ବାଲିଯାତ୍ରା ବିବାଦକୁ ନେଇ ପରସ୍ପର ଦୋଷ ଲଦାଲଦି

ପାରାଦୀପ, ୫ା୧୧(ସ୍ବ.ପ୍ର.): କଳିଙ୍ଗ ବାଲିଯାତ୍ରାକୁ ନେଇ ଭାଜପା-ବିଜେଡି ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ପରସ୍ପରର ଦୋଷ ଲଦାଲଦି ହୋଇଥିଲେ। ଭାଜପା ନେତା ବିଭୁପ୍ରସାଦ ତରାଇ, ସମ୍ପଦ ସ୍ବାଇଁ ସୂଚନା ଦେଇ କହିଥିଲେ, ବାଲିଯାତ୍ରା ପାଇଁ ଶିଳ୍ପ ସଂସ୍ଥା ଓ କିଛି ବଦାନ୍ୟ ବ୍ୟକ୍ତି ଅର୍ଥ ଦେଉଛନ୍ତି। ମାତ୍ର ସେହି ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ବିଜେଡି ନେତା ହରିଲୁଟ୍‌ କରୁଛନ୍ତି। ଏହିଭଳି ଅନେକ ଦୁର୍ନୀତି ଚାଲିଛି। ଭାଜପା ଏହି ଦୁର୍ନୀତି ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ଚଳାଇଥିବାବେଳେ ବିଜେଡି ନେତା ଭୟଭୀତ ହୋଇପଡ଼ିଛନ୍ତି। ସେମାନେ ଏବେ ପୋଲିସ ଓ ପ୍ରଶାସନକୁ ହାତବାରିଶି କରି ଭଣ୍ଡୁର କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି। ମାତ୍ର ଦଳ ପୂର୍ବବତ୍‌ ଧାରଣା ବଳବତ୍ତର ରଖିବ। ଦରକାର ହେଲେ ପୌରାଞ୍ଚଳର ୧୯ଟି ଯାକ ଓ୍ବାର୍ଡରେ ପଥପ୍ରାନ୍ତ ସଭାକରି ସମସ୍ତଙ୍କ ମୁଖା ଖୋଲିଦେବ।
ବିଜେଡି ନଗର ସଭାପତି ସୁମନ୍ତ କୁମାର ବିଶ୍ୱାଳ ଓ ସମ୍ପାଦକ ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି, ପୌରପାଳିକା ସାଧାରଣ ଜନତାଙ୍କ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଛି। ଏପରି ପ୍ରଗତିରେ ଈର୍ଶାନ୍ବିତ ହୋଇ ଭାଜପାର ଠିକାଦାରରୁ ନେତା ହୋଇଥିବା ନେତା ବୀତସ୍ଫୃହ ହୋଇଛନ୍ତି। କଳିଙ୍ଗ ବାଲିଯାତ୍ରାର ଏକ ଛୋଟ ଘଟଣାକୁ ନେଇ ଡ୍ରାମା ଚଳାଇଛନ୍ତି। ବାଲିଯାତ୍ରା ଜିଲା ପ୍ରଶାସନର କାର୍ଯ୍ୟ। ପୌରପାଳିକା କେବଳ ସହାୟତା କରିଥାଏ। ଏଥିରେ ୧୨୦ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ଧାରଣା ଦେଇଥିବା ନେତା ସମ୍ପଦକଙ୍କ ପିତା ନିର୍ମଳ ସ୍ବାଇଁ ଓ ପୂର୍ବତନ ଏମ୍‌ପି ବିଭୂପ୍ରସାଦ ତରାଇ ଅଛନ୍ତି। ଆଗାମୀ ଦିନରେ ପୌର ନିର୍ବାଚନ ଥିବାରୁ କଳିଙ୍ଗ ବାଲିଯାତ୍ରା ଭଳି ସାଂସ୍କୃତିକ ଅନୁଷ୍ଠାନକୁ ଏହା ଭିତରେ ଯୋଡ଼ୁଛନ୍ତି। ଏପରି ହୀନ ଉଦ୍ୟମ କରି ବାଲିଯାତ୍ରାକୁ ସେମାନେ ବନ୍ଦ କରିବାକୁ ଯେଉଁ ଅପଚେଷ୍ଟା ଚଳାଇଛନ୍ତି ସେଥିରେ ବିଫଳ ହେବେ ବୋଲି କହିଛନ୍ତି। ଅପରପକ୍ଷେ ରାତି ୮ଟାରେ ପାରାଦୀପରେ ୫ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ସଂଗଠନ ପାନ୍ଥନିବାସଠାରେ ଏକ ଖବରଦାତା ସମ୍ମିଳନୀ କରି ବିଜେଡିକୁ ସମର୍ଥନ ଜଣାଇଥିବା ସୂଚନା ମଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri