ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି

ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ ଆସି ଅଣ୍ଡା ଦେଇଥାନ୍ତି। ଅଣ୍ଡାରୁ ଛୁଆ ବାହାରିଲା ପରେ ଛୁଆକୁ ସାଙ୍ଗରେ ନେଇ ପୁଣି ଗନ୍ତବ୍ୟ ସ୍ଥଳକୁ ଚାଲିଯାନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ବର୍ଷ ୮ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ଏହି ଅଞ୍ଚଳର ବିଭିନ୍ନ ଗଛରେ ବସା ବାନ୍ଧି ଅଣ୍ଡା ଦେଇଛନ୍ତି। ଏହି ପକ୍ଷୀ ଜୁଲାଇ ଶେଷ ସମୟରେ ଆସିଥାନ୍ତି। ଜାନୁୟାରୀରେ ପକ୍ଷୀମାନେ ଏଠାରୁ ପଳାଇଯାନ୍ତି। ଏବେ ଶିକାରୀମାନେ ପକ୍ଷୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଓ ଶିକାର କରିବାରେ ଲାଗିଛନ୍ତି। ଗାଁ ଲୋକ ପକ୍ଷୀଙ୍କୁ ସୁରକ୍ଷା ଦେଉଥିଲେ ମଧ୍ୟ ଶିକାରୀମାନେ ପକ୍ଷୀଙ୍କୁ ମାରିଚାଲିଛନ୍ତି। ବନ ବିଭାଗ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଦିନରେ ମାଈ ପକ୍ଷୀମାନେ ବାହାରକୁ ଖାଦ୍ୟ ଅନ୍ବେଷଣରେ ନିକଟସ୍ଥ ବ୍ରାହ୍ମଣୀ ଖରସ୍ରୋତା ନଦୀକୁ ଯାଇଥାନ୍ତି। ଠିକ୍‌ ୪ଟାବେଳେ ଫେରିଆସନ୍ତି। ସେମାନଙ୍କ ଛୁଆକୁ ଅଣ୍ଡିରା ପକ୍ଷୀ ଜଗିଥାଏ। ଏବେ ପକ୍ଷୀଙ୍କ ରାବରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଛି। ତେବେ ବର୍ଷା ହେଲେ ଶାବକ ପକ୍ଷୀଙ୍କ ପରରେ ପାଣି ଲାଗିଗଲେ ସେମାନେ ତଳେ ପଡ଼ିଯାଉଛନ୍ତି। ଫଳରେ ବିଲେଇ ଓ ଅନ୍ୟାନ୍ୟ ଜନ୍ତୁଙ୍କ ଆହାର ପାଲଟୁଛନ୍ତି। ଏହିଭଳି ଏକ ଘଟଣା ତିନି ବର୍ଷ ତଳେ ମଧ୍ୟ ଘଟିଥିଲା। ଗୋଟିଏ ଶାବକ ପକ୍ଷୀ ବର୍ଷାରେ ଓଦା ହୋଇ ତଳେ ପଡ଼ି ଯାଇଥିଲା। ଉକ୍ତ ପକ୍ଷୀଟିକୁ ସାପଗଡ଼ିଆ ଗାଁର ବିଜୟ ବାରିକ ନାମକ ବ୍ୟକ୍ତି ଆଣି ଚିକିତ୍ସା କରି ଭଲ କରିଥିଲେ। ଏହାପରେ ଉକ୍ତ ପକ୍ଷୀଟି ସେଠାରୁ ଆଉ ଯାଉ ନ ଥିବା ଦେଖିବାକୁ ମିଳିଛି। ବିଜୟ ତାଙ୍କ ନାଁ କାଳିଆ ଦେଇଛନ୍ତି। ବିଜୟ କାଳିଆ ଡାକିଲେ ପକ୍ଷୀଟି ଯେଉଁଠି ଥିଲେ ବି ଉଡ଼ିଆସି ତାଙ୍କ କାନ୍ଧରେ ବସେ। ସେ ଗେଣ୍ଡା ଓ ଅନ୍ୟାନ୍ୟ ଖାଦ୍ୟ ଦେଲେ ସେ ଖାଇ ପୁଣି ଉଡ଼ିଯାଏ। ଏଥିପାଇଁ ବାରିକଙ୍କୁ ବନ ବିଭାଗ ତରଫରୁ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। ଏହି ପକ୍ଷୀଟି ଅନ୍ୟ ପକ୍ଷୀଙ୍କ ସହ ମିଶୁନାହିଁ। ସେ ଏକ ଗଛରେ ରହୁଛି। ଏହାକୁ ଦେଖିବା ପାଇଁ ଅନେକ ଲୋକ ସେଠାରେ ରୁଣ୍ଡ ହୁଅନ୍ତି ଓ କାଳିଆକୁ ଶ୍ରଦ୍ଧାରେ ଆଉଁସି ଦିଅନ୍ତି। ଯେତେବେଳେ ଖାଦ୍ୟ ନ ପାଏ, ସେ ଉଡ଼ିଆସି ବିଜୟଙ୍କ ଘରେ ଆସି ବସେ। ତାକୁ ଖାଦ୍ୟ ଦେଲାପରେ ସେ ଖାଇ ଉଡ଼ିଯାଏ। ତେବେ ଏହିଭଳି ଏଠାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ ଯାଜପୁର ରୋଡ଼ ବନ ବିଭାଗର ଦେବେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ, ଏଠାରେ ଅନେକ ବିଦେଶୀ ପକ୍ଷୀ ଆସି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଷ୍ଟାଫ୍‌ ମୁତୟନ କରାଯିବ। ପକ୍ଷୀ ଶିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଶ୍ଚର୍ଯ୍ୟର ବିଷୟ ଯେ, ଯାଜପୁରରୋଡ଼ରେ ବହୁ ବଡ଼ ବଡ଼ ଗଛ ଥିଲେ ମଧ୍ୟ ଏହି ପକ୍ଷୀମାନେ ସେଠାରେ ନ ରହି କେବଳ ସାପଗଡ଼ିଆରେ ରହୁଛନ୍ତି। ଗ୍ରାମବାସୀମାନେ ପକ୍ଷୀପ୍ରେମୀ ହେଇଥିବାରୁ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ପକ୍ଷୀଗୁଡ଼ିକ ଏଠାକୁ ଆସିବା ଦ୍ୱାରା ତାଙ୍କ ଗ୍ରାମର ମଙ୍ଗଳ ହେଉଛି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri