ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ, ୭ା୧୦- ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରୁ ଗତ ୫ ତାରିଖ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଚମ୍ପତିରାୟ (୨୮) ଓ ଘର ନୟାଗଡ଼ ଜିଲା ଚାନ୍ଦପୁର ଥାନା କାଞ୍ଚନପୁର ବୋଲି ଜଣାଯାଇଛି । ଚମ୍ପତିରାୟଙ୍କ ସ୍ତ୍ରୀ ରଶ୍ମିତା ବାଲିକୁଦା ଥାନାରେ ପହଞ୍ଚତ୍ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। କୃଷ୍ଣଚନ୍ଦ୍ର ଅହମ୍ମଦାବାଦରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ପୂର୍ବରୁ ଗାଁକୁ ଆସିଥିଲେ। ଗତ ୫ ତାରିଖରେ ଅହମ୍ମଦାବାଦ ଯାଉଥିବା କହି ଘର ଛାଡ଼ିଥିଲେ। ହେଲେ ଅହମ୍ମଦାବାଦ ବଦଳରେ ସେ ଜଗତ୍‌ସିଂହପୁରରେ ପହଞ୍ଚତ୍ଥିଲେ। ତେବେ କୃଷ୍ଣଚନ୍ଦ୍ର ପୂର୍ବରୁ ଜଣଙ୍କୁ ପ୍ରେମ କରୁଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ବାଲିକୁଦା ଥାନା ଆଇଆଇସି ସର୍ବେଶ୍ୱର ବେହେରା କହିଛନ୍ତି, ରଶ୍ମିତାଙ୍କ ଅଭିଯୋଗ ଉପରେ ହତ୍ୟା ମାମଲା ରୁଜୁ କରାଯିବ ଓ ତଦନ୍ତ କରାଯାଇ ପ୍ରକୃତ ଚିତ୍ର ପଦାକୁ ଅଣାଯିବ।
ସୂଚନା ଅନୁଯାୟୀ, ଗତ ୫ ତାରିଖ ରାତି ପ୍ରାୟ ୧୧ଟାରେ ଦାଗାଁ ବିଦ୍ୟାଳୟ ବିଲ୍ଡିଂରେ ଜଣେ ବ୍ୟକ୍ତି ଜୀବନ ସହ ସଂଗ୍ରାମ କରୁଥିବା ଖବର ପୋଲିସକୁ ମିଳିଥିଲା। ପୋଲିସ ସେଠାରେ ପହଞ୍ଚତ୍ବା ବେଳକୁ ବ୍ୟକ୍ତିଜଣକ ଜୀବିତ ଥିଲେ। ପୋଲିସ ତାଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇବାର ବ୍ୟବସ୍ଥା କରିଥିଲା। ମାତ୍ର ବିଳମ୍ବିତ ରାତିରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ସେ ଜୀବତ ଥିବାବେଳେ ତାଙ୍କ ଘର ଖୋର୍ଦ୍ଧା ବୋଲି କହିଥିଲେ। ତାଙ୍କ ବାମ ହାତରେ ସାମାନ୍ୟ କ୍ଷତ ଥିଲା। ପୋଷାକ ପୋଡ଼ିଯାଇଥିଲା। ନିକଟରେ ଏକ ଛୋଟ ଛୁରୀ, ଦିଆସିଲ କାଠି ଓ ଚପଲ ପଡିଥିଲା। ସବୁଠାରୁ ବଡ କଥା ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିଲେ ହେଁ ତାଙ୍କ ମୁଣ୍ଡ କିମ୍ବା ଚୁଟି ପୋଡ଼ି ନ ଥିବା ଦେଖିବାକୁ ମିଳିଥିଲା। ଯଦି ସେ ଆତ୍ମହତ୍ୟା କରିଥାନ୍ତେ ତେବେ ପାଖରେ କିରୋସିନ କିମ୍ବା ପେଟ୍ରୋଲ ପାତ୍ର ପଡିଥିବା କଥା। କିନ୍ତୁ ତାହା ଦେଖିବାକୁ ମିଳି ନ ଥିଲା। ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri