ଆସିପାରେ ଲକ୍ଷେ କୋଟିର ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୧୦।୪: ସରକାର ଆଗାମୀ ଦିନରେ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ନେଇ ସମ୍ଭାବନା ରହିଛି। ଏହି ପ୍ୟାଜେକ ୧ ଲକ୍ଷ କୋଟି ଟଙ୍କାର ହେବା ନେଇ ଅନୁମାନ କରାଯାଇଛି। କରୋନା ଯୋଗୁ ଏବେ ଦେଶର ଶିଳ୍ପ ଜଗତ ସହ କ୍ଷୁଦ୍ର ଶିଳ୍ପ କାରବାର ବନ୍ଦ ରହିଛି। ବିଶେଷ କରି ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପଗୁଡିକୁ ପ୍ରୋତ୍ସାହନ ପ୍ୟାକେଜ ଦେବା ଲାଗି ସରକାର ବିଭିନ୍ନ ଘୋଷଣା କରିବାର ଯୋଜନା ରହିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସାଧାରଣ ଲୋକଙ୍କ ଲାଗି ଉଦ୍ଦିଷ୍ଟ।
କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ରଶିଳ୍ପଗୁଡିକ ଲାଗି ଏବେ ଯାଏ କୌଣସି ପ୍ୟାକେଜ ଘୋଷଣା କରାଯାଇନାହିଁ। ଏଭଳି ପ୍ରସଙ୍ଗକୁ ସରକାର ଧ୍ୟାନରେ ରଖିଛନ୍ତି। ଦ୍ୱିତୀୟ ପ୍ୟାକେଜରେ ଏମ୍‌ଏସ୍‌ଏମ୍‌ଇକୁ ଫୋକସ କରାଯିବ ବୋଲି ପ୍ରକ୍ରିୟା ସହ ଜଡିତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି। କରୋନା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପରେ ବଡ କମ୍ପାନୀଗୁଡିକ ଲାଗି ମଧ୍ୟ ସରକାର ବିଭିନ୍ନ ଘୋଷଣା କରିବା ନେଇ ଯୋଜନା ରଖାଯାଇଛି। ୨.୯ ଟ୍ରିଲିୟନ ଡଲାର ବିଶିଷ୍ଟ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏମ୍‌ଏସ୍‌ଏମ୍‌ଇର ଅଂଶ ପ୍ରାୟ ଏକ ଚତୁର୍ଥାଂଶ।
ପ୍ରଭାବିତ ଅର୍ଥ ବ୍ୟବସ୍ଥା ଲାଗି ଶୀଘ୍ର ପ୍ୟାକେଜ ଆଣନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇ ଆସୁଛି। ଏମ୍‌ଏସ୍‌ଏମ୍‌ଇ ଲାଗି ଆସିବାକୁ ଥିବା ପ୍ୟାକେଜ ମଧ୍ୟରେ ପରିଚାଳନା ପୁଞ୍ଜି ପାଇଁ ବ୍ୟାଙ୍କ ଋଣ ସୀମାରେ ବୃଦ୍ଧି, ଟିକସ କ୍ଷେତ୍ରରେ ରିହାତି ଦେବା ଲାଗି ବିଭିନ୍ନ ପଦକ୍ଷେପ, ଆୟକର ଜମା କ୍ଷେତ୍ରରେ ନିୟମ କୋହଳ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନୀତ ହୋଇଛି। ଏ ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟର ଉତ୍ତର ଲୋଡା ଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, କ୍ଷୁଦ୍ର ବାଣିଜ୍ୟଗୁଡିକର ଟିକସ ରିଫଣ୍ଡ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆସିବା ନେଇ ଯୋଜନା ରହିଛି। ଏହା ସହ ଅନ୍ୟ କିଛି ଆଶ୍ୱସ୍ତି ମଧ୍ୟ ସରକାର କ୍ଷୁଦ୍ର ସଂସ୍ଥାଗୁଡିକୁ ପ୍ରଦାନ କରିପାରନ୍ତି ବୋଲି ସେ କହିଛନ୍ତି। ବ୍ୟକ୍ତି ବିଶେଷ ତଥା କ୍ଷୁଦ୍ର ବାଣିଜ୍ୟଗୁଡିକ ଲାଗି ସରକାର ବୁଧବାର ପ୍ରାୟ ୧୮ ହଜାର କୋଟି ଟଙ୍କାର ରିଫଣ୍ଡ ଜାରି କରିବା ଲାଗି ଘୋଷଣା କରିଛନ୍ତି।

ଦୁର୍ଦ୍ଦିନରେ କ୍ଷୁଦ୍ରଶିଳ୍ପ
ଅଲ ଇଣ୍ଡିଆ ମାନୁଫାକଚରର୍ସ ଆସୋସିଏଶନ (ଏଆଇଏମ୍‌ଓ)ର ପୂର୍ବତନ ସଭାପତି କେ.ଇ ରଘୁନାଥନ କହିଛନ୍ତି ଯେ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସାମଗ୍ରୀ ଯୋଗାଇ ଥିବା କ୍ଷୁଦ୍ର ସଂସ୍ଥାଙ୍କ ଦେୟକୁ ଶୀଘ୍ର ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସରକାରୀ କମ୍ପାନୀଗୁଡିକ କ୍ଷୁଦ୍ର ସଂସ୍ଥାଗୁଡିକର ପ୍ରାୟ ୬୬ ବିଲିୟନ ଡଲାର ବାକି ରଖିଛନ୍ତି। ଏହି ଦେୟ କମ୍ପାନୀଗୁଡିକୁ ଶୀଘ୍ର ପ୍ରଦାନ ନ କରାଗଲେ କାରବାର ପରିଚାଳନାରେ ଅସୁବିଧା ହେବ। କ୍ଷୁଦ୍ର ସଂସ୍ଥାଗୁଡିକ ଏବେ ପରିଚାଳନାରେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ହୁଏତ କମ୍ପାନୀ କାମ ବନ୍ଦ କରିବେ କିମ୍ବା କର୍ମଚାରୀ ଛଟେଇ କରିବା ଭଳି ପଦକ୍ଷେପ ନେଇ ପାରନ୍ତି ବୋଲି ରଘୁନାଥନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri