ବିଏମ୍‌ସିର ମଣ୍ଡପ ସିଲ୍‌ ପ୍ରକ୍ରିୟା ବନ୍ଦ ହୋଇଯିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ବିନା ବିଲଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣ ମଣ୍ଡପକୁ ବିଏମ୍‌ସିି ପକ୍ଷରୁ ଜାରି ରହିଥିବା ସିଲ୍‌ ପ୍ର୍ରକ୍ରିୟା ଶୁକ୍ରବାର ହୋଇ ପାରିନାହିଁ। କେତେଗୋଟି ମଣ୍ଡପ କର୍ତ୍ତୃପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ଥଗତାଦେଶ ଆଣିଛନ୍ତି। ଆଉ ୪୦ରୁ ଊର୍ଦ୍ଧ୍ୱ ମଣ୍ଡପ କର୍ତ୍ତୃପକ୍ଷ ଶୁକ୍ରବାର କୋର୍ଟ ଦ୍ୱାରସ୍ଥ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ବିଡିଏ, ବିଏମ୍‌ସିର ମିଳିତ ସ୍କ୍ବାଡର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ବେଆଇନ ଭାବେ ଚାଲିଥିବା ମଣ୍ଡପଗୁଡିକୁ ସିଲ୍‌ ନ କରାଯିବା ଲାଗି ଏବେ ମାଲିକମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ବିଡିଏର ସର୍ବକ୍ଷମା ଯୋଜନାରେ ମଧ୍ୟ ବିଲ୍ଡିଂ ପ୍ଲାନ ଆବେଦନ କରିବା ସହ ନିୟମ ଅନୁଯାୟୀ ଜରିମନା ଦେବାକୁ ପ୍ରସ୍ତୁତ ଅଛନ୍ତି। ଶୁକ୍ରବାର ପାଖା ପାଖି ୧୫ ମଣ୍ଡପ କର୍ତ୍ତୃପକ୍ଷ ସର୍ବକ୍ଷମା ଯୋଜନାରେ ଆବେଦନ କରିଥିବା ଚର୍ଚ୍ଚା ହେଉଛି। ହେଲେ ଏ ନେଇ ବିଡିଏ ସୂତ୍ରରୁ କୌଣସି ସୂଚନା ଦିଆଯାଇନାହିଁ। ମାତ୍ର ସର୍ବକ୍ଷମାରେ ସାମିଲ ହେବାକୁ ଥିବା ମଣ୍ଡପ ମଧ୍ୟରୁ ୩ ମଣ୍ଡପ କୋର୍ଟରୁ ସ୍ଥଗିତାଦେଶ ଆଣିଥିବା ବେଳେ ୪୩ ମଣ୍ଡପ ପକ୍ଷରୁ ସ୍ଥଗିତାଦେଶ ଆଣିବାକୁ କୋର୍ଟରେ ଆବେଦନ କରାଯାଇଥିବା ସୂଚନା ମିଳିଛି। ଏପରି ସ୍ଥଳେ ସ୍ଥଗିତାଦେଶ ମିଳିଲେ ବିଏମ୍‌ସି ଉକ୍ତ ମଣ୍ଡପ ଗୁଡିକୁ ସିଲ କରିପାରିବ ନାହିଁ। ନ ହେଲେ ବିଏମ୍‌ସି ପକ୍ଷରୁ ଏହି ଷ୍ଟେ ଅର୍ଡର ବିରୋଧରେ ହାଇକୋର୍ଟ ଅବା ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ଯଦି ଏଥିରେ ବିଏମ୍‌ସି ସପକ୍ଷରେ ରାୟ ଯାଏ ତେବେ ପୁନର୍ବାର ସିଲ୍‌ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏହି ନ୍ୟାୟିକ ପ୍ରକ୍ରିୟା ଶେଷହେବାକୁ ଅଧିକ ସମୟ ଲାଗିବ ବୋଲି ଆଶା କରାଯାଉଥିବା ବେଳେ ଚିନ୍ତାରେ ବିଏମ୍‌ସି ପଡିଛି। ତେବେ ମଣ୍ଡପରେ ବିବାହ ପାଇଁ ପୂର୍ବରୁ ବୁକିଂ ରହିଥିବା ବେଳେ ଏବେ ମଣ୍ଡପ ସିଲ୍‌ ହେଲେ ଲୋକମାନେ ଅସୁବିଧାରେ ପଡିବେ ବୋଲି ଦର୍ଶାଇ ହାଇକୋର୍ଟରୁ ୩ଟି ମଣ୍ଡପ ସ୍ଥଗିତାଦେଶ ଆଣିଛନ୍ତି। ସିଲ୍‌ ମଣ୍ଡପ ଅବା ସିଲ୍‌ ହେବାକୁ ଥିବା ମଣ୍ଡପର କର୍ତ୍ତୃପକ୍ଷମାନଙ୍କର ବିଏମ୍‌ସିର ବଡ ଅଧିକାରୀ ଏବଂ ନେତାମାନଙ୍କ ସହ ସମ୍ପର୍କ ରହିଛି। ତେଣୁ ଉକ୍ତ ମଣ୍ଡପଗୁଡିକୁ ସିଲ୍‌ କରାଯାଉନାହିଁ ବୋଲି ପୂର୍ବତନ କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ପ୍ରକ୍ରିୟା ଚାଲିଥିବା ବେଳେ ୪ ଦିନରେ ସିଲ୍‌ ହୋଇଥିବା ୧୬ଟି ମଣ୍ଡପ ଭିତରୁ ଅଧିକାଂଶ ଖୋଲାସରିଛି। କେତେଜଣ ବଳଶାଳୀ ବ୍ୟକ୍ତି ଓ ସରକାରୀ କର୍ମଚାରୀ ଏହି ସିଲ୍‌ ଖୋଲିବା ପଛରେ ରହିଥିବା ନଜରକୁ ଆସିଛି। ବିଏମ୍‌ସି ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିକ୍ରିୟ। ପ୍ରକାଶ ପାଇଛି।

ତଳେ କଲ୍ୟାଣ ମଣ୍ଡପ, ଉପରେ ଘର
ଗୁରୁବାର ବିଏମ୍‌ସି, ବିଡିଏ ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଥିବା ସରସ୍ବତୀ ମଣ୍ଡପକୁ ଯାଞ୍ଚ କରାଯିବା ସହ କାଗଜପତ୍ର ଠିକ୍‌ ନ ଥିବାରୁ ପୂର୍ବାହ୍ନ ୧୦ଟାରେ ମଣ୍ଡପକୁ ସିଲ୍‌ କରିବା ସହ ଗେଟ୍‌ରେ ତାଲା ଦେଇ ଜଉମୁଦ ମାରିଥିଲେ। ମାତ୍ର ଏହାର କିଛି ସମୟ ମଧ୍ୟରେ ଅର୍ଥାତ ଅପରାହ୍ନ ୪ଟାରେ ଉକ୍ତ ମଣ୍ଡପକୁ ଖୋଲାଯିବା ସହ ସେଥିରେ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଏବେ ବିଏମ୍‌ସିର ପାରିବାପଣିଆ ସାମ୍ନାକୁ ଆସିଛି। ସମ୍ପୃକ୍ତ ମଣ୍ଡପ ମାଲିକ ଆବାସିକ ଘର ଦେଖାଇ ସେଠାରେ ବ୍ୟବସାୟ କରୁଥିବା ଜଣାପଡିଛି। ଗୁରୁବାର ମଧ୍ୟ ମଣ୍ଡପ କର୍ତ୍ତୃପକ୍ଷଙ୍କ ଘର ଲୋକ ସେଠାରେ ବନ୍ଦୀ ହୋଇଯାଇଥିବାରୁ କଲ୍ୟାଣ ମଣ୍ଡପ ଖୋଲାଯାଇଥିବା ଜୋନାଲ ଡେପୁଟି କମିଶନର ରୂପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଏମ୍‌ସି ଜାଣି ଏପରି ଆବାସିକ ଘରେ ବ୍ୟବସାୟ ପ୍ରତିଷ୍ଠାନ ଚଳାଇବାକୁ ଅନୁମତି ଦେଇଛି କି ନାହିଁ, ସେ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଏମ୍‌ସି କମିଶନରଙ୍କୁ ସୂଚାଇ ଦିଆଯାଇଥିବା ବେଳେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜୋନାଲ ଡେପୁଟି କମିଶନର ପଟ୍ଟନାୟକ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri