କୋରାପୁଟ,୧୬।୭(ଅମିତାଭ ବେହେରା)ବିଦ୍ୟାର୍ଥୀଙ୍କ କାନ୍ଧରେ ବସ୍ତାନି ବୋଝକୁ ଲାଘବ କରିବା ପାଇଁ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଛି। ଶନିବାର ଏନେଇ ବିଦ୍ୟାଳୟ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ବିଦ୍ୟାଳୟରେ ପତଳା ସ୍କୁଲ ବ୍ୟାଗ ସମ୍ପର୍କରେ ସର୍ଭେ କରାଯିବ। କେଉଁ ଶ୍ରେଣୀର ଛାତ୍ରୀଛାତ୍ର କେତେ ଓଜନର ବ୍ୟାଗ ନେଇ ସ୍କୁଲ ଆସୁଛନ୍ତି ଯାଞ୍ଚ କରାଯିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସରକାର କେଉଁ ଶ୍ରେଣୀର ପିଲାମାନେ କେତେ ଓଜନର ବ୍ୟାଗ ନେଇ ସ୍କୁଲ ଯିବେ ସେ ସମ୍ପର୍କରେ ନିୟମ ରହିଥିବାବେଳେ ଏହା ବିଦ୍ୟାଳୟଗୁଡିକରେ ସଠିକ କାର୍ଯ୍ୟକାରୀ ହେଉନାହଁି ା ନିୟମ ସତ୍ୱେ ପିଲାଙ୍କ ବ୍ୟାଗ ବୋଝ କମୁନାହଁି। ଯାହାଦ୍ୱାରା ପିଲାଙ୍କ ଉପରେ ଅଧିକ ଶାରୀରିକ ବୋଝ ପଡୁଛି। ଏ ଦିଗରେ ଅଭିଭାବକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ସଚେତନ ଶିବିର କରାଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ବିଶ୍ୱାଳ ଏଥିରେ ସଭାପତିତ୍ୱ କରିଥିଲେ। ଆଲୋଚନା ବେଳେ ଉପସ୍ଥିତ ଅନେକ ଶିକ୍ଷକ ପିଲାଙ୍କ ବ୍ୟାଗର ଓଜନ ବଢିବା ପଛରେ ବଜାରରେ ମିଳୁଥିବା ବିଭିନ୍ନ ଫ୍ୟାନ୍ସି ଉପକରଣ ଦାୟୀ ବୋଲି କହିଥିଲେ। ଅଭିଭାବକମାନେ ପିଲାଙ୍କ ବ୍ୟାଗରେ ଖାଦ୍ୟର ପରିମାଣ ତୁଳନାରେ ବଡ ଟିଫିନ ବାକ୍ସ ଦେବା, ଓଜନିଆ ପାଣି ବ୍ୟାଗ ଦେଉଥିବାରୁ ବ୍ୟାଗଟି ଅଧିକ ଓଜନ ହୋଇ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ। ଏହାଦ୍ୱାରା ପିଲାଙ୍କ ମେରୁଦଣ୍ଡ ଉପରେ ଅଧିକ ଚାପ ପଡେ। ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବାଧା ଉପୁଜିଥାଏ ବୋଲି ଆଲୋଚନା ବେଳେ ମତ ପ୍ରକାଶ ପାଇଥିଲା। ଆବଶ୍ୟକ ନ ଥିବା ଜିନିଷକୁ ବ୍ୟାଗରେ ନ ରଖିବା, ବେଶୀ ଓଜନର ପାଣି ବୋତଲ ନ ରଖିବା, ମୋଟା ବହିକୁ ସେମିଷ୍ଟର ହିସାବରେ ଭାଗ କରିଦେବା ଲାଗି ଅଭିଭାବକମାନଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ତାଲିମଦାତା ଭାବେ ଶିକ୍ଷକ ତରୁଣ ଦାସ ଉପସ୍ଥିତ ଥିଲେ।
Posted inHome, Home Left, ଆମ ଜିଲା ଖବର, କୋରାପୁଟ View All
ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…
ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ
ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…
ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍ପରଙ୍କ ଜୀବନ, ଚାଳକ…
ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ମୁମ୍ୱାଇକୁ ହରାଇଲା ଦିଲ୍ଲୀ
ନୂଆଦିଲ୍ଲୀ,୪ା୪: ସମୀର ରିଜ୍ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୬ ଉଇକେଟରେ ପରାସ୍ତ…
ଫାସଡ୍ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍ପର…
ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍ ଶୁକତେଲ ନଦୀ…
ୟୁକ୍ରେନ୍ ଉପରେ ରୁଷିଆର ଡ୍ରୋନ୍ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…
କିଭ୍,୪ା୪: ୟୁକ୍ରେନ୍ର ନିକୋପୋଲ୍ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…
Archives

