ବିକାଶ ହାର ନେଇ ଆର୍‌ବିଆଇ ଚିନ୍ତିତ

ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ବ୍ୟାପିବା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ଅସମ୍ଭାଳ ହୋଇଛି। ଭାରତକୁ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ସ୍ଥିତି ଏବେ ଅଣାୟତ୍ତ ହୋଇଥିବାରୁ କିଛି ରାଜ୍ୟ ଲକ୍‌ଡାଉନକୁ ବଢାଇବା ଲାଗି କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି। ଆଉ କିଛି ରାଜ୍ୟ ଲକ୍‌ଡାଉନ ଅବଧି ବଢାଇବା ଲାଗି ନିଷ୍ପତ୍ତି ନେଇ ସାରିଛନ୍ତି। କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ଫଳରେ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଛି। ଏଭଳି ସ୍ଥିତିରେ ମହାମାରି ଭାରତର ବିକାଶ ହାର ପୂର୍ବାନୁମାନକୁ ଆମୁଳଚୂଳ ପରିବର୍ତ୍ତନ କରିଛି ବୋଲି ରିଜର୍ଭ ବ୍ୟାଙ୍କ ଗୁରୁବାର ସୂଚନା ଦେଇଛି। ଏବେ କରୋନା ରୋଗୀଙ୍କ ସଂଖ୍ୟା ସାରା ଦେଶରେ ବଢି ଚାଲିଛି। ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ନେଇ ପୂର୍ବାନକରିବା ପ୍ରକ୍ରିୟାକୁ କୋଭିଡ-୧୯ ବଦଳାଇ ଦେଇଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରାନୀତି ରିପୋର୍ଟରେ ଉଲ୍ଲେଖ କରିଛି। ଏହା ରିପୋର୍ଟରେ କହିଛି ଯେ, ମହାମାରୀ ଦକ୍ଷିଣ ଏସିଆର ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବେ ପରିଗଣିତ ଭାରତୀୟ ଅର୍ଥ ବ୍ୟବସ୍ଥାର ଗତିକୁ ମନ୍ଥର କରି ଦେଇଛି। କୋଭିଡ ପୂର୍ବରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ପାଇଁ ବିକାଶ ହାର ପୂର୍ବାନୁମାନ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଯୋଜନା ରଖିଥିଲା। ମାତ୍ର କରୋନା ପାଇଁ ସବୁ ବିଗିଡି ଯାଇଛି। କୋଭିଡ ପରେ ବିଶ୍ୱ ବଜାରରେ ମାନ୍ଦାବସ୍ଥା ସ୍ଥିତି ଆହୁରି ଉତ୍କଟ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ପୂର୍ବାନୁମାନରେ କହିଛି।
ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଏବେ ପ୍ରଭାବିତ ରହିଛି। ବିକାଶର ଗତି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ୨୦୧୯ରେ ଅଭିବୃଦ୍ଧି ୫%କୁ ଖସିବ ବୋଲି ଆକଳନ କରାଯାଇଛି। ଏହା ପ୍ରାୟ ଗୋଟିଏ ଦଶନ୍ଧିର ସର୍ବନିମ୍ନ ବୋଲି ଜଣାପଡିଛି। ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରରେ ରହିଥିବାରୁ ଏହା ଭାରତ ଲାଗି ଲାଭକାରି ହେବ। କରୋନା ଯୋଗୁ ସ୍ଥିତି ବିଗିଡିଥିବାରୁ ବିକାଶ ହାର ପୂର୍ବାନୁମାନ ନେଇ କିଛି କହିବାରୁ ପୂର୍ବଥର କେନ୍ଦ୍ରୀୟ ବ୍ୟାଙ୍କ ବିରତ ରହିଥିଲା। ଗୁରୁବାର ସକାଳ ସୁଦ୍ଧା ଭାରତରେ କରୋନା ଯୋଗୁ ୧୬୬ ଜଣଙ୍କ ଜୀବନ ହାନି ହୋଇଛି। ଏହି ରୋଗରେ ୫୦୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ନଜରରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ୭୫ ବେସିସ ପଏଣ୍ଟ ହ୍ରାସ କରିଛି। ସେହିଭଳି ବ୍ୟବସ୍ଥାକୁ ଅଧିକ ନଗଦ ଛାଡିବା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଗୁରୁତ୍ୱାରୋପ କରିଛି। କରୋନା ଜନୀତ ସ୍ଥିତି ସାମାନ୍ୟ ହେବା ପରେ ବିଭିନ୍ନ ଆର୍ଥତ୍କ ଏବଂ ମୁଦ୍ରାଗତ ନୀତି ଦ୍ୱାରା ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଇ ପାରିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶା ପ୍ରକଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri