ବିଦେଶୀ କମ୍ପାନୀ କବ୍‌ଜାରେ ଓପିଜିସି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି) ଅବସ୍ଥା ଶୋଚନୀୟ। ଏହି ସଂସ୍ଥାର କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି ରାସ୍ତାକୁ ଓହ୍ଲାଇଲେଣି। ରାଜ୍ୟର ଏକମାତ୍ର ତାପଜ ଶକ୍ତି ଉତ୍ପାଦନ କେନ୍ଦ୍ର ଏବେ ବିଦେଶୀ କମ୍ପାନୀ କବ୍‌ଜାରେ । ଓପିଜିସିକୁ ଠିକ୍‌ ଢଙ୍ଗରେ ପରିଚାଳନା କରିବାକୁ ଘରୋଇ କମ୍ପାନୀ ଏଇଏସ୍‌ ସହିତ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। ସେଥିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଘରୋଇ କମ୍ପାନୀର ଅଂଶଧନ ୪୯ ପ୍ରତିଶତ ରହିଥିଲା। ତେବେ ଏହି କମ୍ପାନୀ ଓପିଜିସିକୁ ନିଜ କବ୍‌ଜାରେ ରଖିଛି। ଅଧିକ ଅଂଶଧନ ଥାଇ ମଧ୍ୟ ଓପିଜିସିର କୌଣସି ପ୍ରଶାସନିକ କ୍ଷମତା ନାହିଁ। ଘରୋଇ କମ୍ପାନୀର କର୍ମଚାରୀମାନେ ଓପିଜିସି କର୍ମଚାରୀଙ୍କଠାରୁ ଅଧିକ ଦରମା ପାଉଛନ୍ତି। ଏହି ସଂସ୍ଥାକୁ ଉଦ୍ଧାର କରିବାକୁ ବୁଧବାର ବିଧାନସଭାରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଓପିଜିସି ଦୀର୍ଘ ବର୍ଷ ଧରି ତାପଜ ବିଦ୍ୟୁତ ଉତ୍ପାଦନ କରୁଛି। ଆମର ଅଧିକ ଅଂଶଧନ ଥିବା ସତ୍ତ୍ୱେ ବିଦେଶୀ କମ୍ପାନୀ ସେଠି ମାଲିକ ହୋଇ ରହିଛି। ଏହି ସଂସ୍ଥାର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ଏ ନେଇ ଶକ୍ତିମନ୍ତ୍ରୀ ଗୃହରେ ଏକ ବିବୃତି ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ କିଶୋର ମହାନ୍ତି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଓଡ଼ିଶାର ଏକମାତ୍ର ସଂସ୍ଥା ଭାବେ ଓପିଜିସି ତାପଜ ବିଦ୍ୟୁତ ଉତ୍ପାଦନ କରୁଛି। ଏହାକୁ ଆମ ଓଡ଼ିଆ ଇଞ୍ଜିନିୟରମାନେ କରିଥିଲେ। ଏହି କମ୍ପାନୀ ବନ୍ଦ ହୋଇଯିବାକୁ ବସିଲାଣି। ୪୯ ପ୍ରତିଶତ ଅଂଶଧନରେ ବିଦେଶୀ କମ୍ପାନୀ କେମିତି ମାଲିକ ହୋଇ ବସିଛି। ଏଥିରେ ତୁରନ୍ତ ସରକାର ହସ୍ତକ୍ଷେପ କରନ୍ତୁ ନଚେତ ଏହା ଖୁବଶୀଘ୍ର ବନ୍ଦ ହୋଇଯିବ। ବିଜେଡି ସଭ୍ୟ ଅମର ଶତପଥୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ନରସିଂହ ମିଶ୍ର ପ୍ରମୁଖ ବିଦେଶୀ କମ୍ପାନୀର ପ୍ରଭୁତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଦେଶୀ କମ୍ପାନୀ ସହ ହୋଇଥିବା ଚୁକ୍ତିର ସମୀକ୍ଷା କରାଯାଇ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri