ମୁମ୍ବାଇ,୨୮।୪: ଚଳିତ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ବଡ଼ ଚ୍ୟାଲେଞ୍ଜ ହେବ। ମନେଟାଇଜେଶନ ନେଇ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ କୌଣସି ନିଷ୍ପତ୍ତି ନେଇ ନ ଥିବା ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। କୋଭିଡ୍-୧୯ ପାଇଁ ସାରା ଦେଶ ଏବଂ ଶିଳ୍ପଗୁଡିକ ଏବେ ଲକ୍ଡାଉନ ହୋଇ ପଡିଛି। ବିତ୍ତୀୟ ସହାୟତା ଆବଶ୍ୟକ ହୋଇ ପଡିଥିବା ବେଳେ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ଜଣାପଡିଛି। ଆର୍ଥତ୍କ ସହାୟତା ଘୋଷଣା ଦିଗରେ ସରକାର ଅଗ୍ରସର ହେଉଛନ୍ତି ବୋଲି ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିଡ୍ ସମସ୍ୟାକୁ ସମାଧାନ କରିବା ଏବଂ ବିତ୍ତୀୟ ଶୃଙ୍ଖଳାକୁ ସମ୍ଭାଳିବା ଦିଗରେ ସରକାର ସତର୍କତାର ସହ କାମ କରିବେ। ୨୦୨୦-୨୧ ଲାଗି ଲକ୍ଷ୍ୟ ରଖାଯାଇଥିବା ୩.୫% ବିତ୍ତୀୟ ହାସଲ ଏବେ ବଡ ଚ୍ୟାଲେଞ୍ଜ। ଏବେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରଭାବିତ ସ୍ଥିତିରେ ରହିଥିବାରୁ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ଟପିଲେ ଏହାକୁ ସମ୍ଭାଳିବା କଷ୍ଟକର ହୋଇ ପଡିବ ବୋଲି ଦାସ ମତବ୍ୟକ୍ତ କରିଛନ୍ତି।
ବିତ୍ତୀୟ ନିଅଣ୍ଟ ସ୍ଥିତି ସମ୍ଭାଳିବା ଲାଗି ଅର୍ଥ ସହାୟତା ଦେବାକୁ କେନ୍ଦ୍ରୀୟ ବ୍ୟାଙ୍କ ସ୍ବତନ୍ତ୍ର ମହାମାରୀ ବଣ୍ଡ କିମ୍ବା ପ୍ରାଇଭେଟ ପ୍ଲେସ୍ମେଣ୍ଟ ବଣ୍ଡ ଜାରି କରିବା ନେଇ ଏକ ପ୍ରଶ୍ନ ଉପରେ ଦାସ କୌଣସି ଉତ୍ତରରେ ରଖିନାହାନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଏ ନେଇ କୌଣସି ବିଚାର କରାଯାଇ ନାହିଁ। ପାଣ୍ଠି ଲାଗି ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ ଅଣ ବ୍ୟାଙ୍କିଙ୍ଗ୍ ବିତ୍ତ ପ୍ରତିଷ୍ଠାନ(ଏନ୍ବିଏଫ୍ସି)ଗୁଡ଼ିକୁ ପାଣ୍ଠି ଯୋଗାଣ ନେଇ ସରକାର ପ୍ରୟାସ ଜାରି ରଖିବେ। ଏହି ସଂସ୍ଥାଗୁଡିକ ସାମ୍ନା କରୁଥିବା ସମସ୍ୟା ସମାଧାନ ଲାଗି ଅଧିକ ପଦକ୍ଷେପ ନିଆଯିବ। ଦେଶର ବ୍ୟାଙ୍କିଙ୍ଗ୍ ସିଷ୍ଟମ ସୁରକ୍ଷିତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…
ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…
ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?
ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…
ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି
ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…
ଡିଜିଟାଲ୍ ଯୁଗରେ ବି କ୍ୟାଶ୍ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା
ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…
ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…
ମହଙ୍ଗା ହେଲା ସିଗାରେଟ୍: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…
ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ
ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…
ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…
ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…
Archives

