ବାଲିଯାତ୍ରାର ଚତୁର୍ଥ ଦିବସ: ଫାଷ୍ଟଫୁଡ ଷ୍ଟଲ୍‌ରେ ଭିଡ଼

କଟକ ଅଫିସ, ୧୬।୧୧: ଶୁକ୍ରବାର ଥିଲା ଐତିହାସିକ କଟକ ବାଲିଯାତ୍ରାର ଚତୁର୍ଥ ଦିନ। ଦିନତମାମ ପଡିଆରେ ଗହଳି ଚହଳି ଲାଗି ରହିଥିଲା। କେତେକ ଲୋକ ଦିନରେ ବାଲିଯାତ୍ରା ବୁଲି ଘରକୁ ଫେରି ଯାଇଥିଲେ। ହେଲେ ଅସଲ ଭିଡ ଦେଖିବାକୁ ମିଳିଥିଲା ସନ୍ଧ୍ୟାରେ। ବାଲିଯାତ୍ରା ମୁଖ୍ୟଗେଟ୍‌କୁ ଆଲୋକମାଳାରେ ସଜ୍ଜାଯାଇଥିବାବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଶୁକ୍ରବାର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା।
ରାଜସ୍ଥାନରୁ ଆସିଥିବା ବ୍ୟବସାୟୀଙ୍କ ଫାଷ୍ଟଫୁଡ ଷ୍ଟଲ୍‌ରେ ଶୁକ୍ରବାର ଭିଡ଼ ଦେଖିବାକୁ ମିଳିଥିଲା। ଏହି ଷ୍ଟଲରେ ସ୍ପେଶାଲ ରାଜସ୍ଥାନ ଥାଳି ୧୫୦ ଟଙ୍କା ଥିବାବେଳେ ଡାଲବଟି ଚୁର୍‌ମା ୧୦୦ ଟଙ୍କା, ମୁଗଡାଲ କଚୋରି ୬୦ ଟଙ୍କା, ମିର୍‌ଚି ବଡ଼ା ୫୦ ଟଙ୍କା, ପାଓଭାଜି ୬୦ଟଙ୍କା, ମିକ୍ସ ଚାଟ୍‌ ୬୦ ଟଙ୍କାରେ ବିକ୍ରି ହେଉଥିଲା। ଏ ନେଇ ବ୍ୟବସାୟୀ କହିଛନ୍ତି, ଦୀର୍ଘ ୧୦ ବର୍ଷ ହେବ ଆମେ ବାଲିଯାତ୍ରା ଆସୁଛୁ। ଗତବର୍ଷଠାରୁ ଏହି ବର୍ଷ ୪ ଦିନ ଭିତରେ ଭଲ ବ୍ୟବସାୟ ହୋଇଛି। ଏଠାରେ ରାଜସ୍ଥାନୀ ଖାଦ୍ୟ ତିଆରି ନିମନ୍ତେ ୨୦ ଜଣ କାରିଗର ଆସିଛନ୍ତି। ସେହିପରି ଅନ୍ୟ ଫାଷ୍ଟଫୁଡ ଷ୍ଟଲ୍‌ଗୁଡ଼ିକରେ ସୁପ୍‌, ରୋଲ୍‌, ଚାଓମିନ, ପନିର ମସଲା, ଚିକେନ ମସଲା, ଚିଲି ଚିକେନ ଆଦି ବିଭିନ୍ନ ପ୍ରକାର ଫାଷ୍ଟଫୁଡ ବିକ୍ରି ହେଉଥିଲା। ଅନ୍ୟପକ୍ଷରେ ବାଲିଯାତ୍ରାରେ ବାରିପଦାର ମୁଢିମାଂସର ଚାହିଦା ଅଧିକ ରହିଥିଲା। ମୁଢିମାଂସ ପ୍ଲେଟ ୧୦୦ ଟଙ୍କା ଥିବାବେଳେ ମୁଢିମାଂସ କଷା ୧୨୦ ଟଙ୍କାରେ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି।

ବସ୍‌ରେ ମହାକାଶ ସମ୍ପର୍କିତ ତଥ୍ୟ ପ୍ରଦର୍ଶିତ
ବାଲିଯାତ୍ରାରେ ଇସ୍ରୋ ପକ୍ଷରୁ ବସ୍‌ରେ ମହାକାଶଜନିତ ବିଭିନ୍ନ ତଥ୍ୟ ପ୍ରଦର୍ଶନ କରାଯାଇଛି। ଇସ୍ରୋର ଫାଉଣ୍ଡର ବିକ୍ରମ ଏ.ସରାବାଇଙ୍କ ୧୦୦ତମ ଜନ୍ମଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଇସ୍ରୋର ଭୂମିକା ଯେପରି ଜନସାଧାରଣଙ୍କ ପାଖରେ ପହଞ୍ଚତ୍ବ ଏବଂ ଯୁବପିଢି ଇସ୍ରୋ ବିଷୟରେ ଜାଣିପାରିବେ। ଚନ୍ଦ୍ରଯାନ-୨, ମଙ୍ଗଳଯାନ ବିଭିନ୍ନ ସାଟେଲାଇଟ୍‌ ବିଷୟରେ ଜାଣିପାରିବା ସହ ସମସ୍ତ ଡେମୋ ଏହି ବସ୍‌ ଭିତରେ ରହିଛି। ଯାହାକି ଆଗାମୀ ଦିନରେ ଯୁବପିଢି ପାଇଁ ବେଶ ସହାୟକ ହୋଇପାରିବ ବୋଲି ଏହି ବସ୍‌ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ରାଜେଶ ସ୍ବାଇଁ କହିଛନ୍ତି।

‘ରୁଚି ଖବର’ର ବାଲିଯାତ୍ରା: ବିଶେଷାଙ୍କ ଲୋକାର୍ପିତ
ବାଲିଯାତ୍ରା ତଳପଡ଼ିଆରେ ମୋ କଟକ ପାଭିଲିୟନଠାରେ ଶୁକ୍ରବାର ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ପ୍ରକାଶିତ ‘ରୁଚି ଖବର’ର ବାଲିଯାତ୍ରା ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି। ରୁଚି ପ୍ରତିଭା ଫାଉଣ୍ଡେଶନର ଅଧ୍ୟକ୍ଷ ଡ. ଶରତ ସାହୁଙ୍କ ସଭାପତିତ୍ତ୍ୱରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ। ରୁଚି ଲୋକମାନଙ୍କର ବିଶ୍ୱାସଭାଜନ ହୋଇପାରିଛ। ସମାଜରେ ରୁଚି ପ୍ରତିଭା ଫାଉଣ୍ଡେଶନର ଅନେକ ଅବଦାନ ରହିଛି ବୋଲି ଜିଲାପାଳ ଚୟନୀ କହିଥିଲେ। ବାଲିଯାତ୍ରାରେ ବ୍ୟବସାୟ କ୍ଷେତ୍ରରେ ଅନେକ ଲାଭ ମିଳେ। ଉଦ୍ୟୋଗପତିମାନେ ଏଠାରେ ଷ୍ଟଲ ପକାଇବାରେ ଇଚ୍ଛା କରିଥାନ୍ତି ବୋଲି ଡ. ସାହୁ କହିଥିଲେ। ଅତିଥି ଭାବେ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ଯୋଗ ଦେଇଥିଲେ। ଶୁଭେନ୍ଦୁ ଭୂୟଁା ସ୍ବାଗତ ଭାଷଣ ଦେଇଥିବା ବେଳେ ଡ. ନିହାର ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri