ବିଦେଶୀ ନିବେଶକ ଉଠାଇନେଲେଣି ୧ ଲକ୍ଷ କୋଟି

ମୁମ୍ବାଇ,୨୩-୩: ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ଦେଶର ପୁଞ୍ଜି ବଜାରରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି। କରୋନା ଭାଇରସ ଯୋଗୁ ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ଉପୁଜିବା ଆଶଙ୍କାରେ ନିବେଶକମାନେ ଭୟଭୀତ ଅଛନ୍ତି। ନିବେଶ ଏବେ ସୁରକ୍ଷିତ ନୁହେଁ ବୋଲି ନିବେଶକମାନେ ବିଚାର କରିବା ସହ ସେମାନଙ୍କ ଅର୍ଥକୁ ଡଲାର ଡିନୋମେନେଟେଡ ଆସେଟ ଶ୍ରେଣୀ ଏବଂ ସୁନାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ଷ୍ଟକ ବଜାର ଡିପୋଜିଟୋରୀ ଡାଟା ମୁତାବକ ମାର୍ଚ୍ଚ ୨ ସୁଦ୍ଧା ଡାଟା ମୁତାବକ ନିବେଶକମାନେ ଇକ୍ୱିଟିରୁ ୫୬,୨୪୭.୫୩ କୋଟି ଏବଂ ଡେଟ୍‌ରୁ ୫୨,୪୪୯.୪୮ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହା ପୂର୍ବରୁ ଗତ ୬ ମାସ ଧରି ନିବେଶକମାନେ ଲଗାତର ଭାବେ ପୁଞ୍ଜି ବଜାରରେ ନିବେଶ କରି ଆସୁଥିଲେ। କରୋନା ଭାଇରସ ବ୍ୟାପିବା ଯୋଗୁ ଭାରତୀୟ ଏବଂ ବିଶ୍ୱ ବଜାର ଲାଗାତର ଭାବେ କ୍ଷତି ସହି ଚାଲିଛି। ଏହାର ପ୍ରଭାବ ଭାରତୀୟ ସମେତ ବିଶ୍ୱ ସ୍ତରର ପୁଞ୍ଜି ବଜାର ଉପରେ ପଡିଥିବା ଜଣାପଠିଛି। ଭାରତ ଭଳି ଅଭିବୃଦ୍ଧି ଶୀଳ ବଜାର ଗୁଡିକରେ ନିବେଶକ ସେମାନଙ୍କ ନିବେଶ ଅର୍ଥ ଉଠାଇ ନେବାକୁ ଉଚିତ ମଣୁଛନ୍ତି ବୋଲି ମର୍ନିଂ ଷ୍ଟାର ଇନଭେଷ୍ଟମେଣ୍ଟ ଆଡଭାଇଜର ଇଣ୍ଡିଆର ବରିଷ୍ଠ ଆନାଲିଷ୍ଟ ହିମାଂଶୁ ଶ୍ରବାସ୍ତବ କହିଛନ୍ତି।
କରୋନା ପ୍ରଭାବରେ ନିବେଶକମାନେ ଷ୍ଟକ ମାର୍କେଟକୁ ସେମାନଙ୍କୁ ଘରୁ ଆକସେସ କରିପାରିବେ। ଏପ୍ରିଲ ୩୦ ଯାଏ ଏଭଳି ସମୟ ସୀମା ଧାର୍ଯ୍ୟ କରାଯାଇଛି।ଷ୍ଟକ ବଜାରରେ ପ୍ରଥମ ଥର ଲାଗି ବ୍ରୋକରଙ୍କ ପାଇଁ ଏଭଳି ସୁବିଧା କରାଯାଇଛି ବୋଲି ଜଣେ ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଏ ନେଇ ସର୍କୁଲାର ଜାରି କରାଯିବ ସହ ଏଭଳି ସୁବିଧା କରାଯାଇଥିବା କୁହାଯାଇଛି। ଷ୍ଟକ ବ୍ରୋକରମାନେ ସେମାନଙ୍କ ଟର୍ମିନାଲକୁ ବାହାରୁ ପରିଚାଳନା କରିପାରିବେ। ଏହା ପୂର୍ବରୁ କର୍ମଚାରୀମାନେ ଘରୁ କାମ କରିବାକୁ ଏକ୍ସଚେଞ୍ଜଗୁଡିକ ପକ୍ଷରୁ କୁହାଯାଇଥିଲା। ଏହାବାଦ କରୋନା ବ୍ୟାପିବାରୁ ଇକ୍ୱିଟି ଭିତ୍ତିକ ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ଗତ ଏକ ମାସ ହେବ ନିବେଶକଙ୍କୁ ୨୫% ନକାରାତ୍ମକ ରିଟର୍ନ ମିଳିଛି। ବଜାରରେ ମାନ୍ଦାବସ୍ଥା ଭୟ ଏବଂ ସୂଚକାଙ୍କ ଖସିବା ଯୋଗୁ ଗତ ମାସେ ହେବ ନିବେଶକଙ୍କୁ ରିଟର୍ନରେ ଏଭଳି ସ୍ଥିତି ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri