ବିକଳ୍ପ ଶକ୍ତି ଭବିଷ୍ୟତର ଭରସା

ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏହି ଦିବସ। ଦୈନନ୍ଦିନ ଜୀବନରେ ଶକ୍ତିର ଉପଯୋଗ ଓ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଏ। ଶକ୍ତିର ଅଭାବ ଯୋଗୁ ଆଗାମୀ ପିଢି ପାଇଁ ଉପୁଜିବାକୁ ଯାଉଥିବା ସମସ୍ୟା ଉପରେ ସମୀକ୍ଷା କରାଯିବା ସହ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଶକ୍ତିର ଆବଶ୍ୟକତା ଉପରେ ତତ୍‌କଳ ଭାବନା ଜାଗ୍ରତ କରିବାରେ ଏହି ଦିବସ ପ୍ରମୁଖ ଭୂମିକା ନେଇଥାଏ। ଶକ୍ତି ସଂରକ୍ଷଣର ଆବଶ୍ୟକତା ଓ ଶକ୍ତି ଉପଯୋଗରେ ମିତବ୍ୟୟିତା ପ୍ରତି ସଚେତନ କରିବା ଏହି ଦିବସର ଲକ୍ଷ୍ୟ।
ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ମଧ୍ୟ ସାଂଘାତିକ ଭାବେ ପାରମ୍ପରିକ ଶକ୍ତିର ଉତ୍ସ କ୍ଷୟ ହେବାରେ ଲାଗିଛି। ଏହାର ମୁକାବିଲା କରି ଶକ୍ତି ସଂରକ୍ଷଣ କରିବା ଲାଗି ଆହ୍ବାନ ଦିଏ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ। ଅନ୍ୟ ପକ୍ଷରେ ଶକ୍ତିର ଅପବ୍ୟବହାର ବିଶ୍ୱତାପନ ବୃଦ୍ଧି କରୁଛି ଯଦ୍ଦ୍ବାରା ବିଶ୍ୱ ଜୀବନ ଶୂନ୍ୟ ହେବାର ଆଶଙ୍କା ଉପୁଜିଛି। ଏହାସହ ପାରମ୍ପରିକ ଶକ୍ତିକୁ ଧରି ରଖିଥିବା ସବୁ ଉତ୍ସ ମଧ୍ୟ ନଷ୍ଟ ହେବାରେ ଲାଗିଛି। ମାନବ ଆଧୁନିକ ଜୀବନ ଲାଗି ଶକ୍ତିକୁ ବେଖାତିର ଭାବେ ଉପଯୋଗ କରିବାରେ ଲାଗିଛି। ଏହି ଉତ୍ସ ବାସ୍ତବରେ ସମାଜର ବିକାଶ ଲାଗି ଉଦ୍ଦିଷ୍ଟ। ଖାଦ୍ୟ ,ଆଶ୍ରୟ, ପୋଷାକ, ପାଣି, ପରିମଳ, ଓଷଧ,ପରିବହନ, ଶିଳ୍ପ,ତଥ୍ୟ ହାସଲ କରିବାରେ ବି ଶକ୍ତିକୁ ବିପଜ୍ଜନକ ଭାବେ ବ୍ୟବହାର କରାଯାଉଛି। କୋଇଲା, ପେଟ୍ରୋଲ, ଆଣବିକ ଶକ୍ତି ନିର୍ଦ୍ଦିଷ୍ଟ ପରିମାଣରେ ଏକ ସୀମିତ ସମୟ ଲାଗି ରହିଛି। ଏବେ ଗଚ୍ଛିତ ରହିଥିବା ଜୀବାଶ୍ମ ଇନ୍ଧନ ୪୫ ବର୍ଷ, ଗ୍ୟାସ୍‌ ୬୫ ବର୍ଷ, କୋଇଲା୨୦୦ ବର୍ଷ ରହିବ ବୋଲି ଷ୍ଟାଟିଷ୍ଟିକାଲ ରିଭ୍ୟୁ ଅଫ୍‌ ଓ୍ବାଲର୍‌ଡ ଏନର୍ଜି ପକ୍ଷରୁ ୨୦୧୦ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଥିଲା। ଏଣୁ ଆଗାମୀ ପିଢି ଲାଗି ବିକଳ୍ପ ଶକ୍ତି ବ୍ୟବସ୍ଥା କରାଯିବା ଆବଶ୍ୟକତା ରହିଛି। ଏହା ହିଁ ଭବିଷ୍ୟତର ଭରସା।ଏବେ ବ୍ୟବହାର କରାଯାଉଥିବା ମୋଟ ଶକ୍ତିର ମାତ୍ର ୫.୫ ପ୍ରତିଶତ ଜଳବିଦ୍ୟୁତ। ଆଣବିକ ଶକ୍ତି ଉପତ୍ାଦନ ବୃଦ୍ଧି ପାଉଥିଲେ ବି ଏହା ବିଶ୍ୱରେ ଆବଶ୍ୟକ ହେଉଥିବା ଶକ୍ତି ୫.୨ ପ୍ରତିଶତ ଯୋଗାଇ ଦେବାକୁ ସମର୍ଥ ହୋଇପାରିବ। ଯେତେଯାହା କଲେ ବି କୌଣସି ଗୋଟିଏ ଶକ୍ତିର ଉତ୍ସ ଜୀବାଶ୍ମ ଇନ୍ଧନର ସ୍ଥାନ ପୂରଣ କରିପାରିବନାହିଁ। ଏହାକୁ ସଂରକ୍ଷଣ କରିବା ବି ସହଜ ନୁହେଁ, କିନ୍ତୁ ବିକଳ୍ପ ଖୋଜାଯିବାର ଆବଶ୍ୟତା ରହିଛି; ଯେହେତୁ ପ୍ରତିବଷ ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ (୧.୬ ପ୍ରତିଶତ)ବୃଦ୍ଧି ପାଇବାରେ ଲାଗିଛି। ଶକ୍ତିର ସବୁ ଉତ୍ସକୁ ସଂରକ୍ଷଣ କରିବା ସମସ୍ତଙ୍କର ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତେ ମୋ ପୁଅ ପରି ପୁଅ ଚାହିଁବେ’, ସିଡ଼ନୀ ଆକ୍ରମଣ ପରେ ଏମିତି କହିଲେ ଆତଙ୍କବାଦୀଙ୍କ ମା’

ସିଡ଼ନୀ,୧୫।୧୨: ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚରେ ଏକ ଯିହୂଦୀ ଉତ୍ସବ ପାଇଁ ପ୍ରସ୍ତୁତି ସମୟରେ ଲୋକମାନଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୫...

ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...

ବର୍ଷ ସରୁ ସରୁ ଇତିହାସ ରଚିଲା ଭାରତ, ଜିତିଲା ବିଶ୍ୱକପ

ନୂଆଦିଲ୍ଲୀ,୧୫।୧୨: ୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ

ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri