ବିଏସ୍‌ସିଏଲ୍‌କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ)କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର-୨୦୨୦ ସମ୍ମାନ ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ଭୁବନେଶ୍ୱର ସହରରେ ବନ୍ୟା ପରିସ୍ଥିତି ପରିଚାଳନା ପାଇଁ ‘ମୁଁ ସେଭିଅର’ ଆପ୍‌ ନିମନ୍ତେ ବିଏସ୍‌ସିଏଲକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
‘ମୁଁ ସେଭିଅର’ ଆପ୍‌ ହେଉଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା(ଆଇସିଟି) ଆଧାରିତ ଯାହା ଭବିଷ୍ୟତରେ ସହରରେ ବନ୍ୟା ପରିସ୍ଥିତିକୁ ରୋକିବାରେ ସହାୟକ ହେବ। ୨୦୧୯ ଡିସେମ୍ବରରେ ବିଏସ୍‌ସିଏଲ ଏବଂ ବିଏମ୍‌ସି ଜର୍ମାନ ଡେଭ୍‌ଲପ୍‌ମେଣ୍ଟ କୋପରେଶନ (ଜିଆଇଜେଡ୍‌) ସହିତ ସହବନ୍ଧିତରେ ଭୁବନେଶ୍ୱରର ନୟାପଲ୍ଲୀ ଏବଂ ଶତାବ୍ଦୀନଗରରେ ଆରମ୍ଭ କରିଥିଲା। ଏହାଦ୍ୱାରା ନାଗରିକମାନେ ସହରର ଦୁର୍ବଳ ସ୍ଥାନରେ ବନ୍ୟା ପରିସ୍ଥିତି ପ୍ରଭାବକୁ କମ୍‌ କରିବାରେ ସହାୟକ ହେବେ ବୋଲି ସ୍ମାର୍ଟସିଟି କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ସୂଚନା ଅନୁଯାୟୀ, ଡିଜିଟାଲ ସମାଧାନ ସ୍ବରୂପ ଏହି ଆପ୍‌ରେ ନାଗରିକମାନେ ଡ୍ରେନ୍‌ଗୁଡିକରେ ଚିହ୍ନଟ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପଏଣ୍ଟଗୁଡିକର ସ୍ଥିତି ବିଷୟରେ ସୂଚନା ଦେଇପାରିବେ। ଏହି ଆପ୍‌ ନାଗରିକମାନଙ୍କ ଠାରୁ ୩ଟି ସୂଚନା ଯଥା ଡ୍ରେନରେ ପଡ଼ିିରହିଥିବା ଅଳିଆ, ଡ୍ରେନର ଜଳ ପ୍ରବାହ ଏବଂ ଜଳସ୍ତରର ସୂଚନା ଗ୍ରହଣ କରିବ। ଏହି ସୂଚନା ସିଧାସଳଖ ବିଏସ୍‌ସିଏଲର ଆନାଲିଟିକାଲ ସିଷ୍ଟମକୁ ଯିବ। ଫଳରେ ବିଏସ୍‌ସିଏଲ ସମସ୍ୟା ବିଶ୍ଳେଷଣ କରି ତା’ର ସମାଧାନ ପାଇଁ କାର୍ଯ୍ୟ କରିବ। ଏହି ସୂଚନା ଆଧାରରେ ସହରରେ ବିଭିନ୍ନ କାର୍ଯ୍ୟ ପାଇଁ ଥିବା ଅଧିକାରୀମାନଙ୍କୁ ସୂଚିତ କରାଯିବ। ନିର୍ଦ୍ଦେଶ ଅନୁଯାୟୀ ଅଧିକାରୀମାନେ ବନ୍ୟା ପରିସ୍ଥିତି ଏବଂ ଡ୍ରେନ ସଫା କରିବା ପାଇଁ କାର୍ଯ୍ୟ କରିବେ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ବିଶେଷକରି ଡ୍ରେନ ମାଧ୍ୟମରେ ଆଳିଆ ଆବର୍ଜନା ନିଷ୍କାସନ ହୋଇଥାଏ। ଫଳରେ ବର୍ଷାଦିନେ ଡ୍ରେନରେ ଅଳିଆ ଆବର୍ଜନା ଜମିରହି ପାଣି ନିଷ୍କାସନ ହୋଇ ପାରି ବନ୍ୟା ପରିସ୍ଥିିତି ସୃଷ୍ଟି ହୋଇଥାଏ। ତେଣୁ ବର୍ଷା ସମୟରେ ଡ୍ରେନ୍‌ରୁ ଜଳ ନିଷ୍କାସନ କରିବା ଏହି ଆପ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆପ୍‌ର କାର୍ଯ୍ୟପ୍ରଣାଳୀ ଅନୁଯାୟୀ ଲୋକଙ୍କୁ ଡ୍ରେନ୍‌ରେ ପଡ଼ିରହିଥିବା ଆବର୍ଜନା, ଫାଟିଥିବା ସ୍ଥାନ ଆଦିକୁ ଚିତ୍ର ଦେଖି ଚିହ୍ନଟ କରିବାକୁ ହେବ। ଆପ୍‌ର ଡ୍ରେନର ଅସୁବିଧା ସମ୍ବନ୍ଧିତ ଚିତ୍ର ଥିବା ବେଳେ ଲୋକେ ଦେଖୁଥିବା ସମସ୍ୟାର ଅବିକଳ ଚିତ୍ରକୁ ଚିହ୍ନଟ କରିବାକୁ ପଡ଼ିବ। ଏହି ସୂଚନା ବିଏସ୍‌ସିଏଲ ପାଖକୁ ଆସିବା ପରେ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରାଯିବ।
ସ୍ମାର୍ଟସିଟି ସଶକ୍ତୀକରଣ ଭାରତ ପୁରସ୍କାର-୨୦୨୦ ସହ ବିଏସ୍‌ସିଏଲ ବହୁ ପୁରସ୍କାର ପାଇଛି। ୨୦୧୭ରେ ବାର୍ସିଲୋନାରେ ଅନଷ୍ଠେିତ କାନାଡୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାନ୍ସ ଦ୍ୱାରା ପ୍ଲାନିଂ ଏକ୍ସିଲେନ୍ସ ମେରିଟ୍‌ ପୁରସ୍କାର, ସ୍ମାର୍ଟସିଟି ଏକ୍ସପୋ ୱାଲର୍‌ଡ କଂଗ୍ରେସ ଫାଇନାଲିଷ୍ଟ, ୨୦୧୭-୧୮ରେ ହୁଡ୍‌କୋ ଦ୍ୱାରା ସର୍ବୋତ୍ତମ ଆଭାସ ପୁରସ୍କାର, ସାମାଜିକ ସ୍ମାର୍ଟ ଭୁବନେଶ୍ୱର ପ୍ରକଳ୍ପ ପାଇଁ ୨୦୧୮ରେ ସ୍ମାର୍ଟସିଟି ଏକ୍ସପୋ ଇଣ୍ଡିଆ ପୁରସ୍କାର, ୨୦୧୯ରେ ନେତୃତ୍ୱ ପୁରସ୍କାର, ଜିଓପାଜିଆଲ ଏକ୍ସଲେନ୍ସ ପୁରସ୍କାର, ବି-ଆକ୍ଟିଭ ପ୍ରୋଜେକ୍ଟ ପାଇଁ ସିଆଇଟିଆଇଆଇଏସ୍‌ ପୁରସ୍କାର ଏବଂ ସାଧାରଣ ପେମେଣ୍ଟ କାର୍ଡ ପାଇଁ ଡିଜିିଟାଲ ଇନୋଭେଟର ପୁରସ୍କାର ପାଇଛି। ଆଗକୁ ମଧ୍ୟ ବିଏସ୍‌ସିଏଲ ଅତ୍ୟାଧୁନିକ କାର୍ଯ୍ୟଶୈଳୀ ପାଇଁ ପୁରସ୍କାର ପାଇବ ବୋଲି ପରିଚାଳନା ଅଧିକାରୀ ପ୍ରେମଚନ୍ଦ୍ର ଚୌଧାରୀ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri