ବିକାଶଠାରୁ ଦୂରରେ ନୂଆଗୁଡ଼ା

କୋରୁକୋଣ୍ଡା, ୨୪।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ କେନ୍ଦୁଗୁଡା ନିକଟସ୍ଥ ନୂଆଗୁଡା ଗ୍ରାମ ଏଯାଏ ଅବହେଳିତ ହୋଇ ରହିଛି। ୧୦ ପରିବାରର ୪୫ ଜଣ ରହୁଥିବା ଏହି ଗ୍ରାମରେ ବିକାଶ ଅପହଞ୍ଚ। ଗ୍ରାମବାସୀ ପାହାଡ ଉପରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ବସବାସ କରୁଛନ୍ତି। ଗତ ଜାନୁୟାରୀ ୪ରେ ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ପିପକୁପଦଠାରେ ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ଲାଗି ବିଏସ୍‌ଏଫ ପକ୍ଷରୁ ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା ଲାଗି ପଦକ୍ଷେପ ନିଆଯାଇଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ସେମାନଙ୍କୁ ମୌଳିକ ସୁବିଧା ଦେବାକୁ ଦାବି କରି କ୍ୟାମ୍ପକୁ ବିରୋଧ କରିଥିଲେ। ଏହା ବଦଳରେ ସେମାନଙ୍କୁ ପାନୀୟ ଜଳ, ବିଦ୍ୟାଳୟ, ଅଙ୍ଗନଓ୍ବାଡି, ଛାତ୍ରାବାସ, ଚିକିତ୍ସାଳୟ ସୁବିଧା ମିଳୁ ବୋଲି ଦାବି କରିଥିଲେ। ପ୍ରଶାସନ ଏନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ବମ୍ବାରି, ଗୁଣ୍ଡି, ଗଣରବେଡା, କାରକାଗୁଡା, ସୁରିପଦା, ଚାଙ୍ଗପଦା, ବାୟାପଦା, ବଡାଣ୍ଡିଗୁଡା ଗ୍ରାମକୁ ରାସ୍ତାଟିଏ ନାହିଁ। ଏହି ସ୍ଥାନଗୁଡିକୁ ଯିବା ଆସିବା ପାଇଁ ପାହାଡିଆ ପାଦଚଲା ରାସ୍ତା ହିଁ ଭରସା। ରୋଗୀ ଓ ପ୍ରସୂତିଙ୍କୁ ଡାକ୍ତରଖାନା ନେବା ବେଳେ ଗ୍ରାମବାସୀଙ୍କ ଅବସ୍ଥା ନ କହିବା ଭଲ। କେନ୍ଦୁଗୁଡାର ନୂଆଗୁଡା ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ଏହି ଗ୍ରାମରେ ନଳକୂପ ଥିଲେ ମଧ୍ୟ ଏହାର ପାଣି ନାଲି ଓ ପାନୀୟ ଅନୁପଯୋଗୀ। ଗ୍ରାମଠାରୁ ପ୍ରାୟ ୨/୩ କି.ମି. ଦୂରରେ ଥିବା ଏକ ଝରଣାରୁ ଗ୍ରାମବାସୀ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ଖରାଦିନେ ଝରଣାପାଣି କମିଯିବାରୁ ସ୍ଥାନେ ସ୍ଥାନେ ଜମାହୋଇଥିବା ପାଣିରେ ପଡିଥିବା ପତ୍ର, କାଠିକୁଟାକୁ ବାହାର କରି ନେଇଥାନ୍ତି। ଝରଣା ପାଣି ପୁରାପୂରି ଭାବେ ଶୁଖିଗଲେ ଚିତ୍ରକୋଣ୍ଡା ଜଳଭଣ୍ଡାରର ଦୁର୍ଷିତ ପାଣି ପିଇବାକୁ ବାଧ୍ୟ ହୁଅନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ। ଗ୍ରାମବାସୀଙ୍କ ଅଧିକାଂଶ ଜମି ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ଥିବାରୁ ଚାଷ କରିବାରେ ଅସୁବିଧା ହେବାରୁ ନିକଟସ୍ଥ ଦୁଇ ପାହାଡରେ ଥିବା ଗଛ କାଟି ସଫା କରି ସେହି ପାହାଡରେ ଧାନ, ମାଣ୍ଡିଆ, ବିରି, କୋଳଥ ଆଦି ଚାଷ କରନ୍ତି ବୋଲି କହନ୍ତି ଗ୍ରାମର ସୁକା ଖାଡିଙ୍ଗିଆ, ବୁଦୁ ଖାଡିଙ୍ଗିଆ, ଲାଚ୍ଛା ମୁଦୁଲି, ସାଇବ ଶିଶା, ଲଛି ଶିଶା ଓ କମଳା ଶିଶା। ଗ୍ରାମରେ ୧୦ ପରିବାର ଥିଲେ ମଧ୍ୟ ୨ ଜଣ ସରକାରୀ ଆବାସ ଯୋଜନାରେ ବାସଗୃହ ପାଇଛନ୍ତି। ଅନ୍ୟମାନେ ଏଥିରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri