ବିଦାୟ ନେଲେ ଦୁର୍ଗତିନାଶିନୀ

ଢେଙ୍କାନାଳ ଅଫିସ, ୧୦।୧୦ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସିମିନଈ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ମିଳିତ ଭସାଣି ଶୋଭାଯାତ୍ରାରେ ୧୦ ମେଢ଼ ସାମିଲ ହୋଇଥିଲେ। ବାଜାବାଣ, ପାରମ୍ପରିକ ନୃତ୍ୟରେ ଅଞ୍ଚଳ ଦୁଲୁକି ଉଠିଥିଲା।  ସିମିନଈ ତଥା ଏହାର ଆଖପାଖ ଗ୍ରାମରେ ୭୦ବର୍ଷ ଧରି ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ସିମିନଈ ବଡ଼ବଜାର ପୂଜା ସଙ୍ଗଠନ, ଦୋଳମଣ୍ଡପସାହି, ଶିଶୁସଂଘ ପୂଜା ପ୍ରତିଷ୍ଠାନ, ତରୁଣ ଦୁର୍ଗାପୂଜା ପ୍ରତିଷ୍ଠାନ, ଗାନ୍ଧୀବଜାର, ଜଗନ୍ନାଥ ମଣ୍ଡପ, ଭଗବାନପୁର, ନୂଆସାହି, ଭାଗବତ ମନ୍ଦିର ସାହିରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା। ସେହିପରି ମୂଳିସିଂହ, ଅଙ୍କରାନ୍ତିପୁର, ନୀଳାମ୍ବରପୁର, ମହେନ୍ଦ୍ରପୁର, ସାଇଁବିରି, ଗଦାଶିଳା, ଚାଇଁପୁରରେ ୧୨ ମଣ୍ଡପରେ ମା’ ବିରାଜିଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁ ପୂଜାର ମଜା ନେଇଥିଲେ।
ନିର୍ଦ୍ଧାରିତ ସମୟରେ ମେଢ଼ଗୁଡିକ ସିମିନଈ ଯାତ୍ରା ପଡ଼ିଆରେ ପହଞ୍ଚତ୍ଥିଲେ। ସେଠାରୁ ଶୋଭାଯାତ୍ରା ବାହାରି ଦାଣ୍ଡିମାଳ ହାଇସ୍କୁଲ ଯାଏ ଯାଇଥିଲା। ଏହାପରେ ୫୫ନଂ. ଜାତୀୟ ରାଜପଥ ଦେଇ କେନାଲରେ ବିସର୍ଜନ କରାଯାଇଥିଲା। ସଦର ଏବଂ ଝାରଗାଡ଼ିଆ ପୋଲିସ ସମେତ ପୂଜା କମିଟି କର୍ମକର୍ତ୍ତା ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?