ବିଜେଡିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ପରାଜୟର କାରଣ ଗୋଷ୍ଠୀ କନ୍ଦଳ’

ବାରିପଦା ଅଫିସ,୮ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ନିର୍ବାଚନୀ ଫଳାଫଳ ଭଲ କରୁଥିବା ବେଳେ ମୟୂରଭଞ୍ଜ ଜିଲାରେ କିନ୍ତୁ ଓଲଟା। ଜିଲାରେ ତୃଣମୂଳସ୍ତରରେ ଭାଜପାର ସଙ୍ଗଠନ ମଜଭୁତ ନ ଥିଲେ ମଧ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନଠାରୁ ଦଳ ଶାସକ ବିଜେଡିକୁ ପରାଜୟର ସ୍ବାଦ ଚଖାଇ ଆସୁଛି। ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ବେଳେ ଗ୍ରାମାଞ୍ଚଳସ୍ତରରୁ ଜିଲା ପର୍ଯ୍ୟନ୍ତ ମାଳମାଳ ପର୍ଯ୍ୟବେକ୍ଷକ ଓ ହେଭିୱେଟ୍‌ ନେତା ଆସି ଗୋଟିଚାଳନା କରିଥିଲେ। ମାତ୍ର ଦଳ ଆଶାନୁରୂପ ସଫଳତା ହାସଲ କରି ନ ଥିଲା। ଆଗକୁ ପୌର ନିର୍ବାଚନ ରହିଛି। ଜିଲାର ବାରିପଦା, ରାଇରଙ୍ଗପୁର ପୌର ପରିଷଦ ଏବଂ କରଞ୍ଜିଆ ଓ ଉଦଳା ଏନ୍‌ଏସିକୁ ଦଖଲ କରି ପୁନର୍ବାର ଜିଲାକୁ ବିଜେଡିର ଗଡ଼ ଭାବେ ପରିଣତ କରିବାକୁ କସରତ ଆରମ୍ଭ ହେଲାଣି। ନିକଟରେ ବିଜେଡିର ହେଭିୱେଟ୍‌ ନେତା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଜିଲାର ନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ପର୍କରେ ତାଙ୍କର ଧାରଣା ଥିବା ବେଳେ କର୍ମୀ ଓ ଅନ୍ୟ ନେତୃବୃନ୍ଦମାନଙ୍କୁ ସେ ଚିହ୍ନିନାହାନ୍ତି। ଉଭୟ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ପରାଜୟ ସମ୍ପର୍କରେ ଦଳ ପକ୍ଷରୁ କରାଯାଇଥିବା ସମୀକ୍ଷା ବେଳେ ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ ଥିବା ଜଣାପଡିଥିଲା। ଶନିବାର ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ପର୍ଯ୍ୟବେକ୍ଷକ ଦାସ ଉପସ୍ଥିତ ରହି ପୂର୍ବ ପରାଜୟଗୁଡିକର କାରଣ ଗୋଷ୍ଠୀ କନ୍ଦଳ ବୋଲି ଖୋଲାଖୋଲି କହିଥିଲେ। ଦଳରେ ଗୋଷ୍ଠୀ କନ୍ଦଳକାରୀଙ୍କ ସ୍ଥାନ ନାହିଁ ବୋଲି ତାଗିଦ କରିଥିଲେ।
ବୈଠକରେ ବିଧାୟକ ଦାସଙ୍କ ସହିତ ଜିଲାର ଦୁଇ ପୂର୍ବତନ ଦଳୀୟ ପର୍ଯ୍ୟବେକ୍ଷକ ଡ. ଅରୁଣ କୁମାର ସାହୁ ଓ ସଞ୍ଜୟ ଦାସବର୍ମା ଉପସ୍ଥିତ ରହି ଜିଲାରେ ସଂଗଠନ ମଜଭୁତ କରିବା ପାଇଁ ବିଧାୟକ ଦାସଙ୍କୁ ମାର୍ଗଦର୍ଶନ କରିବେ ବୋଲି କହିଥିଲେ। କାରଣ ଅରୁଣ ଓ ସଞ୍ଜୟ ଜିଲାର ତୃଣମୂଳସ୍ତରର କର୍ମୀଙ୍କୁ ନେଇ କାର୍ଯ୍ୟ କରିସାରିଛନ୍ତି। ସେହିପରି ଅରୁଣ ଓ ସଞ୍ଜୟଙ୍କ ବିନା ଜିଲାରେ ସଂଗଠନ ସଜାଡ଼ିବା ମୁସ୍କିଲ ବୋଲି ବୈଠକରେ ଆଗଧାଡ଼ିର କର୍ମୀମାନେ ଖୋଲାଖୋଲି କହିଥିଲେ। ବିଧାୟକ ଦାସ ରାଜ୍ୟ ସଂଗଠନର ମଙ୍ଗ ଧରିଥିବା ବେଳେ ମୟୂରଭଞ୍ଜ ଜିଲାକୁ ପର୍ଯ୍ୟାପ୍ତ ସମୟ ଦେବା ସମ୍ଭବ ନୁହେଁ ବୋଲି କର୍ମୀମାନେ ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ଏବେ ଦଳ ଅଡ଼ୁଆରେ ପଡ଼ିଛି।
ଜିଲା ବିଜେଡି ସଭାପତି ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌, ରାଜସ୍ବ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ରାଜକିଶୋର ଦାସ, ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌, ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସ୍‌ଦା, ଜିଲା କାର୍ଯ୍ୟକାରୀ ସଭାପତି ଡା. ଦେବାଶିଷ ମାରାଣ୍ଡି, ଯୁବ ବିଜେଡି ଉତ୍ତର ଓଡ଼ିଶା ଜୋନ୍‌ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ସମେତ ଅନ୍ୟ ଆଗଧାଡ଼ିର ନେତାମାନେ ଉପସ୍ଥିତ ଥିଲେ। ଜିଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri