ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା: ଜିଲାପାଳଙ୍କୁ ଦେଖାକଲେ ଚାଷୀ ପ୍ରତିନିଧି

ନୂଆପଡା ଅଫିସ,୧୭ା୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା, ସିଆଲଟି ଗ୍ରାମପଞ୍ଚାୟତରେ ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା ଯୋଗୁ ଶତାଧିକ ଏକର ଜମିର ରବି ଚାଷ ଉଜୁଡିବାରେ ଲାଗିଛି। ଏହାକୁ ନେଇ ଚଷୀମାନେ ବାରମ୍ବାର ବୁିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଶେଷରେ ଚାଷୀମାନେ ବୁଧବାର ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ତୁରନ୍ତ ସମାଧାନ ନ ହେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦର୍ଲିପଡା ଏବଂ ସିଆଲଟି ଗ୍ରାମପଞ୍ଚାୟତର ୮/୯ଖଣ୍ଡ ଗାଁରେ ଗଭୀର ନଳକୂଅ ପାଣିରୁ ଚାଷୀ ଧାନ, ମୁଗ, ବିରି, ସୂର୍ଯ୍ୟମୂଖୀ ଆଦି ଚାଷ କରିଛନ୍ତି । ଧୀରେ ଧୀରେ ଏହି ଅଞ୍ଚଳରେ ଖରା ବଢିବା ସାଙ୍ଗକୁ ପାଣି ସମସ୍ୟା ସୃଷ୍ଟି ହେଉଛି । ଏଠାକୁ ସ୍ଥାନୀୟ କୁରୁମପୁରୀ ସବଷ୍ଟେଶନ ଜରିଆରେ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ । ହେଲେ ବାରମ୍ବାର ଲୋଭୋଲଟେଜ ଯୋଗୁ ନଳକୂଅରୁ ପାଣି ଉଠୁନାହିଁ । ଫଳରେ କ୍ଷେତକୁ ପାଣି ମଡାଇବାରେ ଅସୁବିଧା ହେଉଛି । ଦିନକୁ ଦିନ ଚାଷ ମରିବାରେ ଲାଗିଛି । ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୮ତାରିଖରେ କୁରୁମପୁରୀ ସବଷ୍ଟେଶନ ନିକଟରେ ଚାଷୀ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ। ବିଦ୍ୟୁତ୍‌ ବିଭାଗ ତରଫରୁ ଅଧିକାରୀମାନେ ଆସି ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ସମାଧାନ ହେଲାନାହିଁ । ଶେଷରେ ଅସନ୍ତୋଷ ଚାଷୀମାନେ ବୁଧବାର ନୂଆପଡା ଆସି ଜିଲାପାଳ ଡା. ପୋମା ଟୁଡୁଙ୍କୁ ଦେଖା କରି ଏହି ସମସ୍ୟା ନେଇ ଜଣାଇଛନ୍ତି । ଜିଲାପାଳ ଚାଷୀଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରି ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ଏହାର ତୁରନ୍ତ ସମାଧାନ କରା ନ ଗଲେ ଚାଷୀମାନେ ସର୍ବସ୍ବାନ୍ତ ହୋଇଯିବେ। ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଥିଲେ। ଚାଷୀଙ୍କ ମଧ୍ୟରେ ସନ୍ତୋଷ ବିଶ୍ୱାଳ, ସନ୍ତୋଷ କୁମାର ସୋନି, ସୁଶୀଳ କୁମାର ସୋନି, ଚାଷୀ ନେତା ସରୋଜ କୁମାର ସାହୁ, ସୁବର୍ତ ପ୍ରଧାନ, ଚମ୍ପୁଲାଲ ସୋନି, ଯୁବରାଜ ପ୍ରଧାନ, ଲିଙ୍ଗରାଜ ମାଝି, ତୁଲାରାମ ସାହୁ, ସୁଖରାମ ଅହୀର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri