ବିଦ୍ୟାଳୟ ଜମିରେ ଅଣ ଓଡ଼ିଆଙ୍କ ଜବରଦଖଲ : ସଙ୍କୁଚିତ ହେଉଛି ବିଦ୍ୟାଳୟ ଜମି

ଯାଜପୁର ରୋଡ଼, ୧୮ା୧୦ (ନି.ପ୍ର.): ଯାଜପୁର ରୋଡ୍‌ସ୍ଥିତ ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି। ବିଦ୍ୟାଳୟର ଜମିରେ ଅଣ ଓଡ଼ିଆଙ୍କ ଜବର ଦଖଲ ବୃଦ୍ଧି ପାଇବାରେ ଲାଗିଛି। ଏମାନେ ବିଦ୍ୟାଳୟ ଚତୃପାର୍ଶ୍ୱରେ ଜବର ଦଖଲ କରି ଝାଟିମାଟି ଘରକରି ବସ୍ଥିକରି ରହିବା ଦ୍ୱାରା ବିଦ୍ୟାଳୟ ଜମି ସଙ୍କୁଚିତ ହେବାରେ ଲାଗିଛି। ବସ୍ଥିଗୁଡିକରେ ନିଶାକାରବାର କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଅପରପକ୍ଷେ ବିଦ୍ୟାଳୟରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ମଧ୍ୟ ଜଣାପଡିଛି।
ସ୍ବାଧିନତା ପୂର୍ବରୁ ଅଞ୍ଚଳର ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷାପାଇଁ ଯାଜପୁର ଏବଂ କଟକ ଯାଉଥିଲେ। ଶିକ୍ଷାର ବିକାଶ ପାଇଁ ୧୯୪୫ରେ ତତ୍କାଳୀନ ଜମିଦାର ନୃରସିଂହ ଚୈାଧୁରୀ ଯାଜପୁର ରୋଡ୍‌ଠାରେ ଉଚ୍ଚ-ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ୬ଷ୍ଠ ଠାରୁ ଏକାଦଶ ପର୍ଯ୍ୟନ୍ତ ଶ୍ରେଣୀ ଖୋଲାଯାଇଥିଲା। ଏବେ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି। ୧୭ ଏକର ୪୬ ଡିସିମିଲ୍‌ ଜମି ବିଦ୍ୟାଳୟ ନାମରେ ରହିଛି। ହେଲେ ସେଥିରୁ ଅଧିକାଂଶ ଜମିରେ ଅଣ ଓଡ଼ିଆମାନେ ଜବର ଦଖଲ କରି ରହିଛନ୍ତି। ସେହିପରି କେତଜେଣ ବ୍ୟକ୍ତି ବିଶେଷ ମଧ୍ୟ ବିଦ୍ୟାଳୟ ଜମିରେ ଦୋକନ କରିଛନ୍ତି। ଫଳରେ ବିଦ୍ୟାଳୟର ଖେଳ ପଡ଼ିଆ ସଙ୍କୁଚିତ ହୋଇଛି। ଏହି ଖେଳ ପଡ଼ିଆରେ ରାଜ୍ୟ ସ୍ତରୀୟ ଫୁଟବଲ, କ୍ରିକେଟ ଟୁର୍ନାମେଣ୍ଟ ଓ ଅନ୍ୟାନ୍ୟ ଖେଳ ମଧ୍ୟ ହେଉଥିଲା। ବିଦ୍ୟାଳୟରେ ଶିକ୍ଷାଦାନ ଠିକ୍‌ ହୋଇପାରୁ ନ ଥିବାରୁ ଅଧିକାଂଶ ଅଭିଭାବକ ବେସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠ ପଢାଇବାକୁ ଉଚିତ ମନେ କରୁଛନ୍ତି। ବିଦ୍ୟାଳୟର ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନାହଁାନ୍ତି। ୨୦୧୩ରେ ଜବରଦଖଲ କାରୀଙ୍କୁ ଉଚ୍ଛେଦ ପାଇଁ ତତ୍କାଳୀନ ପ୍ରଧାନ ଶିକ୍ଷକ ସଂଯୁୁକ୍ତା ମହାପାତ୍ର ଯାଜପୁର ଉପ ଜିଲାପାଳଙ୍କ କୋର୍ଟରେ ଅଭିଯୋଗ କରିଥିଲେ। ଏହାପରେ ବିଦ୍ୟାଳୟ ଜମି ମାପଚୁପ କରି ଜବର ଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ଉପ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ସ୍କୁଲ ଜମିକୁ ମାପଚୁପ କରି ଜବର ଦଖଲକାରୀଙ୍କ ବିରୋଧରେ ଏକ ଏନ୍‌କ୍ଲୋଜମେଣ୍ଟ କେସ୍‌ କରିଥିଲେ। ଉଚ୍ଛେଦ କ୍ରିୟା ବନ୍ଦ ହେବା ଫଳରେ ଦିନକୁ ଦିନ ଜବର ଦଖଲକାରୀଙ୍କ ସଂଖ୍ୟା ବୃଦ୍ଧିପାଉଛି। ଅସାମାଜିକ ବ୍ୟକ୍ତି ବିଶେଷ ଓ ନିଶା ବ୍ୟବସାୟୀଙ୍କ ଆଡ୍ଡା ଜମୁଛି। ଯାଜପୁର ରୋଡ୍‌ ପୋଲିସ ବହୁବାର ବସ୍ତିରେ ଚଢ଼ାଉ କରି ବ୍ରାଇନ୍‌ସୁଗାର, ଗଞ୍ଜେଇ ଏବଂ ମଦ ତବଜ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବର ଦଖଲ ଉଚ୍ଛେଦ ପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବହୁଥର ତହସିଲଦାରଙ୍କୁ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ତୁନ୍ତ ବିଦ୍ୟାଳୟରୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରା ନ ଗଲେ ଅଗାମୀ ଦିନରେ ତହସିଲ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯିବ ପୂର୍ବତନ ପରିଚାଳନା କମିଟିର ସଭାପତି ବଟ୍ଟକୃଷ୍ଣ ବଳ, ସନ୍ଧ୍ୟାରାଣୀ ବିଶ୍ୱାଳ, ସୁଜାତା ପରିଡା ସାମାଜିକ କର୍ମୀ ଅଶୋକ କୁମାର ରାଉତଙ୍କ ସମେତ ବହୁ ପୁରାତନ ଛାତ୍ରୀଛାତ୍ର ଏବଂ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରାଙ୍କୁ ପଚାରିବାରୁ, ଜବଦର ଦଖଳକାରୀଙ୍କ ନାମରେ ଏନ୍‌କ୍ଲୋଜମେଣ୍ଟ କେସ୍‌ କରାଯାଇଛି। ଖୁବ୍‌ଶୀଘ୍ର ଉଚ୍ଛେଦ ପ୍ରକ୍ରୀୟା ଆରମ୍ଭ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ଏନ୍‌କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ

ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ୪ଜଣ ଟପ୍‌ ମାଓବାଦୀ ନିହତ ହୋଇଛନ୍ତି।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri