୧୯ ନିର୍ବାଚନ ଫଳାଫଳ ପରେ କେନ୍ଦ୍ର-ରାଜ୍ୟ ସମ୍ପର୍କରେ ପରିବର୍ତ୍ତନ ଆସିଛି। ବିଭିନ୍ନ ପ୍ରସଙ୍ଗ ଉଭୟେ ପରସ୍ପରକୁ ସହଯୋଗ କରୁଥିବା ଦେଖାଦେଇଛି। ଲୋକ ସଭାରେ ସୋମବାର ଆଗତ ହୋଇଥିବା ବହୁ ଚର୍ଚ୍ଚିତ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯କୁ ବିଜେଡି ସମର୍ଥନ କରିଛି। କେନ୍ଦ୍ରକୁ ବିଜେଡିର ଏପରି ସମର୍ଥନ ଆଗାମୀ ଦିନରେ ବିଧାନ ପରିଷଦ ଅନୁମୋଦନ ପାଇଁ ବାଟ ଫିଟାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେଡିର ୨ ବରିଷ୍ଠ ଲୋକ ସଭା ଏମ୍‌ପି ଏବଂ ୨ ରାଜ୍ୟ ସଭା ସଦସ୍ୟ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ଜଣାପଡିଛି। କେନ୍ଦ୍ର ଉପରେ ବକେୟା ରହିଥିବା ଅନୁଦାନ, ଜିଏସ୍‌ଟି ବାବଦ ଅନୁଦାନ ଏବଂ କୋଇଲା ରୟାଲ୍‌ଟି ସଂଶୋଧନ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ସଭାପତି ଶାହାଙ୍କ ସହ ବିଧାନ ପରିଷଦ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡିଛି।
ଏହି ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ ନେତା (ଲୋକ ସଭା) ପିନାକୀ ମିଶ୍ର ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ନେଇ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ତେଣୁ ଏହି ସମ୍ପର୍କିତ ବିଧେୟକ ଆଗାମୀ ଅଧିବେଶନରେ ଆସିଯିବା ଉଚିତ ବୋଲି ପିନାକୀ ମତ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ବିଧାନ ପରିଷଦ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଅନୁମୋଦନ କରିବେ। ଏ ସମ୍ପର୍କରେ ସେ ମତାମତ ଦେବା ଉଚିତ ହେବ ନାହିଁ ବୋଲି ପ୍ରତାପ କହିଛନ୍ତି। ଅପରପକ୍ଷରେ ରାଜ୍ୟରୁ ଲୋକ ସଭାରେ କଂଗ୍ରେସର ଏକମାତ୍ର ଏମ୍‌ପି ସପ୍ତଗିରି ଉଲ୍ଲାକା ଉଭୟ ବିଜେଡି-ଭାଜପାକୁ ସମାଲୋଚନା କରିଛନ୍ତି। ସପ୍ତଗିରି କହିଛନ୍ତି ଯେ, ଜାତୀୟସ୍ତରରେ ଭାଜପାକୁ ବିଭିନ୍ନ ପରିସ୍ଥିତିରେ ବିଜେଡି ଖୋଲାଖୋଲି ସହଯୋଗ କରିଆସୁଛି। ଅନୁରୂପ ଭାବେ ଭାଜପା ମଧ୍ୟ ରାଜ୍ୟ ସମ୍ପର୍କିତ ସମସ୍ୟା ସଂସଦରେ ଉଠାଉନାହିଁ, ଯାହା ବିଜେଡିକୁ ସୁହାଉଛି। ଏହା ଦ୍ୱାରା ରାଜ୍ୟ ସ୍ବାର୍ଥ ବହୁଳଭାବେ ପ୍ରଭାବିତ ହେଉଥିବା ସପ୍ତଗିରି ଉଲ୍ଲେଖ କରିଛନ୍ତି। ଯଦି କେନ୍ଦ୍ର-ରାଜ୍ୟ ମଧ୍ୟରେ ସବୁକିଛି ଠିକ୍‌ ରୁହେ, ତେବେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶା ବିଧାନ ପରିଷଦ ଦାବିକୁ ଅନୁମୋଦନ ମିଳିଯାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri