ବାଲିର ପୂର୍ବତନ ଗଭର୍ନରଙ୍କ ଓଡ଼ିଶା ଗସ୍ତ: ୧୦ ଜଣଙ୍କୁ ‘କଳିଙ୍ଗ-ବାଲି ସଙ୍ଗମ’ ସମ୍ମାନ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଇଣ୍ଡୋନେସିଆ ବାଲିର ପୂର୍ବତନ ଗଭର୍ନର ଆଇ ମେଡ୍‌ ମଙ୍ଗ୍‌କୁ ୧୦ଜଣିଆ ପ୍ରତିନିଧି ଦଳ ସହ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଆର୍ଯ୍ୟଭଟ୍ଟ ଟ୍ରଷ୍ଟ ଓ କଳିଙ୍ଗ ଇଣ୍ଟରନ୍ୟାଶନାଲ ୟୁଥ ଫାଉଣ୍ଡେଶନ ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘କଳିଙ୍ଗ-ବାଲି ସଙ୍ଗମ’ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଭାଧାରୀଙ୍କୁ ‘କଳିଙ୍ଗ-ବାଲି ସଙ୍ଗମ’ ସମ୍ମାନରେ ସମ୍ମାନିତ କରାଯାଇଛି। ସେମାନେ ହେଲେ ସ୍ବସ୍ତି ଗ୍ରୁପର ଚେୟାରମ୍ୟାନ ଜିତେନ୍ଦ୍ର କୁମାର ମହାନ୍ତି, ଗଞ୍ଜାମ ଆର୍‌ଟିଓ ସଞ୍ଜୟ କୁମାର ବିଶ୍ୱାଳ, ବାଲିର ଆଶ୍ରମ ଗାନ୍ଧିପୁରୀ ଚେୟାରମ୍ୟାନ ଅଗସ, ପ୍ଲାଷ୍ଟିକ ସର୍ଜନ ଡ. ଅକ୍ଷୟ ରାଉତ, ସୋ ଆମ ଆଇ ଫାଉଣ୍ଡେଶନ ଟ୍ରଷ୍ଟି ଅରବିନ୍ଦ ଅଗ୍ରଓ୍ବାଲ, ସାମାଜିକ କର୍ମୀ ଦିଲୀପ କୁମାର ନାୟକ, ଅଙ୍କୋଲୋଜି ଏମ୍‌ଡି ଡାକ୍ତର ସଞ୍ଜୀବ କୁମାର ମିଶ୍ର। ଏହି ଅବସରରେ ଶାସ୍ତ୍ରୀୟ, ଓଡ଼ିଶୀ ନୃତ୍ୟ ପରିବେଷଣ ସହ ନିଫ୍ଟ ଛାତ୍ରୀଙ୍କ ଦ୍ୱାରା ଏକ ରାମ୍ପ ଶୋ ଅନୁଷ୍ଠିତ ହୋଇଥିଲା। ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ବୋଲି ଆବାହକ ତଥା ‘ଆର୍ଯ୍ୟଭଟ୍ଟ’ ମ୍ୟାନେଜିଂ ଟ୍ରଷ୍ଟି ଚିଦାତ୍ମିକା ଖଟୁଆ କହିଛନ୍ତି। ଇଣ୍ଡୋନେସିଆରୁ ଗଭର୍ନର ମଙ୍ଗ୍‌କୁଙ୍କ ସହ ପତ୍ନୀ ପୁତୁ ଅଗସ ମହା ଉସାଧା, ଅଗସ ଇନ୍ଦ୍ର ଉଦୟନ, ଇଣ୍ଡୋନେସିଆ ଦୂତାବାସର ଶିକ୍ଷା ଓ ସଂସ୍କୃତି ବିଭାଗ ଆସିଷ୍ଟାଣ୍ଟ ମହମ୍ମଦ ଇକସାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ କଳିଙ୍ଗ ଇଣ୍ଟରନାଶନାଲ ୟୁଥ ଫାଉଣ୍ଡେଶନର ପ୍ରତିଷ୍ଠାତା ବିଭୁ ପ୍ରସାଦ ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର ମୁଖ୍ୟମନ୍ତ୍ରୀ...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା

ଭୁବନେଶ୍ୱର,୬।୫: ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଆସି ସେ ରାଜଭବନରେ...

ରାଜଭବନରୁ ବାହାରିଲେ ମୋଦି: ବ୍ରହ୍ମପୁରରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

ଭୁବନେଶ୍ୱର,୬।୫: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଅଛନ୍ତି। ସେ ରାଜଭବନରୁ ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି। ବ୍ରହ୍ମପୁରରେ ମୋଦି ଏକ...

୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ରାଜ୍ୟରେ ଗତ ଏପ୍ରିଲ ୧୫ରୁ ୨୧ଦିନ ଧରି ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ବଲାଙ୍ଗୀର, ନୟାଗଡ଼, ନୂଆପଡ଼ା, ଗଞ୍ଜାମ,...

ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ଦେଶର ସବୁଠାରୁ ବଡ଼ ଦୁର୍ନୀତି : ପ୍ରଶାନ୍ତ ଭୂଷଣ

ଭୁବନେଶ୍ୱର,୬।୫(ଅସମାପିକା ସାହୁ):ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ରବିବାର ଭାରତୀୟ ବିଦ୍ୟାଭବନଠାରେ ‘ସମ୍ବିଧାନ ପ୍ରଦତ୍ତ ସୂଚନା ଅଧିକାର ଓ ନିର୍ବାଚନୀ ବଣ୍ଡ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ...

ଆଜିଠୁ ଓଜେଇଇ:ପରୀକ୍ଷା ଦେବେ ୬୫,୭୪୨ ଛାତ୍ରୀଛାତ୍ର

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୪ ସୋମବାରଠାରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri