ବାଲିଆପାଳ, ୧୩।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ରାଜ୍ୟ ସରକାର ଆଦର୍ଶ ଇଂରାଜୀ ବିଦ୍ୟାଳୟ ସ୍ଥାପନ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ଅର୍ଥ ମଞ୍ଜୁର ହୋଇ ଆର୍ଡି ପକ୍ଷରୁ ଟେଣ୍ଡର ଡକାଯାଇ ଠିକାଦାର ନିଯୁକ୍ତି କରାଯାଇଛି। ମାତ୍ର ଇତିମଧ୍ୟରେ ୩ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଚିହ୍ନଟ କରିଥିବା ଜମି ହସ୍ତାନ୍ତର ହୋଇପାରୁ ନ ଥିବାରୁ ଆର୍ଡି ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆଶା କରିଥିବା ମେଧାବୀ ଛାତ୍ରୀଛାତ୍ରମାନେ ନିରାଶ ହୋଇଛନ୍ତି।
ବ୍ଲକର ବଳରାମପୁର ପଞ୍ଚାୟତ ବଳରାମପୁର ଗ୍ରାମରେ ଥିବା ୧୦ ଏକର ବିଶିଷ୍ଟ ଏକ ଜାଗାକୁ ବାଲିଆପାଳ ତହସିଲଦାର ଚିହ୍ନଟ କରି ଜଣାଇଥିଲେ। ପ୍ରଥମେ ଟାଟା ଟ୍ରଷ୍ଟ ୨୦୧୮ରେ କାର୍ଯ୍ୟ କରିବାକୁ ଆସିଥିବା ବେଳେ ଗ୍ରାମର କେତେକ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ଟାଟା ଟ୍ରଷ୍ଟ କାର୍ଯ୍ୟ ନ କରି ପଳାଇ ଯାଇଥିଲା। ପରେ ଏହି କାର୍ଯ୍ୟ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଆରଡ଼ି ବିଭାଗ ଟେଣ୍ଡର କରି ଠିକାଦାର ନିଯୁକ୍ତି କରିଛନ୍ତି। ଆରଡ଼ି ବିଭାଗ ଏବଂ ଠିକାଦାର ସେଠାରେ କାର୍ଯ୍ୟ କରିବାକୁ ଆସିବାରୁ ସେହି ପଞ୍ଚାୟତର ସମିତିସଦସ୍ୟ ଏବଂ ତାଙ୍କର ସମର୍ଥକମାନେ ଚିହ୍ନଟ କରିଥିବା ସ୍ଥାନରେ ତାଙ୍କର ପୂର୍ବରୁ ଘର ରହିଥିବାରୁ ସେମାନେ ଉଚ୍ଛେଦ ହେବା ଭୟରେ ହାଇକୋର୍ଟରେ ମାମଲା ରୁଜୁ କରି କାର୍ଯ୍ୟରେ ରୋକ ଲଗାଇଛନ୍ତି। ପରେ ସରକାର ଏହି ଆଦର୍ଶ ବିଦ୍ୟାଳୟ ପାଇଁ ଜାଗା ୧୦ ଏକରରୁ ୫ ଏକରକୁ କମାଇ ଦେଇଛନ୍ତି। ତେବେ କୋର୍ଟରେ ମାମଲା ରହିଥିବା ଜାଗାକୁ ବାଦ୍ ଦେଇ ମଧ୍ୟ ସେହି ଗ୍ରାମରେ ୫ ଏକର ଜାଗା ରହିଥିବାରୁ ସେହି ଜାଗାକୁ ବିଦ୍ୟାଳୟକୁ ହସ୍ତାନ୍ତର କଲେ କାର୍ଯ୍ୟ ସୁରୁଖୁରରେ ହୋଇପାରିବ। ମାତ୍ର ସ୍ଥାନୀୟ ଲୋକପ୍ରତିନିଧି ଏବଂ ପ୍ରଶାସନ ଦୀର୍ଘଦିନ ହେଲା ସ୍ଥାଣୁ ହୋଇ ବସି ରହିଥିବା ବେଳେ ଗତ ଅକ୍ଟୋବରରେ ବାଲିଆପାଳ ବ୍ଲକରେ ଅନୁଷ୍ଠିତ ମିଳିତ ଜନଶୁଣାଣିରେ ବାଲିଆପାଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସଭାପତି ନାରାୟଣ ପ୍ରସାଦ ସାହୁ ତୁରନ୍ତ ଜମି ହସ୍ତାନ୍ତର କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଏହା ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ ବିଦ୍ୟାଳୟ ପାଇଁ ଆବଶ୍ୟକ ଜାଗା ପ୍ରଦାନ କରିବାରେ ବିଫଳ ହୋଇଛି। ଫଳରେ ଅର୍ଥ ଥାଇ ମଧ୍ୟ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଏ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ହସ୍ତାନ୍ତର ନ ହେଲେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେବ ବୋଲି ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ, ଡାକ୍ତର ବଙ୍କିମ ଜେନା ଓ ସନ୍ନ୍ୟାସୀ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବାଲିଆପାଳ ବିଇଓ ନାରାୟଣ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଦ୍ୟାଳୟ ପାଇଁ ପୂର୍ବରୁ ଚିହ୍ନଟ ହୋଇଥିବା ଜମି ହସ୍ତାନ୍ତର ପାଇଁ ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି, ଅନୁମୋଦନ ପରେ ଆର୍ଡି ପକ୍ଷରୁ ନିର୍ମାଣ କାଯର୍ୟ ଆରମ୍ଭ ହେବ।
ବାଲିଆପାଳରେ ଆଦର୍ଶ ବିଦ୍ୟାଳୟ: ହୋଇନି ଜମି ହସ୍ତାନ୍ତର; ୩ ବର୍ଷ ହେଲା ଆରମ୍ଭ ହୋଇପାରୁନି କାମ
Posted inଆମ ଜିଲା ଖବର, ବାଲେଶ୍ୱର View All
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…
ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
Archives

