Posted inରାଜ୍ୟ

ବିଦ୍ୟୁତ୍‌ କାଟ୍‌କୁ ନେଇ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ରଥଯାତ୍ରା ପୂର୍ବରୁ ପୁରୀକୁ ବିଦ୍ୟୁତ୍‌ ଯୋଗାଇଦେବାକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ଘଣ୍ଟା ଯାଏ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବାତ୍ୟା ଫନୀରେ ଖୋର୍ଦ୍ଧା ପୁରୀ ଜିଲାରେ ବିଦ୍ୟୁତ୍‌ ଭିତ୍ତିଭୂମି ଉଜୁଡି ଯାଇଛି। ମାସେ ୨୫ ଦିନ ପରେ ମଧ୍ୟ ପୁରୀ ଜିଲାରେ ବିଦ୍ୟୁତ୍‌ ନାହିଁ। ତରବରିଆ ଭାବେ ଖୁଣ୍ଟ ପୋତି କିଛି ଅଞ୍ଚଳକୁ ବିଦ୍ୟୁତ୍‌ ଦିଆଯାଇଥିଲା। କାଳବୈଶାଖୀରେ ସେ ସବୁ ପୁଣି ଶୋଇପଡ଼ିଲାଣି। ତୁରନ୍ତ ସେଗୁଡ଼ିକ କଙ୍କ୍ରିଟ ଢଳାଇ ନ କଲେ ବିଦ୍ୟୁତ୍‌ ବିଭାଗ ପ୍ରତି ମହାବିପଦ ମାଡ଼ି ଆସିବ। ଜୁଲାଇ ୪ ତାରିଖ ରଥଯାତ୍ରା ପୂର୍ବରୁ ପୁରୀ ଜିଲାକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉ। ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନକୁ ନେଇ ଶକ୍ତିମନ୍ତ୍ରୀଙ୍କୁ ବିରୋଧୀ ଦଳ ସଦସ୍ୟମାନେ କାଠଗଡ଼ାରେ ଛିଡ଼ା କରିଥିଲେ। ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଯଦି ଅଧିକ ଉତ୍ପାଦନ ହେଉଛି ତେବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି କାହିଁକି? ମନ୍ତ୍ରୀଙ୍କଠାରୁ ସଦସ୍ୟମାନେ ଏହାର ଜବାବ ତଲବ କରିଥିଲେ।
ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ କେତେ ବ୍ୟବହାର ହେଉଛି। ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଜଣାଇବା ପାଇଁ ମନ୍ତ୍ରୀଙ୍କୁ କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଇଡ୍‌କୋ ଏବଂ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ରାଜ୍ୟକୁ ୨୭ ହଜାର ୬ଶହ ୩୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ବିଭିନ୍ନ ଉତ୍ସରୁ ମିଳୁଛି। ଏହି ସମୟରେ ଶିଳ୍ପଗୁଡିକ ୭୦୭୩ ନିୟୁତ ୟୁନିଟ୍‌ ଏବଂ ଘରୋଇ ଉପଭୋକ୍ତାମାନେ ୭୫୦୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି। ଏଥିସହିତ ସ୍ଥାନୀୟ ରାଜ୍ୟକୁ ୧୬୭ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ବିକ୍ରି କରାଯାଉଛି। ନରସିଂହ ପୁଣି ପଚାରିଲେ, ଯଦି ଏତେ ବିଦ୍ୟୁତ୍‌ ବଳୁଛି ତେବେ ବିଦ୍ୟୁତ୍‌ କାଟ୍‌ କାହିଁକି ହେଉଛି। କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି ସେ ବିଷୟ ଜଣାଇବା ସହିତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଯୋଗାଇ ନ ଦେବାର କରାରଣ କ’ଣ। ବିଦ୍ୟୁତ୍‌ ବିନା ଡାକ୍ତରଖାନାରେ ଟର୍ଚ୍ଚ ଲାଇଟ୍‌ ଏବଂ ମହମବତି ଜଳାଇ ରୋଗୀସେବା କରାଯାଉଛି ବୋଲି ସେ କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ୨୦୧୮-୧୯ରେ ରାଜ୍ୟକୁ ୨୫, ୬୬୮ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଆବଶ୍ୟକତା ଥିବାବେଳେ ଇଡ୍‌କୋ ବିଭିନ୍ନ ଉତ୍ସରୁ ୨୭, ୬୩୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ଯୋଗାଇଛି। କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ବଳୁଛି ଏ ନେଇ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତର ଦେଇଥିଲେ। ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡେଇ, ଭାଜପା ସଭ୍ୟ ମଦନ ମୋହନ ଦତ୍ତ, ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ଯୋଗାଇ ନ ପାରିଲେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ କ୍ଷତିପୂରଣ ଦେବା ବ୍ୟବସ୍ଥା କରିବେ କି? ମନ୍ତ୍ରୀ କହିଥିଲେ ଯେ, ବିଦ୍ୟୁତ୍‌ ଶକ୍ତି ଭିତ୍ତିଭୂମିର ବିକାଶ ପାଇଁ ଘଡ଼ଘଡି ଓ ପବନରୁ ରକ୍ଷା ଲାଗି ବିଦ୍ୟୁତ୍‌ କାଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri