ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଗିରଫ

ଭଣ୍ଡାରିପୋଖରୀ,୧୫।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ମଣିନାଥପୁର ଓ ମୁଢ଼ାପଦା ଗ୍ରାମର ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ମୁଢ଼ାପଦାର ପ୍ରଶାନ୍ତ ଯେନା, ରମେଶ ଯେନା ଓ ସଞ୍ଜୟ ଯେନା। ମଣିନାଥପୁର ଗ୍ରାମର ଅର୍ଜୁନ ଥାଟୋଇଙ୍କ ଅଭିଯୋଗ କ୍ରମେ ଥାନାରେ ମୁଢ଼ାପଦାର ୧୪ ଜଣଙ୍କ ନଁାରେ ଏକ ମାମଲା(ନଂ.୨୧୧/୧୯) ରୁଜୁ ହୋଇଛି। ଅପରପକ୍ଷରେ ମୁଢ଼ାପଦାର ପ୍ରଶାନ୍ତଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କ ଏତଲା କ୍ରମେ ୧୩ ଜଣଙ୍କ ନଁାରେ ମାମଲା (ନଂ.୨୧୨/୧୯) ରୁଜୁ କରାଯାଇଛି। ଅର୍ଜୁନଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୨ ତାରିଖ ରାତିରେ ସେ ଯାଜପୁରରୁ ଫେରୁଥିବାବେଳେ ବଲଭିଘାଟ ସେତୁ ଉପରେ ଦ୍ରୁତଗତିରେ ଏକ ବାଲି ବୋଝେଇ ଟ୍ରାକ୍ଟର ଯାଉଥିଲା। ବାଲି ଉଡ଼ି ଆଖିରେ ପଡ଼ିବାରୁ ସେ ଯାଜପୁର ଅଞ୍ଚଳର ପ୍ରଶାନ୍ତ ଯେନା ସହ ମିଶି ପ୍ରତିବାଦ କରିବାରୁ ଗଣ୍ଡଗୋଳ ହୋଇଥିଲା। ୧୩ ତାରିଖରେ ସ୍ଥାନୀୟ ମୁଗୁରେଶ୍ୱର ମନ୍ଦିରଠାରେ ସମାଧାନ ପାଇଁ ସେ ଗ୍ରାମବାସୀଙ୍କ ସହ ଯାଉଥିବାବେଳେ ବୈତରଣୀ ସେତୁ ଉପରରେ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ। ଏଥିରେ ଗ୍ରାମର ଉମେଶ ସ୍ବାଇଁ ଓ ଯୁଧିଷ୍ଠିର ସ୍ବାଇଁ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅପରପକ୍ଷର ବିଜୟଲକ୍ଷ୍ମୀ ଏତଲାରେ ଦର୍ଶାଇଛନ୍ତି ଯେ, ମଣିନାଥପୁର ଗ୍ରାମର କେତେକ ଲୋକ ମାରଣାସ୍ତ୍ର ଧରି ବୈତରଣୀ ସେତୁ ଉପରେ ଗାଳିଗୁଲଜ କରୁଥିଲେ। ଏହି ସମୟରେ ବାଇକ୍‌ରେ ଆସୁଥିବା ତାଙ୍କ ସ୍ବାମୀ ପ୍ରଶାନ୍ତଙ୍କୁ ସେମାନେ ଉଠାଇ ନେଇ ମାଡ଼ ମାରିଥିଲେ। ପୋଲିସ ତାଙ୍କୁ ମଣିନାଥପୁରରୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇଛି। ୨୧୧ ନଂ. କେଶ୍‌ର ଏସ୍‌ଆଇ ଅନୁରାଗ ମହାନ୍ତି ଓ ୨୧୨ ନଂ. କେଶ୍‌ର ଏସ୍‌ଡିପିଓ ମନୋରଞ୍ଜନ ସାମଲ ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri