ବାହାର ରାଜ୍ୟ ଫେରନ୍ତାଙ୍କ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ପରେ ରାଜ୍ୟରେ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର। ବିଶେଷକରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି। ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପୂର୍ବରୁ ବିଦେଶ ଗସ୍ତ କରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହାର ସୁଫଳ ମଧ୍ୟ ମିଳିଥିଲା। ଏଥିରୁ ଶିକ୍ଷା ଗ୍ରହଣ କରି ବର୍ତ୍ତମାନ ଲକ୍‌ଡାଉନରେ ଭାରତର ବିଭିନ୍ନ ସ୍ଥାନରେ ଫସିଥିବା ଓଡ଼ିଆଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ ବାର୍ତ୍ତାଳାପ କରି ବାହାର ରାଜ୍ୟ ଫେରନ୍ତା ଶ୍ରମିକ, ଛାତ୍ରୀଛାତ୍ର ଏବଂ କର୍ମୀଙ୍କ ପଞ୍ଜୀକରଣ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି କ୍ରମରେ ଶୁକ୍ରବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ମାଧ୍ୟମରେ ଏହା କରାଯାଉଛି। କୌଣସି ବ୍ୟକ୍ତିିବିଶେଷ ରାଜ୍ୟ ବାହାରେ ଥିଲେ, ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ପଞ୍ଜୀକରଣ କରାଇ ପାରିବେ। ଶଟ୍‌ଡାଉନ ଥିବାରୁ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲାରେ ଅଫ୍‌ ଲାଇନ ପଞ୍ଜୀକରଣ ଏତେଟା ଦେଖାଯାଇ ନ ଥିଲା। ହେଲେ ରାଜ୍ୟର ଅନ୍ୟ ପ୍ରାନ୍ତରେ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ପଞ୍ଜୀକରଣ ଦେଖିବାକୁ ମିଳିଥିଲା। ବିଶେଷ କରି ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ନୂଆଦିଲ୍ଲୀ, କର୍ନାଟକରେ ବହୁ ଓଡ଼ିଆ ଫସି ରହିଛନ୍ତି। ଏମାନେ ଏଣିକି https://covid19.odisha.gov.in/ ୱେବସାଇଟ୍‌ରେ ନିଜକୁ ପଞ୍ଜୀକରଣ କରାଇବା ସହ ନିଜ ଅଞ୍ଚଳରେ ପହଞ୍ଚି ୧୪ ଦିନିଆ କ୍ୱାରାଣ୍ଟାଇନ ନିୟମ ପାଳନ କରିବେ। ଏହି ୱେବସାଇଟ୍‌କୁ ଯାଇ ଏହାର ବାମ ପାର୍ଶ୍ୱରେ ଥିବା ରେଜିଷ୍ଟ୍ରେଶନ ଉପରେ କ୍ଲିକ୍‌ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ। ନିୟମ ଅନୁଯାୟୀ ସମସ୍ତ ତଥ୍ୟ ଦେବା ପରେ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହେବ। ୱେବ୍‌ସାଇଟ୍‌ରେ ପଞ୍ଜୀକରଣ ନେଇ ଘୋଷଣା ହେବା ପରେ ବ୍ୟାପକ ୱେବ୍‌ ଟ୍ରାଫିକ୍‌ ଦେଖାଦେଇଥିଲା। ଏହାଦ୍ୱାରା ୱେବ୍‌ସାଇଟ୍‌ ଖୋଲିବାରେ ମଧ୍ୟ ଅସୁବିଧା ଦେଖାଦେଇଥିଲା। ପରେ ଏହି ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri