ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି

ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ ଆସି ଅଣ୍ଡା ଦେଇଥାନ୍ତି। ଅଣ୍ଡାରୁ ଛୁଆ ବାହାରିଲା ପରେ ଛୁଆକୁ ସାଙ୍ଗରେ ନେଇ ପୁଣି ଗନ୍ତବ୍ୟ ସ୍ଥଳକୁ ଚାଲିଯାନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ବର୍ଷ ୮ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ଏହି ଅଞ୍ଚଳର ବିଭିନ୍ନ ଗଛରେ ବସା ବାନ୍ଧି ଅଣ୍ଡା ଦେଇଛନ୍ତି। ଏହି ପକ୍ଷୀ ଜୁଲାଇ ଶେଷ ସମୟରେ ଆସିଥାନ୍ତି। ଜାନୁୟାରୀରେ ପକ୍ଷୀମାନେ ଏଠାରୁ ପଳାଇଯାନ୍ତି। ଏବେ ଶିକାରୀମାନେ ପକ୍ଷୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଓ ଶିକାର କରିବାରେ ଲାଗିଛନ୍ତି। ଗାଁ ଲୋକ ପକ୍ଷୀଙ୍କୁ ସୁରକ୍ଷା ଦେଉଥିଲେ ମଧ୍ୟ ଶିକାରୀମାନେ ପକ୍ଷୀଙ୍କୁ ମାରିଚାଲିଛନ୍ତି। ବନ ବିଭାଗ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଦିନରେ ମାଈ ପକ୍ଷୀମାନେ ବାହାରକୁ ଖାଦ୍ୟ ଅନ୍ବେଷଣରେ ନିକଟସ୍ଥ ବ୍ରାହ୍ମଣୀ ଖରସ୍ରୋତା ନଦୀକୁ ଯାଇଥାନ୍ତି। ଠିକ୍‌ ୪ଟାବେଳେ ଫେରିଆସନ୍ତି। ସେମାନଙ୍କ ଛୁଆକୁ ଅଣ୍ଡିରା ପକ୍ଷୀ ଜଗିଥାଏ। ଏବେ ପକ୍ଷୀଙ୍କ ରାବରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଛି। ତେବେ ବର୍ଷା ହେଲେ ଶାବକ ପକ୍ଷୀଙ୍କ ପରରେ ପାଣି ଲାଗିଗଲେ ସେମାନେ ତଳେ ପଡ଼ିଯାଉଛନ୍ତି। ଫଳରେ ବିଲେଇ ଓ ଅନ୍ୟାନ୍ୟ ଜନ୍ତୁଙ୍କ ଆହାର ପାଲଟୁଛନ୍ତି। ଏହିଭଳି ଏକ ଘଟଣା ତିନି ବର୍ଷ ତଳେ ମଧ୍ୟ ଘଟିଥିଲା। ଗୋଟିଏ ଶାବକ ପକ୍ଷୀ ବର୍ଷାରେ ଓଦା ହୋଇ ତଳେ ପଡ଼ି ଯାଇଥିଲା। ଉକ୍ତ ପକ୍ଷୀଟିକୁ ସାପଗଡ଼ିଆ ଗାଁର ବିଜୟ ବାରିକ ନାମକ ବ୍ୟକ୍ତି ଆଣି ଚିକିତ୍ସା କରି ଭଲ କରିଥିଲେ। ଏହାପରେ ଉକ୍ତ ପକ୍ଷୀଟି ସେଠାରୁ ଆଉ ଯାଉ ନ ଥିବା ଦେଖିବାକୁ ମିଳିଛି। ବିଜୟ ତାଙ୍କ ନାଁ କାଳିଆ ଦେଇଛନ୍ତି। ବିଜୟ କାଳିଆ ଡାକିଲେ ପକ୍ଷୀଟି ଯେଉଁଠି ଥିଲେ ବି ଉଡ଼ିଆସି ତାଙ୍କ କାନ୍ଧରେ ବସେ। ସେ ଗେଣ୍ଡା ଓ ଅନ୍ୟାନ୍ୟ ଖାଦ୍ୟ ଦେଲେ ସେ ଖାଇ ପୁଣି ଉଡ଼ିଯାଏ। ଏଥିପାଇଁ ବାରିକଙ୍କୁ ବନ ବିଭାଗ ତରଫରୁ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। ଏହି ପକ୍ଷୀଟି ଅନ୍ୟ ପକ୍ଷୀଙ୍କ ସହ ମିଶୁନାହିଁ। ସେ ଏକ ଗଛରେ ରହୁଛି। ଏହାକୁ ଦେଖିବା ପାଇଁ ଅନେକ ଲୋକ ସେଠାରେ ରୁଣ୍ଡ ହୁଅନ୍ତି ଓ କାଳିଆକୁ ଶ୍ରଦ୍ଧାରେ ଆଉଁସି ଦିଅନ୍ତି। ଯେତେବେଳେ ଖାଦ୍ୟ ନ ପାଏ, ସେ ଉଡ଼ିଆସି ବିଜୟଙ୍କ ଘରେ ଆସି ବସେ। ତାକୁ ଖାଦ୍ୟ ଦେଲାପରେ ସେ ଖାଇ ଉଡ଼ିଯାଏ। ତେବେ ଏହିଭଳି ଏଠାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ ଯାଜପୁର ରୋଡ଼ ବନ ବିଭାଗର ଦେବେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ, ଏଠାରେ ଅନେକ ବିଦେଶୀ ପକ୍ଷୀ ଆସି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଷ୍ଟାଫ୍‌ ମୁତୟନ କରାଯିବ। ପକ୍ଷୀ ଶିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଶ୍ଚର୍ଯ୍ୟର ବିଷୟ ଯେ, ଯାଜପୁରରୋଡ଼ରେ ବହୁ ବଡ଼ ବଡ଼ ଗଛ ଥିଲେ ମଧ୍ୟ ଏହି ପକ୍ଷୀମାନେ ସେଠାରେ ନ ରହି କେବଳ ସାପଗଡ଼ିଆରେ ରହୁଛନ୍ତି। ଗ୍ରାମବାସୀମାନେ ପକ୍ଷୀପ୍ରେମୀ ହେଇଥିବାରୁ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ପକ୍ଷୀଗୁଡ଼ିକ ଏଠାକୁ ଆସିବା ଦ୍ୱାରା ତାଙ୍କ ଗ୍ରାମର ମଙ୍ଗଳ ହେଉଛି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ): ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri