ବିଦ୍ୟାଳୟ ନିକଟ ରାସ୍ତା କର୍ଦ୍ଦମାକ୍ତ, ମରାମତି ଦାବି

ବୋଲଗଡ଼,୧୧ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତସ୍ଥିତ ମା’ ଯୋଗମାୟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଯାଇଥିବା ରାସ୍ତାଟି ବର୍ଷା ଯୋଗୁ ଅତି କର୍ଦ୍ଦମାକ୍ତ ଅବସ୍ଥାରେ ରହିଛି। ବିଦ୍ୟାଳୟଟି ହାଟବସ୍ତଠାରୁ କୋଡପଡ଼ା ରାସ୍ତାର ମଧ୍ୟସ୍ଥଳରେ ରହିଛି। ମାତ୍ର ବିଦ୍ୟାଳୟଠାରୁ କୋଡପଡ଼ା ଓ ଖଲ୍ଲିକୋଟ ଅଭିମୁଖେ ଯାଇ ପଶ୍ଚିମ ଦିଗରେ ଏହି ରାସ୍ତାଟି ପ୍ରାୟ ଅଧ କିମି ପରେ ଆର୍‌ଡି ରାସ୍ତାକୁ ଛୁଇଁଛି । ଅପରପାର୍ଶ୍ୱରେ ବିଦ୍ୟାଳୟଠାରୁ ହାଟବସ୍ତ ଅଭିମୁଖେ ଯାଇଥିବା ପ୍ରାୟ ଅଧ କିମି ରାସ୍ତା କିଛିମାତ୍ରାରେ ଠିକ୍‌ ଥିବାବେଳେ ପଶ୍ଚିମ ପାର୍ଶ୍ୱରେ ଅଧ କିମି ରାସ୍ତା ବର୍ଷାଦିନ ଯୋଗୁ କର୍ଦ୍ଦମାକ୍ତ, ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ବିଦ୍ୟାଳୟରେ ପଢ଼ୁଥିବା ଖଲ୍ଲିକୋଟ ଏବଂ ଚିତ୍ରକୋଟ ଗ୍ରାମର ଛାତ୍ରୀଛାତ୍ର ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ହାଟବସ୍ତରୁ କୋଡପଡ଼ା ଦେଇ ବୋଲଗଡ଼ ଅଭିମୁଖେ ଯାଉଥିବା ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ସବୁବେଳେ ରାସ୍ତାରେ ପାଣି ଜମି ରହୁଥିବା ଯୋଗୁ କାଦୁଅ ହୋଇଯାଉଛି। ତେଣୁ ମୋରମ, ମେଟାଲ୍‌ ପକାଯାଇ ଉଚ୍ଚମାନର ମରାମତି କରିବାକୁ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏ ବିଷୟରେ ବୋଲଗଡ଼ ବିଡିଓ ମଧୁସୂଦନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ରାସ୍ତାଟି ଶୀଘ୍ର ମରାମତି କରାଯିବାକୁ ଚେଷ୍ଟା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?