ବାହୁଡ଼ିଲେ ମହାପ୍ରଭୁ, ଆଜି ଯିବେ ରତ୍ନବେଦି

ଢେଙ୍କାନାଳ ଅଫିସ,୧୩ା୭ – ଢେଙ୍କାନାଳରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ ୫ଟା ୧୫ରେ ବଡରଥ ଓ ସାଢେ ୫ଟାରେ ମହିଳାମାନେ ଟାଣୁଥିବା ସାନରଥ ରଥଗଡାଠାରେ ଲାଗିଥିଲା। ସନ୍ଧ୍ୟାରେ ହରଶୟନ ଏକାଦଶୀ ଉପଲକ୍ଷେ ଶ୍ରୀଜୀଉ ଶ୍ରଦ୍ଧାଳୁମାନଙ୍କୁ ସୁନା ବେଶରେ ଦର୍ଶନ ଦେଇଥିଲେ। ବାହୁଡା ଯାତ୍ରା ଉପଲକ୍ଷେ ସକାଳେ ବାଜିଚୌକସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ସମସ୍ତ ପୂଜାର୍ଚ୍ଚନା ଓ ନୀତିକାନ୍ତି ଶେଷ ହେବାପରେ ମଧ୍ୟାହ୍ନ ସାଢେ ୧୨ଟାରେ ଆଡପ ମଣ୍ଡପରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟ, ଶଙ୍ଖ ନାଦ ମଧ୍ୟରେ ବଡ ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ନିଆଯାଇଥିଲା।

ଅପରାହ୍ନ ସାଢେ ୧ଟାରେ ରାଜା କାମାକ୍ଷା ପ୍ରସାଦ ସିଂହଦେଓ ରଥ ଉପରେ ଛେରା ପହଁରା କରିଥିଲେ। ଅପରାହ୍ନ ୨ଟା ୫ ମିନିଟରେ ପ୍ରଥମ ରଥଟଣା ଆରମ୍ଭ ହୋଇଥିଲା। ପରେ ଅପରାହ୍ନ ୨ଟା ୪୦ରେ ରଥଟଣା ଆରମ୍ଭ ହୋଇଥିଲା ା ଭକ୍ତି ସଙ୍ଗୀତ ଓ ଆଧ୍ୟାତ୍ମିକ ନୃତ୍ୟ ମଧ୍ୟରେ ବହୁ ସଂଖ୍ୟାରେ ମହିଳାମାନେ ସାନ ରଥକୁ ଟାଣିଥିବା ଦେଖାଯାଇଥିଲା। ଜିଲାପାଳ ଭୂମେଶଚନ୍ଦ୍ର ବେହେରା ମଧ୍ୟ ରଥ ଟାଣିଥିଲେ। ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ତହସିଲଦାର ଉଦୟନାଥ ମହାପାତ୍ର, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ଓ ଟାଉନ ଥାନା ଅଧିକାରୀ ଅଭିନବ ଡାଳୁଆ ପ୍ରମୁଖଙ୍କ ଉପସ୍ଥିତିରେ ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା ା ଶନିବାର ରଥଗଡାଠାରୁ ରଥରୁ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri